ETV Bharat / bharat

ଜମ୍ମୁ କାଶ୍ମୀର ପାଇଁ ଅତିରିକ୍ତ ଆସନ ପ୍ରସ୍ତାବ, ଉଠିଲା ବିରୋଧ - Delimitation Commission propose

ଜାମ୍ମୁ ପାଇଁ ୬ଟି ଏବଂ କାଶ୍ମୀର ପାଇଁ ଗୋଟିଏ ଅତିରିକ୍ତ ବିଧାନସଭା ଆସନ ସୃଷ୍ଟି ପାଇଁ ପ୍ରସ୍ତାବ ଦେଲେ ଡେଲିମିଟେସନ କମିଶନ (Delimitation Commission) । ବିରୋଧ କଲେ ଓମାର ଅବଦୁଲ୍ଲା । ଅଧିକ ପଢନ୍ତୁ

ଜାମ୍ମୁ ପାଇଁ ୬ ଓ କାଶ୍ମୀର ପାଇଁ ୧ଟି ନୂତନ ଆସନ ଲାଗି ପ୍ରସ୍ତାବ ଦେଲେ କମିଶନ

author img

By

Published : Dec 21, 2021, 9:32 PM IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗ । ଜାମ୍ମୁ ପାଇଁ ୬ଟି ଏବଂ କାଶ୍ମୀର ପାଇଁ ଗୋଟିଏ ଅତିରିକ୍ତ ବିଧାନସଭା ଆସନ ପାଇଁ ପ୍ରସ୍ତାବ ଦେଲେ ଡେଲିମିଟେସନ କମିଶନ (Delimitation Commission) । ସୋମବାର ସୀମା ନିର୍ଦ୍ଧାରଣ ସଂକ୍ରାନ୍ତୀୟ ବୈଠକରେ କମିଶନ ନିଜର ୫ ସହଯୋଗୀ ସଦସ୍ୟଙ୍କ ସହ ଆଲୋଚନା ପରେ ଜାମ୍ମୁ-କାଶ୍ମୀରରେ ଏହି ଅତିରିକ୍ତ ଆସନ ସୃଷ୍ଟି ପାଇଁ ପ୍ରସ୍ତାବ ରଖିଛି ।

ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇ (justice Ranjana Prakash Desai)ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସୀମା ନିର୍ଦ୍ଧାରଣ ବୈଠକରେ ଜାମ୍ମୁ-କାଶ୍ମୀରର ୫ ଜଣ ଲୋକସଭା ସଦସ୍ୟ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ (Union Minister Jitendra Singh), ଜୁଗଳ କିଶୋର(Jugal Kishore) , ଏନସି ନେତା ଫାରୁକ ଅବଦୁଲ୍ଲା (National Conference leader Farooq Abdullah), ଜଷ୍ଟିସ ହସନୈନ ମସୁଦି ଏବଂ ମହମ୍ମଦ ଅକବର ଅଂଶଗ୍ରହଣ କରିଥିଲେ । ଏହି ଅତିରିକ୍ତ ଆସନ ବୃଦ୍ଧି ପ୍ରସ୍ତାବ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯିବା ସହ ଡିସେମ୍ବର ୩୧ ସୁଦ୍ଧା ଏହା ଉପରେ ଜବାବ ରଖିବାକୁ କୁହାଯାଇଛି ।

ପ୍ରଥମ ଥର ପାଇଁ କମିଶନ ST ବର୍ଗଙ୍କ ପାଇଁ ୯ଟି ଏବଂ SC ବର୍ଗଙ୍କ ୭ଟି ଆସନ ସଂରକ୍ଷଣ ପାଇଁ ପ୍ରସ୍ତାବ ଦେଇଛନ୍ତି । କହିରଖୁଛୁ କି, ବର୍ତ୍ତମାନ ସୁଦ୍ଧା ଜାମ୍ମୁ-କାଶ୍ମୀରରେ ST ଏବଂ SC ବର୍ଗଙ୍କ ପାଇଁ କୌଣସି ଆସନ ସଂରକ୍ଷଣ ନାହିଁ । ଯଦି ଏହି ସୁପାରିଶକୁ କାର୍ଯ୍ୟକାରୀ କରାଯାଏ ତେବେ ଜାମ୍ମୁରେ ମୋଟ ବିଧାନସଭା ଆସନ ସଂଖ୍ୟା ୪୩ ଏବଂ କାଶ୍ମୀରରେ ୪୭କୁ ବୃଦ୍ଧି ପାଇବ ।

ସେପଟେ ଏହି ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ନେଇ ରାଜନୈତିକ ବିବାଦ ମୁଣ୍ଡ ଟେକିଛି । ଏହି ପ୍ରସ୍ତାବ ଉପରେ ବିଭିନ୍ନ ଦଳ ଆପତ୍ତି ଉଠାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଏହାକୁ ବିରୋଧ କରିଛନ୍ତି । ୨୦୧୧ ଜନଗଣନା ଅନୁସାରେ କମିଶନଙ୍କ ଏହି ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.