ETV Bharat / bharat

Maharashtra Political Twist: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍‌ - ଶପଥ ନେବେ ଦେବେନ୍ଦ୍ର ଫଡନାଭିସ

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ । ଅଧିକ ପଢ଼ନ୍ତୁ

Maharashtra Political Twist: ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡ଼ନାଭିସ୍‌

author img

By

Published : Jun 30, 2022, 7:35 PM IST

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତି କ୍ଷଣରେ ଏବେ ଟ୍ବିଷ୍ଟ୍‌ ଦେଖିବାକୁ ମିଳିଛି । ଏଠାକାର ରାଜନୀତିକୁ ନେଇ କିଛି ବି ଆକଳନ କରିବା ମୁସ୍କିଲ୍‌ ହୋଇପଡ଼ିଛି । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ପ୍ରେସମିଟ୍‌ କରି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କିରଥିଲେ । ଏହାସହ ସେ ମନ୍ତ୍ରୀମଣ୍ଡଳରେ ରହିବେ ନାହିଁ ବୋଲି ମଧ୍ୟ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ଏହାକୁ ନେଇ ଆଉ ଏକ ଟ୍ବିଟ୍‌ କରି ସମସ୍ତ ଅଙ୍କ ବଦଳାଇ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

  • भाजपा अध्यक्ष श्री @JPNadda जी के कहने पर श्री @Dev_Fadnavis जी ने बड़ा मन दिखाते हुए महाराष्ट्र राज्य और जनता के हित में सरकार में शामिल होने का निर्णय लिया है।

    यह निर्णय महाराष्ट्र के प्रति उनकी सच्ची निष्ठा व सेवाभाव का परिचायक है। इसके लिए मैं उन्होंने हृदय से बधाई देता हूँ।

    — Amit Shah (@AmitShah) June 30, 2022 " class="align-text-top noRightClick twitterSection" data=" ">

ଅମିତ ଶାହ ଟ୍ବିଟ୍‌ କରି କହିଛନ୍ତି ଯେ, "ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁରୋଧ କ୍ରମେ ଦେବେନ୍ଦ୍ର ଫଡନାଭିସ୍‌ ମହାରାଷ୍ଟ୍ରର ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ରାଜି ହୋଇଛନ୍ତି । ଜନତାଙ୍କ ପ୍ରତି ତାଙ୍କ ସୌଜନ୍ୟତା, ସେବା ଓ ସମର୍ପଣ ଭାବକୁ ଦେଖି ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ମହାରାଷ୍ଟ୍ର ପ୍ରତି ତାଙ୍କ ନିଷ୍ଠା ସ୍ବଭାବର ପରିଚାୟକ । ଏଥିପାଇଁ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି ।"

ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ପାରନ୍ତି ଦେବେନ୍ଦ୍ର ଫଡନାଭିସ୍‌ । ଏହାପୂର୍ବରୁ ପ୍ରେସ୍‌ମିଟ୍‌ରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ ଦେବେନ୍ଦ୍ର ଫଡ଼ନାଭିସ୍‌ । ତେବେ ଏହାକୁ ନେଇ ବିଜେପି କ୍ୟାମ୍ପରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । କେତେକ କର୍ମୀ ଏହାକୁ ସମର୍ଥନ କରୁଥିଲେ ସୁଦ୍ଧା ମନ୍ତ୍ରୀମଣ୍ଡଳରେ ଫଡ଼ନାଭିସ୍‌ଙ୍କ ଅନୁପସ୍ଥିତିକୁ ସହଜରେ ଗ୍ରହଣ କରି ପାରିନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.