ନୂଆଦିଲ୍ଲୀ: କିଛି ଦିନର ବିରତି ପରେ ପୁଣି ଘନ କୁହୁଡିରେ ଆଚ୍ଛାଦିତ ରାଜଧାନୀ ଦିଲ୍ଲୀ । ଆଜି (ଶୁକ୍ରବାର) ସକାଳୁ ପୁଣି ଦିଲ୍ଲୀରେ ପ୍ରବଳ କୁହୁଡି ପ୍ରବାହ ସହିତ ପ୍ରବଳ ଥଣ୍ତା ଅନୁଭୂତ ହୋଇଛି । ପ୍ରବଳ କୁହୁଡି କାରଣରୁ ସହରର କିଛି ଅଂଶ ଦୃଶ୍ୟମାନରେ ଅସୁବିଧା ଦେଖିବାକୁ ମିଳିଥିଲା । ଭାରତ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ ସକାଳ ୫ଘଣ୍ଟା ୩୦ମିନିଟ ସମୟରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନଥିଲା । କୁହୁଡି ପ୍ରବାହ କାରଣରୁ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ପଶ୍ଚିମ ହିମାଳୟ ଅଞ୍ଚଳ, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏବଂ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀ ଓ ଉତ୍ତର ରାଜସ୍ଥାନ ଉପରେ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଦେଖାଦେଇପାରେ । ସେହିପରି ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗ ଏବଂ ସିକ୍କିମରେ ଅତ୍ୟଧିକ ଘନ କୁହୁଡି ନେଇ IMD ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଗତ ଦୁଇଦିନ ଧରି(ଜାନୁଆରୀ ୨ ରୁ ଜାନୁୟାରୀ ୧୧) ପର୍ଯ୍ୟନ୍ତ ବାୟୁ ଗୁଣବତ୍ତା ସନ୍ତୋଷଜନକ ପରିସ୍ଥିତିରେ ରହିଥିବାବେଳେ ଜାନୁଆରୀ ୧୨ ତାରିଖରରେ ଗୁଣବତ୍ତା ନିମ୍ନ ଶ୍ରେଣୀକୁ ଖସିଥିଲା ଏବଂ ଆଜି ବାୟୁ ଗୁଣବତ୍ତା ସମ୍ପୁର୍ଣ୍ଣ ଭାବେ ବିଗିଡି ଯାଇଥିଲା ।