ETV Bharat / bharat

ଶାଢି ପିନ୍ଧିଥିଲେ ବୋଲି...ରେସ୍ତୋରାଁକୁ ଛାଡିଲେନି - ଆକ୍ୱିଲା ରେସ୍ତୋରାଁ

ଶାଢି ପିନ୍ଧିଥିବାରୁ ମହିଳାଙ୍କୁ ରେସ୍ତୋରାଁରେ ପ୍ରବେଶ କରିବାକୁ ଦେଲେ ନାହିଁ ରେସ୍ତୋରାଁ କର୍ମଚାରୀ । ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ଶାଢି ପିନ୍ଧି ଅପମାନିତ ହେଲେ ମହିଳା
ଶାଢି ପିନ୍ଧି ଅପମାନିତ ହେଲେ ମହିଳା
author img

By

Published : Sep 23, 2021, 8:29 AM IST

ନୂଆଦିଲ୍ଲୀ: ଭାରତୀୟ ନାରୀର ପରିଚୟ ଶାଢି । ହେଲେ ଶାଢିଙ୍କୁ ନେଇ ଏବେ ଜଣେ ମହିଳାଙ୍କୁ ଅପମାନିତ ହେବାକୁ ପଡିଛି । ଶାଢି ପିନ୍ଧିଥିବାରୁ ଅନିତା ଚୌଧୁରୀ ନାମକ ଜଣେ ମହିଳାଙ୍କୁ ରେସ୍ତୋରାଁରେ ପ୍ରବେଶ କରିବାକୁ ବାରଣ କରିଛନ୍ତି ରେସ୍ତୋରାଁ କର୍ମଚାରୀ । କାହିଁକିନା ଶାଢି ଏକ ସ୍ମାର୍ଟ ପୋଷାକ ନୁହଁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ଦକ୍ଷିଣ ଦିଲ୍ଲୀର ଆକ୍ୱିଲା ରେସ୍ତୋରାଁରେ ଘଟିଥିବା ବେଳେ ମହିଳା ଜଣଙ୍କ ଜନ୍ମଦିନ ପାର୍ଟ ପାଇଁ ହୋଟେଲ ବୁକ କରିବା ପରେ ସେପ୍ଟେମ୍ବର ୯ ତାରିଖରେ ହୋଟେଲକୁ ଯାଇଥିଲେ ।

ହେଲେ ମହିଳା ଜଣଙ୍କ ଶାଢି ପିନ୍ଧିଥିବାରୁ ତାଙ୍କୁ କର୍ମଚାରୀ ମାନେ ଅଟକାଇଥିଲେ ଏବଂ କହିଥିଲେ ଯେ ରେସ୍ତେରାଁ ଭିତରକୁ ଶାଢି ପିନ୍ଧିଯିବାକୁ ଅନୁମତି ନାହିଁ । ଏହା ପରେ ମହିଳା ଓ ହୋଟେଲ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭିଡିଓରେ ହୋଟେଲର ଜଣେ କର୍ମଚାରୀ କହୁଛନ୍ତି ଶାଢିକୁ ଏକ ସ୍ମାର୍ଟ ଏବଂ କାଜୁଆଲ ଭାବେ ଗଣନା କରାଯାଏ ନାହିଁ । ହୋଟେଲରେ କେବଳ ଯେଉଁ ମାନେ ସ୍ମାର୍ଟ କାଜୁଆଲ ପୋଷାକ ପରିଧାନ କରି ଆସିଥାନ୍ତି ସେମାନଙ୍କୁ ହିଁ ପ୍ରବେଶ କରିବାକୁ ଅନୁମତି ମିଳିଥାଏ । ଏହା ପରେ ମହିଳା ଜଣଙ୍କ କର୍ମଚାରୀଙ୍କୁ ଶାଢି କଣ ଏକ ସ୍ମାର୍ଟ ପୋଷାକ ନୁହଁ ବୋଲି ପ୍ରଶ୍ନକରି ଯୁକ୍ତିତର୍କ କରିଥିଲେ ।

ଏନେଇ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ରେସ୍ତୋରାଁ ତରଫରୁ ଏହାକୁ ଖଣ୍ଡନ କରାଯାଇଛି ଏବଂ କୁହାଯାଇଛି ଯେ ଯେଉଁ ଭିଡିଓଟି ଭାଇରାଲ ହୋଇଛି ତାହା ଅଧା ଭିଡିଓ । ଏହାର ପୁରା ଭିଡିଓ ଆମ ସିସିଟିଭିରେ କଏଦ ହୋଇଛି । ତେବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରୋସ୍ତୋରାଁକୁ ସମାଲୋଚନାର ଶିକାର ହେବାକୁ ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.