ETV Bharat / bharat

Delhi pollution: ଦିଲ୍ଲୀକୁ ପ୍ରକୃତିରାଣୀର ଆର୍ଶୀବାଦ, ବର୍ଷା ପାଇଁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି - ଦିଲ୍ଲାରେ ବର୍ଷା

ବାୟୂ ପ୍ରଦୂଷଣ ସମସ୍ୟାରେ ପେସି ହେଉଥିବା ରାଜଧାନୀବାସୀଙ୍କୁ ଆଶ୍ବସ୍ତି ମିଳିଛି । ଦିଲ୍ଲାରେ ବର୍ଷା ହୋଇଛି । ଅଧିକ ପଢନ୍ତୁ

delhi witnesses sudden change in weather

author img

By ETV Bharat Odisha Team

Published : Nov 10, 2023, 11:49 AM IST

delhi witnesses sudden change in weather

ନୂଆଦିଲ୍ଲୀ: ସ୍ଥିତି ଅଣାୟତ ଥିଲା । ବାୟୁ ପ୍ରଦୂଷଣ ପାଇଁ ଅସ୍ତବ୍ୟସ୍ତ ଥିଲା ଜୀବନ । କଲବଲ ହେଉଥିଲେ ଦିଲ୍ଲୀବାସୀ । ଘରୁ ବାହାରିବାକୁ ମୁସ୍କିଲ ହୋଇ ପଡ଼ିଥିଲା । ନିଶ୍ବାସପ୍ରଶ୍ବାସରେ କଷ୍ଟ ଅନୁଭବ କରୁଥିଲେ ରାଜଧାନୀବାସୀ । ପ୍ରଦୂଷଣରେ ଚର୍ମ, ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା । ବର୍ଷା ଏକାମାତ୍ର ଭରସା ଥିବାବେଳେ କୃତ୍ରିମ ବର୍ଷା କରାଯିବା ନେଇ ସରକାର ଯୋଜନା କରୁଥିଲେ । ହେଲେ ପ୍ରକୃତିରାଣୀ ଆର୍ଶୀବାଦ କରିଛି । ଦିଲ୍ଲୀକୁ ସାହା ହୋଇଛି ବର୍ଷା । ଦିଲ୍ଲାରେ ଅଚାନକ ବର୍ଷା ହୋଇ ପାଗରେ ପରିବର୍ତ୍ତନ ହୋଇଛି ।

ଏହା ବି ପଢନ୍ତୁ...Delhi air pollution: ବିଷ ବଳୟରେ ଦିଲ୍ଲୀ, 10 ଯାଏଁ ସ୍କୁଲ ଛୁଟି

ବର୍ଷା ହେବାରୁ ପ୍ରଦୂଷଣରୁ ଦିଲ୍ଲାବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦିଲ୍ଲୀ ଓ ନୋଏଡାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ସାମାନ୍ୟ ବର୍ଷା ହେବା ପରେ ଭାସମାନ ପ୍ରଦୂଷଣ ମାନ କଣିକା ତଳକୁ ଖସି ଆସିଛି । ଫଳରେ ବାୟୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି ଲାଭ କରିଛି ଦିଲ୍ଲୀବାସୀ । ବର୍ଷା ହେବାରୁ ଏକ୍ୟୁଆଇ 400ରୁ କମି 100ରେ ପହଞ୍ଚିଛି ।

ରାଜଧାନୀ ଦିଲ୍ଲୀରେ ଦେଖାଦେଇଥିବା ଉତ୍କଟ ବାୟୁ ପ୍ରଦୂଷଣ ସଙ୍କଟକୁ ମୁକାବିଲା କରିବା ପାଇଁ କୃତ୍ରିମ ବର୍ଷା କରାଇବା ଉପରେ ଦିଲ୍ଲୀ ସରକାର ବିଚାର ବିମର୍ଶ ଆରମ୍ଭ କରୁଥିଲେ । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ କ୍ଲାଉଡ୍‌ ସିଡିଂ ବା କୃତ୍ରିମ ବର୍ଷା ନେଇ ଚିନ୍ତା କରାଯାଉଥିଲା । ଏଥିପାଇଁ ଭାରତୀୟ ପ୍ରଧ୍ୟୋଗିକ ସଂସ୍ଥାନ (IIT) କାନପୁରର ସହଯୋଗ ନେଇଥିଲେ ଦିଲ୍ଲୀ ସରକାର । କୃତ୍ରିମ ଉପାୟରେ ଦିଲ୍ଲୀ ଓ ଏନ୍‌ସିଆର୍‌ରେ ବର୍ଷା କରାଇବା ଫଳରେ ବାୟୁମଣ୍ଡଳରେ ବୁଲୁଥିବା ବିଷାକ୍ତ କଣିକାକୁ ହ୍ରାସ କରିବା ଉପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆସନ୍ତା 20 କିମ୍ବା 21 ତାରିଖରେ ଦିଲ୍ଲୀରେ କୃତ୍ରିମ ବର୍ଷା କରାଯିବା ନେଇ ସୂଚନା ମିଳିଥିଲା । ମାତ୍ର ଏବେ ରାଜଧାନୀବାସୀଙ୍କୁ ପ୍ରକୃତିରାଣୀ ସାହା ହୋଇଛି । ଅଚାନକ ବର୍ଷା ହେବାରୁ ପାଗରେ ପରିବର୍ତ୍ତନ ହୋଇଛି ଏବଂ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ମିଳିଛି ।

ଏହା ବି ପଢନ୍ତୁ...Delhi pollution: ପ୍ରଦୂଷଣ ରୋକିବ କୃତ୍ରିମ ବର୍ଷା, ନିଆଯାଉଛି IIT କାନପୁରର ସହଯୋଗ

ଦିଲ୍ଲୀରେ ପ୍ରଦୂଷଣ କାରଣରୁ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଛି । ଶିଶୁ ଓ ବୟସାଧିକ ବର୍ଗ ପାଇଁ ଏହି ସମସ୍ୟା ଅତି ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି । ପୁରୁଣା ଗାଡ଼ି ଚଳାଚଳ ବନ୍ଦ କରିବା ସହ ନିକଟରେ ଅଡ୍‌-ଇଭିନ୍‌ ଫର୍ମୁଲାରେ ମଧ୍ୟ ଗାଡ଼ି ଗଡିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲ୍‌ ମଧ୍ୟ ବନ୍ଦ ରହିଛି । ତେବେ ବର୍ଷା ହେବାରୁ ରାଜଧାନୀବାସୀଙ୍କୁ ଆଶ୍ୱସ୍ତି ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.