ETV Bharat / bharat

ଦିଲ୍ଲୀ ଡେଙ୍ଗୁରେ ଆଉ ୬ ମୃତ, ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

author img

By

Published : Dec 27, 2021, 3:53 PM IST

Updated : Dec 27, 2021, 5:08 PM IST

ଦିଲ୍ଲୀରେ ପୁଣି ଡେଙ୍ଗୁର କାୟା । ଗୋଟିଏ ଦିନରେ ୬ ମୃତ । ଆଜିର ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି । ଚଳିତବର୍ଷ ସଂକ୍ରମିତ ହେଲେଣି ପ୍ରାୟ ୧୦ ହଜାର । ଅଧିକ ପଢନ୍ତୁ

ଦିଲ୍ଲୀରେ ଡେଙ୍ଗୁରେ ଆଉ ୬ ମୃତ, ମୃତ୍ୟୁ ସଂଖ୍ୟା ୨୩ କୁ ବୃଦ୍ଧି

ନୂଆଦିଲ୍ଲୀ: ଆଜି (ସୋମବାର) ଦିଲ୍ଲୀରେ ଆଉ ୬ ଡେଙ୍ଗୁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ଚଳିତ ବର୍ଷର ମୋଟ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ସେହିପରି ଚଳିତବର୍ଷ ମୋଟ 9,500 ଆକ୍ରାନ୍ତ ହୋଇଥିବା ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଦିଲ୍ଲୀରେ ଡେଙ୍ଗୁ ୨୦୧୫ ମସିହାର ରେକର୍ଡ ଭାଙ୍ଗିଥିବାବେଳେ ଚଳିତ ବର୍ଷ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଲାଣି । ଗତ ଗୋଟିଏ ସପ୍ତାହରେ ୧୩୦ ନୂଆ କେସ ରେକର୍ଡ କରାଯାଇବା ସ୍ବାସ୍ଥ୍ୟ ବିଭାଗ କହିଛି । ୨୦୧୫ରେ ଦିଲ୍ଲୀରେ ଡେଙ୍ଗୁର ସର୍ବାଧିକ ଭୟାବହତା ଦେଖିବାକୁ ମିଳିଥିଲା । ସେହିବର୍ଷ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ବ ଦିଲ୍ଲୀବାସୀ ଡେଙ୍ଗୁରେ ସଂକ୍ରମିତ ହୋଇଥିଲେ । କୋରୋନାର ନୂଆ ଭ୍ୟାରିଏଣ୍ଟ ମଧ୍ୟ ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ଥିବାବେଳେ ଆଜି ଠାରୁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶାକୁ ବଢାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 27, 2021, 5:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.