ETV Bharat / bharat

ଖରାପ ବ୍ୟବହାର କଲା ଡେଟିଂ ଆପ୍‌ର ବନ୍ଧୁ, ୪ର୍ଥ ମହଲାରୁ ଡେଇଁଲେ ଛାତ୍ର

ଦିଲ୍ଲୀର ଉତ୍ତର ପଶ୍ଚିମାଞ୍ଚଳରେ ଡେଟିଂ ଆପ୍‌ରେ ଏକ ବନ୍ଧୁ କରିଥିଲେ ଜଣେ ଛାତ୍ର । ମାତ୍ର ଶେଷରେ ସେହି ଛାତ୍ର ପାଇଁ ସେ ୪ର୍ଥ ମହଲାରୁ ଡେଇଁ ପଡିଥିବା ଜଣାପଡ଼ିଛି (Delhi University student jumped from fourth floor) । ଅଧିକ ପଢନ୍ତୁ

author img

By

Published : Dec 23, 2022, 10:29 PM IST

Delhi University student jumped
Delhi University student jumped

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମାଞ୍ଚଳ ଦିଲ୍ଲୀର ମୁଖର୍ଜୀ ନଗର ଥାନା ଅଞ୍ଚଳରେ ଛାତରୁ ଡେଇଁଲେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଛାତ୍ର । ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଦିଲ୍ଲୀ ପୋଲିସ ଉଦ୍ଧାର କରିଛି । ଡେଟିଂ ଆପ୍‌ରେ ଯୋଗାଯୋଗ ପରେ ତାଙ୍କର ବନ୍ଧୁ ସାଜିଥିବା ଅନ୍ୟ ଜଣେ ଛାତ୍ର ଖରାପ ବ୍ୟବହାର କରିବାରୁ ସେ ୪ର୍ଥ ମହଲାରୁ ଡେଇଁଥିବା ଜଣାପଡ଼ିଛି (Delhi University student jumped from fourth floor) । ପୋଲିସ ଅଭିଯୁକ୍ତ ଛାତ୍ରକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

ମିଳିଥିବା ସୂଚନା ଅନୁସାରେ ଉକ୍ତ ରାସ୍ତା ଦେଇ ଯାଉଥିବା ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ଛାତ୍ରଙ୍କୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଙ୍କୁ ଚିକିତ୍ସା ପାଇଁ ଜାହାଙ୍ଗୀରପୁରୀସ୍ଥିତ ବିଜେଆରଏମ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଥିବାବେଳେ ଦୋଷୀ ସାବ୍ୟସ୍ତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ଏହା ବି ପଢନ୍ତୁ-DIVORCE: ସ୍ୱାମୀ ଦେଲାନି ବ୍ୟୁଟିପାର୍ଲର ଖର୍ଚ୍ଚ, ଛାଡ଼ପତ୍ର ଦେଲେ ପତ୍ନୀ

ଉତ୍ତର ପଶ୍ଚିମ ଜିଲ୍ଲାର ଡିସିପି ଉଷା ରଙ୍ଗନାନି କହିଛନ୍ତି ଯେ ଏହି ରାସ୍ତାରେ ମୁଖାର୍ଜୀ ନଗର ଅଞ୍ଚଳରେ ଜଣେ ଛାତ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ସୂଚନା ମିଳିଥିଲା । ଘଟଣାଟି ଗତ ଡିସେମ୍ବର ୨୧ରାତିରେ ଘଟିଥିଲା । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଆହତ ଛାତ୍ର ମୁଖାର୍ଜୀ ନଗର ଅଞ୍ଚଳରେ ଏକ ପିଜିରେ ରହେ । ସେ ଏକ ଡେଟିଂ ଆପ୍ ଜରିଆରେ ଅନ୍ୟ ଏକ ଯୁବକ ସହିତ ବନ୍ଧୁତା କରିଥିଲା । ଉଭୟଙ୍କ ମଧ୍ୟରେ ଲଗାତାର ଚାଟିଂ ମଧ୍ୟ ହେଉଥିଲା । ସେ ମଧ୍ୟ ମୁଖାର୍ଜୀ ନଗର ଅଞ୍ଚଳରେ ଭଡ଼ାରେ ମଧ୍ୟ ରହୁଥିଲା ।

ଉକ୍ତ ଯୁବକ ଜଣକ ଆହତ ଛାତ୍ରକୁ ଭେଟିବା ଲାଗି ଡାକିଥିଲା । ଏଥିଲାଗି ଆହତ ଛାତ୍ର ଜଣକ ତାଙ୍କ ଘରକୁ ଯାଇଥିଲା । ସେ ଯିବା ପୂର୍ବରୁ ସେଠାରେ ୨ରୁ ୩ ଜଣ ଯୁବକ ପାର୍ଟି କରୁଥିଲେ । ଏହାପରେ ଏହି ପୀଡ଼ିତ ଛାତ୍ର ଜଣକ ସେଠାରେ ପହଞ୍ଚିବା ପରେ ସେମାନେ ତା' ସହିତ ଖରାପ ବ୍ୟବହାର କରିଥିଲେ । ଏହାପରେ ପୀଡ଼ିତ ଛାତ୍ର ଜଣକ ସେଠାରୁ ପଳାଇ ଆସିବାକୁ ଉଦ୍ୟମ କଲା ବେଳେ ସେମାନେ ତାକୁ ଅଟକାଇଥିଲେ । ଏହାପରେ ସେ ଛାତ ଉପରେ ଡେଇଁଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.