ETV Bharat / bharat

ବିମୁଦ୍ରୀକରଣକୁ ପୂରିଲା ୫ବର୍ଷ, କଳା ଟଙ୍କା କାରବାରରେ ଲାଗିଥିଲା ବ୍ରେକ - ବିମୁଦ୍ରୀକରଣ ୫ବର୍ଷ

ନଭେମ୍ବର ୮, ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ ଟଙ୍କିଆ ଓ ୧୦୦୦ଟଙ୍କିଆ ନୋଟକୁ ଅଚଳ କରିଦେଇଥିଲେ । ଏହା ପରିବର୍ତ୍ତେ ନୂଆ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଗଲା । ଆଜି ବିମୁଦ୍ରୀକରଣକୁ ପୂରିଛି 5 ବର୍ଷ । ଅଧିକ ପଢନ୍ତୁ...

ବିମୁଦ୍ରୀକରଣ ୫ବର୍ଷ
ବିମୁଦ୍ରୀକରଣ ୫ବର୍ଷ
author img

By

Published : Nov 8, 2021, 9:49 AM IST

ହାଇଦ୍ରବାଦ: ୨୦୧୬ ନଭେମ୍ବର, ୮ ଅଚାନକ ଖବର ପ୍ରସାରିତ ହୁଏ ୫୦୦ଟଙ୍କିଆ ନୋଟ ଓ ୧୦୦୦ଟଙ୍କିଆ ନୋଟ ଆଉ ଚଳିବ ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ପୁରୁଣା ଟଙ୍କାକୁ ବଦଳାଇ ନୂଆ ଟଙ୍କା ଆଣିବାକୁ ବ୍ୟାଙ୍କ ଆଗରେ ଲାଗିଥାଏ ଲମ୍ବା ଧାଡି । ତାହା ନାମ ହିଁ ବିମୁଦ୍ରୀକରଣ । ଆଜି ଏହି ବିମୁଦ୍ରୀକରଣକୁ ୫ ବର୍ଷ ପୂରଣ ହୋଇଛି । ବିମୁଦ୍ରୀକରଣ ଦେବା ଫଳରେ ଡିଜିଟାଲ ମାଧ୍ୟରେ ଟଙ୍କା ନେଣଦେଣ ବଢିଛି । ଏହା ପରେ ବି କ୍ୟାସ ଓ ନଗଦ ଅର୍ଥ କାରବାର କରିବା ଲୋକମାନେ ଛାଡିନାହାନ୍ତି ।

ବିମୁଦ୍ରୀକରଣ ସମୟରେ ନଗଦ ଟଙ୍କାର ଅଭାବ ଥିଲା । ଅନେକ ବାହାଘର ଘୁଞ୍ଚିଛି , ସ୍ବାସ୍ଥ୍ୟ ସେବା ପ୍ରଭାବିତ ହେବା ସହ ପୁଞ୍ଜି ଅଭାବରୁ ଛୋଟ ବ୍ୟବସାୟ ବନ୍ଦ ହୋଇଗଲା ଏବଂ କାମ ଅଭାବରୁ ଶ୍ରମିକମାନେ ନିଜ ଘରକୁ ଫେରିଥିଲେ । ନଭେମ୍ବର ୮, ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦୦ଟଙ୍କିଆ ଓ ୧୦୦୦ଟଙ୍କିଆ ନୋଟକୁ ବିମୁଦ୍ରୀକରଣ ଘୋଷଣା କରିଥିଲେ । ବଜାରରେ ପ୍ରଚଳିତ ଥିବା ୫୦୦ ଓ ୧୦୦୦ଟଙ୍କିଆ ନୋଟକୁ ଅଚଳ କରି ଦିଆଯାଇଥିଲା । ଏହା ପରିବର୍ତ୍ତେ ନୂଆ ୫୦୦ ଟଙ୍କିଆ ଓ ୨୦୦୦ଟଙ୍କିଆ ନୋଟ ପ୍ରଚଳନ କରାଗଲା । ଡିଜିଟାଲ କାରବାରକୁ ବଢାଇବା, କଳା ଟଙ୍କା କାରବାର ଉପରେ ରୋକ ଲଗାଇବା, ଆତଙ୍କବାଦକୁ ଆର୍ଥିକ ସହାୟତା ସମାପ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ।

ବିମୁଦ୍ରୀକରଣ ହେବା ଦ୍ବାରା 1.3 ଲକ୍ଷ କୋଟି ଟଙ୍କା କଳା ଟଙ୍କା ଉଦ୍ଧାର ହୋଇଥିବା ସୂଚନା ଦେଇଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ପିୟୂଷ ଗୋଏଲ । ଅତି କମରେ 3 ରୁ4 ଲକ୍ଷ କୋଟି କଳା ଟଙ୍କାର ପର୍ଦ୍ଦାଫାସ କରିଥିଲେ ସରକାର । ଏଭଳି ହେବା ଦ୍ବାରା ଦେଶର ଅଣ ସଙ୍ଗଠିତ କ୍ଷେତ୍ରକୁ ଝଟକା ଲାଗିଥିଲା । ବିମୁଦ୍ରୀକରଣ ଆରମ୍ଭ ସମୟରେ ସାରା ଦେଶରେ 6.32 ଲକ୍ଷ ନକଲି ନୋଟ୍ ଜବତ ହୋଇଥିଲା । 2020 ରେ ମୋଟ 8,34,947 ନକଲି ଭାରତୀୟ ମୁଦ୍ରା ନୋଟ ଜବତ ହୋଇଥିବାବେଳେ 2019 ରେ 25 କୋଟି ଟଙ୍କା ମୂଲ୍ୟର 2,87,404 ନୋଟ ତୁଳନାରେ ଜବତ କରାଯାଇଛି । ଜବତ ହୋଇଥିବା ନୋଟ ମଧ୍ୟରୁ ସର୍ବାଧିକ ପରିମାଣ ମହାରାଷ୍ଟ୍ରରେ ଥିଲା (83.6 କୋଟି ଟଙ୍କା ନକଲି ମୁଦ୍ରା) ), ତା’ପରେ ଉତ୍ତରପ୍ରଦେଶ (3.9 କୋଟି ଟଙ୍କା) ଏବଂ ପଶ୍ଚିମବଙ୍ଗ (2.4 କୋଟି ଟଙ୍କା) ରହିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ବାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, 2020ରେ ନକଲି ଭାରତୀୟ ମୁଦ୍ରା ନୋଟ ଜବତ ହେବା 2019 ଠାରୁ 190.5 ପ୍ରତିଶତ ବୃଦ୍ଧି ଘଟିଛି ।

ବିମୁଦ୍ରୀକରଣ ହେବା ଦ୍ବାରା ଡିଜିଟାଲ ପେମେଣ୍ଟ ବଢିଛି । ସରକାରୀ ତଥ୍ୟ ଅନୁସାରେ ନେଟ୍ ବ୍ୟାଙ୍କିଙ୍କ ଏବଂ ଡିଜିଟାଣ ପେମେଣ୍ଟ ତ୍ବରାନ୍ବିତ ହୋଇଛି । ନ୍ୟାସନାଲ ପେମେଣ୍ଟସ କର୍ପୋରେଶନ ଅଫ ଇଣ୍ଡିଆର ୟୁପିଆଇ ନେଣଦେଶର ଏକ ପ୍ରମୁଖ ମାଧ୍ୟମ ପାଲଟିଛି । ଡିଜିଟାଲ ପେମେଣ୍ଟ ବଢିଲେ ବି ନଗଦ ପରିମାଣ ବୃଦ୍ଧି ହୋଇଛି । ଆରବିଆଇ ସୂଚନା ଅନୁସାରେ ୨୦୧୬ରେ ବଜାରରେ ୧୭.୯୭ ଲକ୍ଷ କୋଟି ନଗଦ କାରବାର ହୋଇଥିଲା । ଚଳିତ ବର୍ଷ ଏହି ୨୯.୧୭ ଲକ୍ଷ କୋଟି ଟଙ୍କା ଛୁଇଁଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.