ETV Bharat / bharat

ବିଶ୍ବାସରେ ବିଷ ଦେଲା ବନ୍ଧୁ: ଦେଖା କରିବାକୁ ଡାକି ନାବାଳିକାକୁ ଦୁଷ୍କର୍ମ କଲା ଇନଷ୍ଟ୍ରା ଫ୍ରେଣ୍ଡ

ମହଙ୍ଗା ପଡିଲା ଇନଷ୍ଟାଗ୍ରାମରୁ ବନ୍ଧୁ ବନାଇବା । ନାବାଳିକାଙ୍କୁ ଦୁଷ୍କର୍ମ କଲା ଇନଷ୍ଟାଗ୍ରାମ ବନ୍ଧୁ । ଗୁରୁଗ୍ରାମରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଅଧିକ ପଢନ୍ତୁ

author img

By

Published : Feb 24, 2023, 12:47 PM IST

Delhi student repeatedly raped by Instagram friend

ଚଣ୍ଡିଗଡ: ଦିଲ୍ଲୀର ନାବାଳିକାଙ୍କୁ ହରିୟାଣାରେ ଦୁଷ୍କର୍ମ । ନାବାଳିକାଙ୍କୁ ଦୁଷ୍କର୍ମ କେଲା ତାଙ୍କ ଇନଷ୍ଟାଗ୍ରାମ ବନ୍ଧୁ । ବାରମ୍ବାର ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା ଧମକ ଦେଇଥିଲା ଅଭିଯୋଗ । ଶେଷରେ କିଛି ଉପାୟ ନପାଇ ଥାନାରେ ଅଭିଯୋଗ କଲେ ନାବାଳିକା । ଏନେଇ ପୋଲିସ ଏକ ମାମଲା ରୁଜି କରି ଅଭିଯୁକ୍ତକୁ ଖୋଜୁଛି ।

ପୋଲିସର କହିବା ଅନୁଯାୟୀ, ଗତ ବୁଧବାର ଦିନ ନାବାଳିକା ଜଣ ଥାନାରେ ଅଭିଯୋଗ କରିଥିଲେ । ଗୁରୁଗ୍ରାମର ଅଭିଶେଖ ନାମକ ଜଣେ ଯୁବକଙ୍କ ସହ ଗତ 2020 ମସିହାରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ବନ୍ଧୁତା ଆରମ୍ଭ ହୋଇଥିଲା । ଏହାପରେ ନମ୍ବର ଦିଆନିଆ ହେବା ପରେ ଫୋନରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ନାବାଳିକାଙ୍କୁ ଯୁବକ ଜଣଙ୍କ ଗୁରୁଗ୍ରାମର ଏକ ପାର୍କରେ ଦେଖା କରିଥିଲା ।

ଏହାପରେ 2021ସେପ୍ଟେମ୍ବରରେ ଆମର ପୁଣି ଥରେ ଏମଜିଏଫ ମଲରେ ଦେଖା ହୋଇଥିଲା । ସେଠାରୁ ସେ ମୋତେ ଆଉ ଏକ ସ୍ଥାନକୁ ନେଇ ମୋତେ ଦୁଷ୍କର୍ମ କରିଥିଲେ । ଏହାପରେ ମୋତେ କାହାରିକୁ କିଛି ନକହିବାକୁ ଧମକ ଦେଇଥିଲେ । ତେବେ ବାରମ୍ବାର ମୋତେ ଦୁଷ୍କର୍ମ କରିବା ସହ ହତ୍ୟା ଧମକ ଦେବାରୁ ନାବାଳିକା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି । ବର୍ତ୍ତମାନ ସୁଦ୍ଧା ଅଭିଶେଖଙ୍କୁ ଗିରଫ କରାଯାଇନଥିବା ସୂଚନା ରହିଛି ।

କିଛି ଦିନ ପୂର୍ବେ ଉତ୍ତରପ୍ରଦେଶରେ ଜଣେ ଡ୍ୟାନ୍ସରକୁ ଗଣଦୁଷ୍କର୍ମ ଖବର ସାମ୍ନାକୁ ଆସିଥିଲା । ଉନ୍ନାଓରେ ଏପରି ଘଟଣା ଘଟିଥିଲା । ଜଣେ ବ୍ୟବସାୟୀ ତାଙ୍କ ଜନ୍ମଦିନ ପାର୍ଟିର ଆୟୋଜନ କରିବା ବେଳେ ତିନି ଜଣ ମହିଳା ଡ୍ୟାନ୍ସରଙ୍କୁ 6000ଟଙ୍କା ଦେଇ ଡ୍ୟାନ୍ସ କରିବାକୁ ଡକାଇଥିଲେ । ପାର୍ଟି ସରିବା ପରେ ତିନି ଜଣ ଯୁବକ ଜଣେ ଡ୍ୟାନ୍ସରଙ୍କୁ ଏକ ଗାଡିରେ ଅପହରଣ କରି ଏକ ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ଉକ୍ତ ଯୁବତୀ ଜଣଙ୍କୁ ଗଣଦୁଷ୍କର୍ମ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

ଚଳିତ ମାସରେ ବିହାରରେ ଜଣେ ମହିଳା ଫୁଟବଲ ଖେଳାଳିଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ବିହାରର ସିଓ୍ବାନ ଜିଲ୍ଲାରେ ଏପରି ଲଜ୍ଜା ଜନକ ଘଟଣା ଘଟିଥିବା ବେଳେ ଖେଳାଳି ଜଣଙ୍କ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ ।

ସେହିପରି ରାଜସ୍ଥାନର ଜୟପୁରରୁ ଏକ ଦୁଷ୍କର୍ମ ଖବର ସାମ୍ନାକୁ ଆସିଥିଲା । ନିଜର ଜନ୍ମକଲା 15 ବର୍ଷୀୟା ଝିଅକୁ ତାର ବାପା ଦୁଷ୍କର୍ମ କରିଥିଲା । ଏନେଇ ପୀଡିତଙ୍କ ମାଆ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବା ପୋଲିସ ତଦନ୍ତ ଜାରି ରଖିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.