ETV Bharat / bharat

ଗଡକରୀଙ୍କ ଦାବି, ଆଗାମୀ ୩ ବର୍ଷରେ ଜଳ-ବାୟୁ-ଶବ୍ଦ ପ୍ରଦୂଷଣ ମୁକ୍ତ ହେବ ଦିଲ୍ଲୀ - Union Minister Nitin Gadkari

ଆଗାମୀ 2023 ସୁଦ୍ଧା ଭାରତର ମୁଣ୍ଡବିନ୍ଧାର କାରଣ ସାଜିଥିବା ଦିଲ୍ଲୀର ପ୍ରଦୂଷଣ ଦୂର କରିବାକୁ ଅଣ୍ଟାଭିଡିଛନ୍ତି ସରକାର । ଦିଲ୍ଲୀର ପାଣି, ବାୟୁ ଏବଂ ଶବ୍ଦ ପ୍ରଦୂଷଣ ସମସ୍ୟା ସବୁଦିନ ପାଇଁ ହଟିବ ବୋଲି କହିଛନ୍ତି ମନ୍ତ୍ରୀ ଗଡକରୀ । ଅଧିକ ପଢନ୍ତୁ...

ଗଡକରୀଙ୍କ ଦାବି, ଆଗାମୀ ୩ ବର୍ଷରେ ବାୟୁ-ଜଳ-ଶବ୍ଦ ପ୍ରଦୂଷଣ ମୁକ୍ତ ହେବ ଦିଲ୍ଲୀ

author img

By

Published : Sep 30, 2021, 5:53 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବୃଦ୍ଧି ପାଉଛି ବାୟୁପ୍ରଦୂଷଣ । ମାର୍ଚ୍ଚ ମାସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶ୍ବର ୫ଟି ସର୍ବାଧିକ ଜନବହୁଳ ସହରରେ ୧ ଲକ୍ଷ ୬୦ ହଜାର ଲୋକ ଅସମୟରେ ପ୍ରାଣ ହରାଇଥିଲେ । ଏହାର ମୁଖ୍ୟ କାରଣ ହେଉଛି ଭୀଷଣ ବାୟୁ ପ୍ରଦୂଷଣ । ଦିଲ୍ଲୀରେ ହିଁ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁସଂଖ୍ୟା ସବୁଠାରୁ ଅଧିକ । ଦିଲ୍ଲୀରେ ୫୪ ହଜାର ଲୋକଙ୍କ ବାୟୁ ପ୍ରଦୂଷଣ ଜନିତ ରୋଗରେ ମୃତ୍ୟୁ ହୋଇସାରିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।

କେବଳ ବାୟୁ ନୁହେଁ, ଜଳ ଓ ଶବ୍ଦ ପ୍ରଦୂଷଣ ମଧ୍ୟ ଦିଲ୍ଲୀବାସୀକୁ ଅସ୍ତବ୍ୟସ୍ତ କରୁଛି । ଏହାରି ମଧ୍ୟରେ ପ୍ରଦୂଷଣ ରୋକିବା ଦିଗରେ ବଡ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଆଗାମୀ ୩ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣ ମୁକ୍ତ ହେବ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଆଗାମୀ 2023 ସୁଦ୍ଧା ଭାରତର ମୁଣ୍ଡବିନ୍ଧାର କାରଣ ସାଜିଥିବା ଦିଲ୍ଲୀର ପ୍ରଦୂଷଣ ଦୂର କରିବାକୁ ଅଣ୍ଟାଭିଡିଛନ୍ତି ସରକାର । ଦିଲ୍ଲୀର ପାଣି, ବାୟୁ ଏବଂ ଶବ୍ଦ ପ୍ରଦୂଷଣ ସମସ୍ୟା ସବୁଦିନ ପାଇଁ ହଟିବ ବୋଲି କହିଛନ୍ତି ମନ୍ତ୍ରୀ ଗଡକରୀ । ଏହା ସହ, ବିଶ୍ବ ଦେଖିବ ଭାରତର ଶକ୍ତି । ଅସମ୍ଭବ ସଦୃଶ ସମସ୍ତ ସମସ୍ୟାକୁ ଯେ ଦୂର କରାଯାଇପାରେବ, ତାର ମଧ୍ୟ ଆତ୍ମବିଶ୍ବାସ ବଢିବ ବୋଲି ଗଡକରୀ ଜୋର ଦେଇ କହିଛନ୍ତି ।

ଗଡକରୀ କହିଛନ୍ତି, ଆସନ୍ତା ତିନି ବର୍ଷ ମଧ୍ୟରେ ସରକାର ଦେଶର ରାଜଧାନୀକୁ ବାୟୁ, ଜଳ ଏବଂ ଶବ୍ଦ ପ୍ରଦୂଷଣରୁ ମୁକ୍ତ କରିବେ । ପ୍ରଦୂଷଣ ଦେଶ ପାଇଁ ସବୁଠାରୁ ବଡ ଚିନ୍ତା । ଶିଳ୍ପ ସଂସ୍ଥା PHDCCI ର ବାର୍ଷିକ ଅଧିବେଶନକୁ ସମ୍ବୋଧିତ କରି ସଡକ ପରିବହନ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ମନ୍ତ୍ରଣାଳୟ ସଡକ ଭିତ୍ତିଭୂମି ବିକାଶ ପାଇଁ 60,000 କୋଟି ଟଙ୍କା ଖର୍ଚ୍ଚ କରିଛି । ଏହା ଏକ ପ୍ରୟାସ ଯାହା ଦିଲ୍ଲୀର ବାୟୁ ପ୍ରଦୂଷଣକୁ ହ୍ରାସ କରିବାରେ ମଧ୍ୟ ସାହାୟକ ହେବ ।

ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଏବଂ ଶବ୍ଦ ପ୍ରଦୂଷଣ ଦେଶ ପାଇଁ ପ୍ରମୁଖ ଚିନ୍ତାର ବିଷୟ। ଆସନ୍ତା ତିନି ବର୍ଷ ମଧ୍ୟରେ ଆମେ ଦିଲ୍ଲୀକୁ ବାୟୁ, ଜଳ ଏବଂ ଶବ୍ଦ ପ୍ରଦୂଷଣରୁ ମୁକ୍ତ କରିବୁ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ସମସ୍ତ କଣ୍ଟେନର ଡିପୋ ଏବଂ 1,700 ଗୋଦାମ ଦିଲ୍ଲୀରୁ ସ୍ଥାନାନ୍ତର ପାଇଁ ଏକ ପ୍ରସ୍ତାବ ଉପରେ ସଡକ ପରିବହନ ମନ୍ତ୍ରଣାଳୟ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଆସନ୍ତା 15 ଦିନ ମଧ୍ୟରେ ଆମେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଙ୍କ ସହ ଆଲୋଚନା କରିବୁ ।

ଗଡକରୀ ଏହା ମଧ୍ୟ କହିଛନ୍ତି ଯେ ସଡକ ପରିବହନ ମନ୍ତ୍ରଣାଳୟ ମଧ୍ୟ 1 ଲକ୍ଷ କୋଟି ଟଙ୍କାର ଲଜିଷ୍ଟିକ୍ ପାର୍କ ନିର୍ମାଣ କରୁଛି । ଦିଲ୍ଲୀରେ ସାଧାରଣ ପରିବହନ ଉଦ୍ଦେଶ୍ୟରେ କେବଳ ବୈଦ୍ୟୁତିକ ବସ୍ ଚଳାଇବା ପାଇଁ ସେ କେଜ୍ରିୱାଲଙ୍କୁ ନିଜର ପ୍ରସ୍ତାବ ଦେଇଥିବା ବୋଲି ମନ୍ତ୍ରୀ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.