ETV Bharat / bharat

ଦିଲ୍ଲୀରେ ୭୬ ବର୍ଷର ରେକର୍ଡ ଭାଙ୍ଗିଲା ଗରମ - ୭୬ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ଗରମ

ଦିଲ୍ଲୀରେ ୭୬ ବର୍ଷର ରେକର୍ଡ ଭାଙ୍ଗିଲା ଗରମ । ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ସର୍ବାଧିକ 40.1 ଡିଗ୍ରୀ ସେଲସିୟସ ରେକର୍ଡ କରିଛି ପାରଦ, ଯାହା ୧୯୪୫ ପରେ ପ୍ରଥମ ଥର ଦିଲ୍ଲୀରେ ଏଭଳି ଗରମ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ୭୬ ବର୍ଷର ରେକର୍ଡ ଭାଙ୍ଗିଲା ଗରମ
ଦିଲ୍ଲୀରେ ୭୬ ବର୍ଷର ରେକର୍ଡ ଭାଙ୍ଗିଲା ଗରମ
author img

By

Published : Mar 30, 2021, 7:43 AM IST

ନୂଆଦିଲ୍ଲୀ: ମାର୍ଚ୍ଚ ମାସ ଶେଷ ହେବା ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀର ହାଲ ବେହାଲ । ୭୬ ବର୍ଷର ରେକର୍ଡ ଭାଙ୍ଗିଛି ଦିଲ୍ଲୀରେ ଗରମ । ଜାତୀୟ ରାଜଧାନୀ ଦିଲ୍ଲୀରେ ସୋମବାର ସର୍ବାଧିକ 40.1 ଡିଗ୍ରୀ ସେଲସିୟସ ରେକର୍ଡ କରିଛି ପାରଦ, ଯାହା ୧୯୪୫ ପରେ ପ୍ରଥମ ଥର ଦିଲ୍ଲୀରେ ଏଭଳି ଗରମ ଅନୁଭୂତ ହୋଇଛି । ଆଇଏମଡି ଅନୁସାରେ ଦିଲ୍ଲୀରେ ୨୯ ମାର୍ଚ୍ଚରେ ପାରଦ ୪୦.୧ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିଲା । ଏମିତି ୭୬ ବର୍ଷ ମଧ୍ୟରେ କେବେ ହୋଇନଥିଲା। ପାଣିପାଗ ବିଭାଗ ଅନୁସାରେ ମଙ୍ଗଳାବାର ଦିଲ୍ଳୀବାସୀଙ୍କୁ ଆଶ୍ବସ୍ତି ମିଳିପାରେ।

ଗତ ସପ୍ତାହେ ହେଲା ପାରଦ ବଢ଼ିବାରେ ଲାଗିଛି । ଗତ ସପ୍ତାହରେ ଦିଲ୍ଲୀର ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ଥିଲା ବେଳେ ପରେ ବଢ଼ିଥିଲା । ତେବେ ସୋମବାର ନଜାଫଗଡରେ ସର୍ବାଧିକ ତାପମାତ୍ରା 41.8 ଡିଗ୍ରୀ ସେଲସିୟସ, ନରେଲା 41.7 ଡିଗ୍ରୀ ସେଲସିୟସ, ପିତାମ୍ପୁରା 41.6 ଏବଂ ପୁସା 41.5 ଡିଗ୍ରୀ ସେଲସିୟସ ଥିଲା ବୋଲି ଆଇଏମଡି କହିଛି । ଏଥି ସହିତ ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ତିନି ଡିଗ୍ରୀ ଅଧିକ ଅର୍ଥାତ 20.6 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ପୂରା ବିଶ୍ବରେ ଗ୍ଲୋବାଲ୍‌ ଓ୍ବାର୍ମିଂ ଯୋଗୁ ତାପମାତ୍ରା ବୃଦ୍ଧି ପାଉଛି। ବଡ଼ ବଡ଼ ଦେଶର ଜଙ୍ଗଲରେ ନିଆଁ ବି ଲାଗୁଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଗରମ ନିଜର ଶକ୍ତି ପ୍ରଥମରୁ ହିଁ ଦେଖାଇଛି। ଗ୍ଲୋବାଲ୍‌ ଓ୍ବାର୍ମିଂ ଉପରେ ନିୟନ୍ତ୍ରଣ ନଆସିଲେ ବିଶ୍ବ ପ୍ରତି ସଙ୍କଟ ବଢ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଦିଲ୍ଲୀ ଟେରିଟୋରିଆଲ୍ ପାଣିପାଗ କେନ୍ଦ୍ର ଦ୍ବାରା ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଠାରୁ ଘଣ୍ଟା ପ୍ରତି 25 ​​ରୁ 30 କିଲୋମିଟର ବେଗରେ ପବନ ବହିବା ସହିତ ସର୍ବାଧିକ ତାପମାତ୍ରା ହ୍ରାସ ପାଇବ । ବୁଧବାର ଏବଂ ଗୁରୁବାରରେ ପବନର ବେଗ ଘଣ୍ଟା ପ୍ରତି 40 କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଏହା ସହିତ ଗୁରୁବାର ସୁଦ୍ଧା ସର୍ବାଧିକ ତାପମାତ୍ରା 34 ଡିଗ୍ରୀ ରେକର୍ଡ ହୋଇପାରେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.