ETV Bharat / bharat

ବୋଇଙ୍ଗ-737 MAX ଉଡାଇ ପାରିବେନି 90 ସ୍ପାଇସଜେଟ ପାଇଲଟ, ପୁନଃପ୍ରଶିକ୍ଷଣ ପାଇଁ ନିର୍ଦ୍ଦେଶ

author img

By

Published : Apr 13, 2022, 8:51 PM IST

90ଜଣ ସ୍ପାଇସଜେଟ ପାଇଲଟଙ୍କୁ ବୋଇଙ୍ଗ 737-MAX ବିମାନ ଉଡାଇବା ପାଇଁ ଅଣକୁଶଳୀ ଦର୍ଶାଇ ବାରଣ କଲା DGCA । ପୁନଃ ପ୍ରଶିକ୍ଷଣ ଦେବାକୁ ଏୟାର ଲାଇନ୍ସକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ବୋଇଙ୍ଗ-737 MAX ଉଡାଇ ପାରିବେନି 90 ସ୍ପାଇସଜେଟ ପାଇଲଟ, ପୁନଃ ପ୍ରଶିକ୍ଷଣ ପାଇଁ କହିଲା DGCI

ନୂଆଦିଲ୍ଲୀ: ସ୍ପାଇସଜେଟର 90ଜଣ ପାଇଲଟଙ୍କୁ ବୋଇଙ୍ଗ-737 ବିମାନ ଉଡାଇବା ପାଇଁ ବାରଣ କରିଛନ୍ତି ଭାରତୀୟ ବିମାନ ଚଳାଚଳ ନିୟନ୍ତ୍ରକ (DGCA) । ସମ୍ପୃକ୍ତ ପାଇଲଟଙ୍କୁ ଉଚିତ ପ୍ରଶିକ୍ଷଣ ମିଳି ନଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ଉଡାଣରେ ନିୟୋଜିତ ନକରି ପୁଣି ଥରେ ପ୍ରଶିକ୍ଷଣ ଦେବା ପାଇଁ DGCA ଏୟାର ଲାଇନ୍ସକୁ ନିର୍ଦ୍ଦେଶ ଦେଇଛି ।

ଡିଜିସିଏ ମୁଖ୍ୟ ଅରୁଣ କୁମାର ଏକ ବିବୃତ୍ତିରେ କହିଛନ୍ତି ଯେ, ବର୍ତ୍ତମାନ ପାଇଁ ଆମେ ଏହି ପାଇଲଟମାନଙ୍କୁ ମ୍ୟାକ୍ସ ଉଡ଼ାଣରେ ବାରଣ କରିଛୁ ଏବଂ ବିମାନ ଉଡ଼ାଣ ପାଇଁ ସେମାନଙ୍କୁ ସଫଳତାର ସହ ପୁନଃ ତାଲିମ ଦେବାକୁ ନିର୍ଦ୍ଦେଶ ଜାରି କରିଛୁ । ଇଥିଓପିଆର ଏୟାରଲାଇନ୍ସର ବୋଇଙ୍ଗ-737 ମ୍ୟାକ୍ସ ବିମାନ ଦୁର୍ଘଟଣା ହେବା ପରେ ଏହାର ଉଡାଣ ନେଇ ଚିନ୍ତା ବଢିଥିଲା । ଏଥିରେ ଚାରିଜଣ ଭାରତୀୟଙ୍କ ସମେତ 157 ଜଣଙ୍କର ମୃତ୍ୟୁ ଘଟିଥିଲା । 2019 ମସିହା 13 ତାରିଖରେ ଭାରତରେ ଏହି ବିମାନ ଉଡାଣ ଉପରେ ରୋକ ଲଗାଇଥିଲେ DGCA । ପରେ ବିମାନର ନର୍ମାଣକାରୀ ଆମେରିକୀୟ ସଂସ୍ଥା ବୈଷୟିକ ତ୍ରୁଟି ସଂଶୋଧନ କରିଥିବା ପ୍ରାମାଣିକ ଭାବେ ପ୍ରକାଶ କରିବାରୁ ଏହାକୁ ପୁଣି 27 ମାସର ବ୍ୟବଧାନ ପରେ ଉଡାଣ ଅନୁମତି ଦିଆଯାଇଥିଲା ।

ସ୍ପାଇସଜେଟ ଏକ ମାତ୍ର ଭାରତୀୟ ବିମାନ କମ୍ପାନୀ ଭାବେ ଏହି ବର୍ଗର ବିମାନ ଉଡାଣ କରିଥାଏ । ତେବେ ଏୟାରଲାଇନ୍ସ ନିକଟରେ ମୋଟ 650 ମ୍ୟାକ୍ସ ଉଡାଣ ପ୍ରଶିକ୍ଷିତ ପାଇଲଟ ଥିବାବେଳେ ସେମାନଙ୍କ ମଧ୍ୟରୁ 90 ଜଣ କୁଶଳୀ ନଥିବା ଦର୍ଶାଇ ସେମାନଙ୍କୁ ପୁଣି ଥରେ ପ୍ରଶିକ୍ଷିତ କରିବା ପାଇଁ ନିର୍ଦ୍ଦେଶ ଦେଇଛି DGCA । ସଂସ୍ଥା ଯଦି ଏପରି ନିର୍ଦ୍ଦେଶକୁ ଉଲଙ୍ଘନ କରେ ତେବେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ DGCI ପକ୍ଷରୁ ଚେତାବନୀ ଦିଆଯାଇଛି ।

ସ୍ପାଇସଜେଟର ମୁଖପାତ୍ର ଆଜି ନିଶ୍ଚିତ କରିଛନ୍ତି ଯେ ଡିଜିସିଏ ସଂସ୍ଥାର 90 ପାଇଲଟଙ୍କୁ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି ଓ ସେମାନଙ୍କୁ ପୁଣି ଥରେ ପ୍ରଶିକ୍ଷଣ ନେବା ପାଇଁ ପଠାଯିବାକୁ ନିର୍ଦ୍ଦେଶ ମଧ୍ୟ ଜାରି କରିଛି । ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ପୁନଃ ତାଲିମ ପରେ ଉଡାଣରେ ସାମିଲ କରାଯିବ । ବର୍ତ୍ତମାନ ଅବଶିଷ୍ଟ ପାଇଲଟଙ୍କୁ ଉଡାଣ ଜାରି ରଖିବ ସଂସ୍ଥା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.