ETV Bharat / bharat

Delhi's air quality: ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ସର୍ବକାଳୀନ ଖସିଲା, ଆଖି ଓ ନାକରେ ହେଉଛି ଜ୍ବଳନ - ଦିଲ୍ଲୀ ବାୟୁମଣ୍ଡଳ

ରାଜଧାନୀରେ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ସର୍ବକାଳୀନ ଖସିଲା । ପୋଡୁଛି ଆଖି ଓ ନାକ । ଆଣ୍ଟି-ସ୍ମଗ ଗନ ମେସିନରେ କରାଯାଉଛି ପାଣି ସ୍ପ୍ରେ । ଅଧିକ ପଢନ୍ତୁ

ଦିଲ୍ଲୀରେ ବାୟୁ ଗୁଣବତ୍ତାରେ ସର୍ବକାଳୀନ ଖସିଲା, ଆଖି ଓ ନାକରେ ହେଉଛି ଜ୍ବଳନ

author img

By ETV Bharat Odisha Team

Published : Oct 22, 2023, 9:47 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ଗୁଣବତ୍ତା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ଅପରାହ୍ନରେ ଦିଲ୍ଲୀ ସମେତ ଏନସିଆର ଓ ଉତ୍ତର ଭାରତର ଅନ୍ୟ କିଛି ସ୍ଥାନରେ ଏପରି ଅବସ୍ଥା ସୃଷ୍ଟି ହୋଇଛି । ଧୂଆଁ ହ୍ରାସ କରିବା ପାଇଁ ପାଣି ସ୍ପ୍ରେ ବ୍ୟବହାର ହେଉଥିବା ଗନ ମଧ୍ୟ ବ୍ୟବହାର କରାଯାଉଛି । ତେବେ ଏପରି ସ୍ଥିତିରେ ଆଖି ଓ ନାକରେ ଜ୍ବଳନ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଦିଲ୍ଲୀରେ ଏହି ସ୍ଥିତି ପ୍ରଥମ ନୁହେଁ । ପୂର୍ବରୁ ମଧ୍ୟ ପ୍ରାୟ ପ୍ରତିବର୍ଷ ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସ ପାଇବାର ନଜର ରହିଛି । ତେବେ ବିଶେଷ ଭାବେ ଶୀତଦିନେ ଏହି ସମସ୍ୟା ପ୍ରାୟତଃ ଦେଖାଯାଏ । ଉତ୍ତର ଭାରତୀୟ ରାଜ୍ୟ ହରିୟାଣା ଓ ପଞ୍ଜାବରେ ଚାଷୀ ଅମଳ କରିସାରିବା ପରେ କ୍ଷେତରେ ନିଆଁ ଲଗାଉଥିବା କାରଣରୁ ଏପରି ହୋଇଥିବା ଦେଖାଯାଏ ।

ଏହି ସମସ୍ୟାକୁ ପ୍ରତିହତ କରିବା ପାଇଁ ଦିଲ୍ଲୀରେ 2017 ମସିହାରୁ ଆଣ୍ଟି ସ୍ମଗ ଗନ(ASGs) ବ୍ୟବହାର କରାଯାଉଛି । ଏଥିରେ ଭ୍ରାମ୍ୟମାଣ ଯାନରେ ପାଣି ସ୍ପ୍ରେ କରି ବାୟୁମଣ୍ଡଳରେ ଥିବା ଧୂଳିକଣା ଓ ଅନ୍ୟାନ୍ୟ କଣିକାର ମାତ୍ରା ହ୍ରାସ କରିବା ପାଇଁ ପ୍ରୟାସ କରାଯାଉଛି । ଏକାଧିକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି ଯନ୍ତ୍ରକୁ ସ୍ଥାୟୀ ଭାବେ ଇନଷ୍ଟଲ ମଧ୍ୟ କରାଯାଉଛି । ତେବେ ଏପରି ସ୍ଥିତିରେ ଶାସକ୍ରିୟାରେ ସମସ୍ୟା ହେବା ପରେ ଆଖି, ନାକ ଓ ଚର୍ମ ପରି ସମ୍ବେଦନଶୀଳ ସ୍ଥାନରେ ଜ୍ବଳନ ମଧ୍ୟ ଅନୁଭବ ହୋଇଥାଏ । ଦୃଶ୍ୟମାନତା ମଧ୍ୟ ହ୍ରାସ ପାଇଥାଏ । ଯାହା ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।

ଏହା ମଧ୍ୟ ପଢନ୍ତୁ:- Cricket World Cup 2023 IND vs NZ: କୁହୁଡ଼ି ପାଇଁ ଅଧାରେ ଅଟକିଥିଲା ମ୍ୟାଚ୍‌

ତେବେ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ଓ୍ବେଦର ଫୋରକାଷ୍ଟିିଂ ରିସର୍ଚ୍ଚ (SAFAR)ର ତଥ୍ୟ ଅନୁସାରେ, ଗତକାଲି (ଶନିବାର) ବାୟୁ ଗୁଣବତ୍ତା ସୂଚକାଙ୍କରେ ଏହି ମାତ୍ରା 173 ଥିବା ବେଳେ ଆଜି ରବିବାର ଏହି ମାତ୍ରା 266 ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି । ତେବେ ସାମଗ୍ରୀକ ଭାବେ ଦିଲ୍ଲୀରେ ବାୟୁ ଗୁଣବତ୍ତା ହ୍ରାସ ପାଇଥିବା ବେଳେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଞ୍ଚଳରେ 330 ପଏଣ୍ଟ, ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ପରି ବ୍ୟସ୍ତବହୁଳ ଅଞ୍ଚଳରେ 313 ପଏଣ୍ଟ ରେକର୍ଡ ହୋଇଥିଲା । ଯାହା ଅତି ନିମ୍ନସ୍ତରର । ASGs ସୁପରଭାଇଜର ସଞ୍ଜୀବ କହିଛନ୍ତି, ସହରର ବିଭିନ୍ନ ସ୍ଥାନରେ ଦୈନିକ 5 ଥର ଏହି ମେସିନ ବ୍ୟବହାର କରି ପାଣି ସ୍ପ୍ରେ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.