ETV Bharat / bharat

'ଗାନ୍ଧୀ ପରିବାରର ଶାସନରେ ଆମେଠିରେ ପହଞ୍ଚିନି ବିକାଶ'

author img

By

Published : Sep 19, 2021, 6:30 PM IST

ଆମେଠିର ସମସ୍ତ ପରିବାର ନିକଟରେ ପହଞ୍ଚିନି ବିକାଶ । ଗାନ୍ଧୀ ପରିବାରର ଦୀର୍ଘ ପାଞ୍ଚ ଦଶନ୍ଧୀ ଧରି ଶାସନ କରିଛନ୍ତି କିନ୍ତୁ ଲୋକଙ୍କ ନିକଟରେ ମୌଳିକ ବିକାଶ ପହଞ୍ଚି ପାରିନାହିଁ ବୋଲି କହିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ଅଧିକ ପଢନ୍ତୁ...

Development not reached all families in Amethi despite Gandhis 'rule' for 5 decades: Smriti Irani
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ

ତିରୁଅନନ୍ତପୁରମ: ଆମେଠିର ସମସ୍ତ ପରିବାର ନିକଟରେ ପହଞ୍ଚିନି ବିକାଶ । ଗାନ୍ଧୀ ପରିବାରର ଦୀର୍ଘ ପାଞ୍ଚ ଦଶନ୍ଧୀ ଧରି ଶାସନ କରିଛନ୍ତି କିନ୍ତୁ ଲୋକଙ୍କ ନିକଟରେ ମୌଳିକ ବିକାଶ ପହଞ୍ଚି ପାରିନାହିଁ ବୋଲି କହିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ।

ଆରଏସଏସର ସେବା ଭାରତୀ 'ସେବା ସମର୍ପଣ' କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ସ୍ମୃତି ଇରାନୀ କହିଛନ୍ତି । ଆମେଠି ସଂସଦୀୟ କ୍ଷେତ୍ରର ଭିତର ଅଞ୍ଚଳରେ ସଂଗଠନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନାହିଁ । ଯେ ହେତୁ ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଇଣ୍ଟରନେଟ ସଂଯୋଗ କରାଯାଇନାହିଁ | ଏହାକୁ ନେଇ ସ୍ମୃତି ଇରାନୀ କହିଛନ୍ତ ଯେ ଆମେଠିରେ ଲୋକଙ୍କ ନିକଟରେ ମୌଳିକ ବିକାଶ ପହଞ୍ଚି ପାରିନାହିଁ । ଦୀର୍ଘ 5 ଦଶନ୍ଧି ଧରି ଗାନ୍ଧୀ ପରିବାରର ଶାସନ ସତ୍ତ୍ବେ ଆମେଠିରେ ସମସ୍ତ ପରିବାରରେ ବିକାଶ ହୋଇପାରିନାହିଁ ।

ଆମେଠିର ଭିତର ଅଞ୍ଚଳରେ ଗ୍ରାମରେ ଇଣ୍ଟରନେଟ ଯୋଗାଯୋଗ ସଂଯୋଗ ଏକ ଆହ୍ବାନ ଅଟେ। ଏହି ନିର୍ବାଚନମଣ୍ଡଳୀରେ ପାଞ୍ଚ ଦଶନ୍ଧି ଧରି ଗାନ୍ଧୀ ପରିବାର ଦ୍ବାରା ଶାସନ କରାଯାଇଥିଲା। କିନ୍ତୁ ସେଠାରେ କୌଣସି ଭିତ୍ତିଭୂମି ବିକାଶ କରାଯାଇନାହିଁ। ବିକାଶକୁ ସଂସଦୀୟ କ୍ଷେତ୍ରର ସମସ୍ତ ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଛି । ପ୍ରତ୍ୟେକ ଲୋକ ଆବଶ୍ୟକତା ଜାଣିବା ପାଇଁ ଗାଁରୁ ଗାଁକୁ ଯାଉଛୁ ବୋଲି ସ୍ମୃତି ଇରାନୀ କହିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଆମେଠି ସଂସଦୀୟ କ୍ଷେତ୍ରରେ ବିଜେପି ନେତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ପରାଜିତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.