ETV Bharat / bharat

କୋକେଇରେ ମୃତଦେହ ଭଳି ଛଳନା କଲେ ପୂରଣ ହୁଏ ମନସ୍କାମନା

କୋକେଇରେ ମୃତଦେହ ପରି ଛଳନା କରି ଶୋଭାଯାତ୍ରାରେ ମନ୍ଦିର ଗଲେ ପୂରଣ ହୋଇଥାଏ ଆଶା । ଅଧିକ ପଢନ୍ତୁ...

author img

By

Published : Mar 28, 2021, 8:16 PM IST

କୋକେଇରେ ମୃତଦେହ ଭଳି ଛଳନା କଲେ ଭକ୍ତଙ୍କ ପୂରଣ ହେବ ଆଶା

ଚେନ୍ନାଇ: ଅନ୍ତିମ ସଂସ୍କାର ଭଳି କୋକେଇରେ ଶ୍ରଦ୍ଧାଳୁ ବୁହା ହୋଇ ମନ୍ଦିର ଗଲେ ପୂରଣ ହୋଇଥାଏ ମନସ୍କାମନା । ତେବେ ଏଭଳି ଅଜବ ବିଶ୍ବାସ ବା ପରମ୍ପରା ତାମିଲନାଡୁର ତିରୁଭରୁର ଜିଲ୍ଲା ଭାଲଙ୍ଗାଇମନ ଅଞ୍ଚଳରେ ଦେଖିବାକୁ ମିଳିଛି । ଭକ୍ତମାନେ ନିଜର ମନସ୍କାମନା ପୂରଣ କରିବା ପାଇଁ କୋକେଇରେ ଜୀବିତ ଅବସ୍ଥାରେ ମଧ୍ୟ ମୃତଦେହ ଭଳି ଛଳନା କରି ମନ୍ଦିର ଯାଉଥିବା ଦେଖିବାକୁ ମିଳିଛି ।

ଭକ୍ତମାନେ କୋକେଇରେ ମୃତଦେହ ଭଳି ଶୋଇ ବାଦ୍ୟଯନ୍ତ୍ର ସହିତ ଏକ ଶୋଭାଯାତ୍ରାରେ ମନ୍ଦିର ଯାଇଥାନ୍ତି ଏବଂ ସେଠାରେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ସ୍ଥାନୀୟ ଅଞ୍ଚଳରେ ଥିବା ମନ୍ଦିରରେ ପ୍ରତିବର୍ଷ 'ପଦାଇ କଭାଡି' ପର୍ବ ପାଳନ କରିଥାଏ । ଏହି ପର୍ବରେ ଭକ୍ତମାନେ କୋକେଇରେ ଶୋଇ ଶୋଭାଯାତ୍ରାରେ ନିଜ ମନସ୍କାମନା ପୂରଣ ପାଇଁ ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି । ସେମାନଙ୍କ ସହିତ ତାଙ୍କର ଆତ୍ମୀୟସ୍ବଜନ ମଧ୍ୟ ମନ୍ଦିର ଯାଇଥାନ୍ତି ।

ସ୍ଥାନୀୟ ଅଞ୍ଚଳରେ ଭକ୍ତମାନେ ନିଜ ଇଚ୍ଛା ପୂରଣ କରିବା ପାଇଁ ଏଭଳି ପନ୍ଥା ଆପଣେଇଥାନ୍ତି । ଏପରି କଲେ ଭକ୍ତଙ୍କ ମନସ୍କାମନା ନିଶ୍ଚିତ ଭାବରେ ପୂରଣ ହୋଇଥାଏ ବୋଲି ସେମାନଙ୍କର ଗଭୀର ବିଶ୍ବାସ ରହିଛି । ପ୍ରତିବର୍ଷ ଭକ୍ତମାନେ ଏଭଳି ଶୋଭାଯାତ୍ରା କରି ମନ୍ଦିର ଯାଉଥିବା ଦେଖିବାକୁ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.