ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତା ସାମାନ୍ୟ ସୁଧୁରିଛି ମାତ୍ର ସମ୍ପୂର୍ଣ୍ଣ ସୁଧିରିନି । ଆଜି ବି ଗୁରୁତର ରହିଛି ଦିଲ୍ଲୀ ବାୟୁ । ସୋମବାର ଅନେକ ସ୍ଥାନରେ ବାୟୁ ଗୁଣବତ୍ତା 235 ରହିଛି ବୋଲି ସାଫାର ପକ୍ଷରୁ ସୂଚନା ମିଳିଛି ।
ଦିଲ୍ଲୀ ବାୟୁ ଗୁଣବତ୍ତାରେ ସାମାନ୍ୟ ଉନ୍ନତି ଘଟିଛି ବୋଲି ଅନୁମାନ କରିଛି ବାୟୁ ଗୁଣବତ୍ତା ପାଣିପାଗ ପୂର୍ବାନୁମାନ ଏବଂ ଅନୁସନ୍ଧାନର ବ୍ୟବସ୍ଥା (ସାଫାର) । ଆସନ୍ତାକାଲି ପାଗରେ ପରିବର୍ତ୍ତନ ହେବ ବୋଲି କହିଛି ସାଫାର । ଏହା ସହିତ କିଛି ସ୍ଥାନରେ ବ୍ରଜପାତ ସହିତ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି ।
ରାଜସ୍ଥାନର ଭଦ୍ରା, ସିଦମୁଖ, ସାଦଲୁପୁର ଏବଂ ହରିଆଣାର ହନ୍ସି, ,ହିସାରା, ବରୱାନା ଆଦି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଅନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଶୀତ ଦିନ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଲାଗି ରହିଛି । ଏ ନେଇ ଦିଲ୍ଲୀବାସୀ ହନ୍ତସନ୍ତ ହୋଇଛନ୍ତି ।
@ANI