ETV Bharat / bharat

ଦଳିତଙ୍କ ପାଇଁ ନାହିଁ ସ୍ଥାୟୀ ଶ୍ମଶାନ, ରାସ୍ତାକଡ଼ରେ ହେଉଛି ଅନ୍ତିମ ସଂସ୍କାର - ତାମିଲନାଡୁରେ ଦଳିତଙ୍କ ପାଇଁ ନାହିଁ ସ୍ଥାୟୀ ଶ୍ମଶାନ

ତାମିଲନାଡୁ ଭିଲୁପୁରମ ଜିଲ୍ଲାରେ ଦଳିତଙ୍କୁ ଉପେକ୍ଷା । ଦିଆଯାଇନି ସ୍ଥାୟୀ ସମସ୍ୟା । ଫଳରେ ରାସ୍ତାକଡ଼, ନଦୀପଠାରେ ହେଉଛି ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ

ଦଳିତଙ୍କ ପାଇଁ ନାହିଁ ସ୍ଥାୟୀ ଶ୍ମଶାନ, ରାସ୍ତାକଡ଼ରେ ହେଉଛି ଅନ୍ତିମ ସଂସ୍କାର

author img

By

Published : May 22, 2022, 7:28 AM IST

ଚେନ୍ନାଇ: ତାମିଲନାଡୁ ଭିଲୁପୁରମ ଜିଲ୍ଲାର ବିକ୍ରାଭାଣ୍ଡି ନିକଟ କୋଟିୟମ୍ବୋନ୍ଦି ଗ୍ରାମରେ ଦଳିତ ପରିବାରକୁ ଉପେକ୍ଷା । ଏଯାଏଁ ସେମାନଙ୍କ ପାଇଁ ନାହିଁ ସ୍ଥାୟୀ ଶ୍ମଶାନ । ଫଳରେ ମୃତଦେହ ରାସ୍ତାକଡ଼, ନଦୀପଠା, ପୋଖରୀ କୂଳରେ ଅନ୍ତିମ ସଂସ୍କାର ହେଉଥିବା ଅଭିଯୋଗ ହେଉଛି । ଏଠାରେ ପ୍ରାୟ ୧୦ରୁ ଅଧିକ ଦଳତ ପରିବାର ଏବଂ ୫୦୦ ରୁ ଅଧିକ ଅନ୍ୟ ସମ୍ପ୍ରଦାୟ ବାସ କରନ୍ତି । ଦଳିତଙ୍କ ପାଇଁ ସ୍ଥାୟୀ ସମାଧି ସ୍ଥଳର ଅଭାବ ଯୋଗୁଁ ମୃତଦେହକୁ ହ୍ରଦ, ଝରଣା ଏବଂ ପୋଖରୀ ନିକଟରେ ପୋଡା ଯାଉଛି । ସ୍ଥାୟୀ ଶ୍ମଶାନ ସ୍ଥାପନ କରାଯାଇ ନ ଥିବାରୁ ଦଳିତମାନେ ଜିଲ୍ଲା କଲେକ୍ଟରଙ୍କ ନିକଟରେ ଅନେକ ଥର ଅଭିଯୋଗ କରିଆସୁଛନ୍ତି ।

ଏଭଳି ସ୍ଥିତିରେ ଗତ ମେ ୧୮ ତାରିଖରେ ରାତିରେ କୋଟିଆମ୍ବୋନ୍ଦି ଗାଁର ସତ୍ୟନାରାୟଣଙ୍କ ପତ୍ନୀ ଅମୁଥାଙ୍କର ଦେହାନ୍ତ ଘଟିଥିଲା । ଏହା ପର ଦିନ ଭିଲୁପୁରମ ରାଜସ୍ବ ଅଧିକାରୀମାନେ ତାଙ୍କ ମୃତଦେହକୁ ସମାଧି ଦେବା ପାଇଁ ଏକ ସ୍ଥାନ ଚୟନ କରି ତାଙ୍କ ମୃତଦେହକୁ ସମାଧି ଦେବାକୁ ଲାଗିଲେ । ଅନ୍ୟ ସମ୍ପ୍ରଦାୟ ଏହାକୁ ବିରୋଧ କରିଥିବା କୁହାଯାଉଛି । ଏହା ପରେ ଦଳିତ ଲୋକମାନେ ସ୍ଥାୟୀ ଶ୍ମଶାନ ସ୍ଥାପନ କରିବାକୁ ଦାବି କରିଥିଲେ । ରାଜସ୍ବ ଅଧିକାରୀଙ୍କ ଉପସ୍ଥିତିରେ ଦୁଇ ଦିନ ଧରି ଆଲୋଚନା ଚାଲିଥିଲା ।

ଏହା ପରେ ଆସନ୍ତା ୨୬ରେ ଏକ ଶାନ୍ତି ସଭା କରିବା ପାଇଁ ନିଷ୍ପତ୍ତି ହୋଇଛି । ସେପଟେ ନିଷ୍ପତ୍ତି ଅନୁସାରେ ଉକ୍ତ ମହିଳାଙ୍କ ମୃତଦେହ ସହରର ରାସ୍ତା କଡ଼ରେ ପୋଡିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ପୋଲିସର ସୁରକ୍ଷା ସହିତ ତାଙ୍କ ମୃତଦେହକୁ ପୋଡାଯାଇଛି । ଏହି ସମୟରେ ସେଠାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.