ETV Bharat / bharat

Delhi: ବିଦେଶୀ ନାଗରିକଙ୍କଠୁ ଲାଞ୍ଚ ନେଲେ ଦିଲ୍ଲୀ ଟ୍ରାଫିକ ପୋଲିସ, ଧରା ପକାଇଲା କ୍ୟାମେରା - ବିଦେଶୀଙ୍କ ଠାରୁ ଲାଞ୍ଚ ନେଲା ଦିଲ୍ଲୀ ପୋଲିସ

କୋରିଆ ନାଗରିକଙ୍କଠାରୁ ଲାଞ୍ଚ ନେଇ କ୍ୟାମେରାରେ ଧରାପଡ଼ିଲେ ଦିଲ୍ଲୀ ଟ୍ରାଫିକ ପୋଲିସ କର୍ମଚାରୀ । କାର୍ଯ୍ଯରୁ ନିଲମ୍ବିତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କୋରିଆ ନାଗରିକଙ୍କଠୁ ଲାଞ୍ଚ ନେଲା ଦିଲ୍ଲୀ ଟ୍ରାଫିକ ପୋଲିସ, ଜଣେ ନିଲମ୍ବିତ

author img

By

Published : Jul 23, 2023, 10:08 PM IST

ନୂଆଦିଲ୍ଲୀ: ‘ଅତିଥି ଦେବୋ ଭବଃ’ ମନ୍ତ୍ରକୁ ଗୁରୁତ୍ବ ଦେଇ ଦେଶରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନାନା କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି । ହେଲେ ଦିଲ୍ଲୀ ଟ୍ରାଫିକ ପୋଲିସର ଏକ ଘୃଣ୍ୟ କାର୍ଯ୍ୟ ସମସ୍ତଙ୍କୁ ଲଜ୍ଜିତ କରିଛି । ଜଣେ କୋରିଆ ନାଗରିକଙ୍କଠାରୁ 5 ହଜାର ଟଙ୍କା ଲାଞ୍ଚ ନେଇ କ୍ୟାମେରାରେ ଧରାପଡିଛନ୍ତି ଦିଲ୍ଲୀ ଟ୍ରାଫିକ ପୋଲିସର ଜଣେ ଅଧିକାରୀ । ଏହି ଲାଞ୍ଚ ନେବା ସମୟର ଭିଡିଓ କୋରିଆ ନାଗରିକ ଚଳାଉଥିବା କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସମ୍ପୃକ୍ତ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି ।

  • 1.34 मिलियन सब्सक्राइबर वाला कोरियन भ्राता दिल्ली घूमने आए तो क्या हुआ देखे:..

    कैसे एक गरीब पुलिस वाला बिना मशीन, पेन और कैमरा के चलान काटके देश का नाम रोशन कर रहा है।

    दिल्ली की @g20org की पूरी तैयारी के लिए 🧵 थ्रेड देखे।@DelhiComplaint @LtGovDelhi @CPDelhi @ArvindKejriwal https://t.co/ge409Pn2ja pic.twitter.com/SFALm3bGqC

    — Crime Free Delhi (@CrimeFreeDelhi1) July 21, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, କୋରିଆରୁ ଭାରତ ଆସିଥିବା ଏହି ବିଦେଶୀ ନାଗରିକ ଜଣେ ପେଶାଦାର ୟୁଟ୍ୟୁବର । ସେ ଏକ କାର ଭଡାରେ ନେଇ ଦିଲ୍ଲୀ ପରିଦର୍ଶନରେ ବାହାରିଥିଲେ । ଏହି ସମୟରେ କୌଣସି କାରଣବଶତଃ ଦିଲ୍ଲୀ ଟ୍ରାଫିକ ପୋଲିସର ଜଣେ କର୍ମଚାରୀ ତାଙ୍କୁ ରୋକିବା ସହ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ତାଙ୍କଠାରୁ ଲାଞ୍ଚ ମାଗିଥିଲେ । କୋରିଆ ନାଗରିକ ତାଙ୍କୁ 5ଶହ ଟଙ୍କା ଦେଇଥିଲେ । ହେଲେ 5ଶହ ନୁହେଁ ବରଂ କୋର୍ଟ ଫାଇନ ବାବାଦକୁ 5 ହଜାର ଟଙ୍କା ଦେବାକୁ ଅଧା ଇଂରାଜୀରେ ସମ୍ପୃକ୍ତ ଟ୍ରାଫିକ ପୋଲିସ କର୍ମୀ କହିଥିଲେ ।

ଫଳରେ ବିଦେଶୀ ଯୁବକଜଣଙ୍କ 5 ହଜାର ନଗଦ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ । ବିନା କୌଣସି ସରକାରୀ ଚାଲାଣ କିମ୍ବା ରସିଦ ବିନା ଟ୍ରାଫିକ ପୋଲିସ ବାବୁ ଜଣଙ୍କ ବିଦେଶୀ ନାଗରିକଙ୍କଠାରୁ ଟଙ୍କା ନେଇ ତାଙ୍କ ସହ ହାତ ମିଳାଇ ଚାଲିଯାଇଥିଲେ । ହେଲେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ ପାଇଁ ଭିଡିଓ ସୁଟ୍‌ କରିବା ଉଦ୍ଦେଶ୍ୟରେ ବିଦେଶୀ ନାଗରିକ ଜଣକ କାରରେ ଲଗାଇଥିବା କ୍ୟାମେରାରେ ଏ ସମସ୍ତ ଦୃଶ୍ୟ ରେକର୍ଡ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-ଚାକିରି ବର୍ଷେ ପୂରିନି, ପ୍ରଥମ ପୋଷ୍ଟିଂରେ ଲାଞ୍ଚ ନେଇ ଧରାପଡ଼ିଲେ

ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ବିଦେଶୀ ୟୁଟ୍ୟୁବରଙ୍କ ଚ୍ୟାନେଲର ସବସ୍କ୍ରାଇବର ସଂଖ୍ୟା 1.34 ମିଲିୟନ ରହିଛି । ସେ ଏହି ଭିଡିଓ ନିଜ ଚ୍ୟାନେଲରେ ଅପଲୋଡ୍‌ କରିବା ପରେ ଦିଲ୍ଲୀ ଟ୍ରାଫିକ ପୋଲିସର ଏହି ଘୃଣ୍ୟ କାର୍ଯ୍ୟ ପଦାରେ ପଡ଼ିଥିଲା । ବହୁ ସୋସିଆଲ ମିଡ଼ିଆ ୟୁଜର୍ସ ଏହି ଭିଡିଓର ଲାଞ୍ଚ ନେବା କ୍ଲିପ୍‌କୁ ଟ୍ବିଟରରେ ସେୟାର କରି ଦିଲ୍ଲୀ ପୋଲିସକୁ ଟ୍ରୋଲ୍‌ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପରେ ଏହି ଲାଞ୍ଚୁଆ ଟ୍ରାଫିକ କର୍ମଚାରୀଙ୍କୁ ଚିହ୍ନଟ ମଧ୍ୟ କରାଯାଇଥିଲା । ତାଙ୍କ ନାମ ମହେଶ ଚାନ୍ଦ ବୋଲି ଜଣାପଡିଛି ଓ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.