ETV Bharat / bharat

ବିଗୁଡୁଛି ଦିଲ୍ଲୀ ବାୟୁ, ଅଣନିଶ୍ବାସ ରାଜଧାନୀବାସୀ - ବିଷାକ୍ତ ହେଉଛି ରାଜଧାନୀ ଦିଲ୍ଲୀ

ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀ NCRରେ ବାୟୁର ଗୁଣବତ୍ତା ୩୯୦ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣର ମାତ୍ରା

author img

By

Published : Nov 12, 2021, 11:20 AM IST

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେଉଛି ରାଜଧାନୀ ଦିଲ୍ଲୀ । ଜାତୀୟ ରାଜଧାନୀ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା ବେଳେ ଚିନ୍ତାରେ ଦିଲ୍ଲୀବାସୀ । ଆଜି ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି । ଦିଲ୍ଲୀରେ ବାୟୁର ଗୁଣବତ୍ତା 390 ରେକର୍ଡ କରାଯାଇଛି । ସେହିପରି ଲୋଧୀ ରୋଡରେ 387, ଆଇଆଇଟି ଦିଲ୍ଲୀରେ 378 ଓ ଦିଲ୍ଲୀ ୟ୍ୟୁନିଭରସିଟିରେ ବାୟୁର ଗୁଣବତ୍ତା 400 ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି । ତେବେ ଆସନ୍ତା ୨ଦିନ ଦିଲ୍ଲୀ ପ୍ରଦୂଷଣର ମାତ୍ରା ବଢିବା ନେଇ ମଧ୍ୟ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ ତରଫରୁ ସୂଚନା ମିଳିଛି ।

ଆଜି ସକାଳ 5ଟା 30 ମିନିଟରେ ତାପମାତ୍ରା 13.5 ଡିଗ୍ରୀ ସେଲସିୟସ ଥିବା ଆଇଏମଡି ତରଫରୁ ସୂଚନା ମିଳିଛି । ଏନେଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣମାତ୍ରା ଯୋଗୁଁ ଏବେ ନିଶ୍ବାସ ପ୍ରଶ୍ବାସ ନେବାରେ ମଧ୍ୟ ବାଧା ସୃଷ୍ଟି ହେଉଛି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-5 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.