ETV Bharat / bharat

NITI Aayog Meeting: ବୈଠକକୁ ବହିଷ୍କାର କଲେ କେଜ୍ରିୱାଲ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି - ଦିଲ୍ଲୀ ଶାସନ ଭାର

ଆସନ୍ତାକାଲି ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜ୍ରିୱାଲ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଦେଲେ ସୂଚନା । ଅଧିକ ପଢନ୍ତୁ

NITI Aayog Meeting
NITI Aayog Meeting
author img

By

Published : May 26, 2023, 6:11 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଆୟୋଜିତ ହେବାକୁ ଥିବା ନୀତି ଆୟୋଗ ବୈଠକକୁ ବହିଷ୍କାର କରିଛନ୍ତି । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି । ଦିଲ୍ଲୀର ଶାସନ କ୍ଷମତାକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ନେଇ ସେ ଏହି ବୈଠକରେ ଯୋଗ ଦେବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି । ଯଦି ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶ ମାନିବେ ନାହିଁ ତେବେ ଲୋକେ ନ୍ୟାୟ ପାଇଁ କେଉଁଠିକୁ ଯିବେ ବୋଲି ସେ ଏହି ଚିଠିରେ ପ୍ରଶ୍ନ କରିଛନ୍ତି ।

  • अगर देश के प्रधानमंत्री ही सुप्रीम कोर्ट के आदेशों को मानने से मना करते हैं तो लोग फिर न्याय के लिए कहाँ जाएँगे ?

    प्रधानमंत्री जी, आप देश के पिता समान हैं। आप ग़ैर बीजेपी सरकारों को काम करने दें, उनका काम रोकें नहीं

    लोग आपके अध्यादेश से बहुत नाराज़ हैं। मेरे लिए कल की नीति आयोग… pic.twitter.com/LN3YtFnfDs

    — Arvind Kejriwal (@ArvindKejriwal) May 26, 2023 " class="align-text-top noRightClick twitterSection" data=" ">

ଚିଠିରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଲେଖିଛନ୍ତି, "ଆସନ୍ତାକାଲି ନୀତି ଆୟୋଗର ବୈଠକ ରହିଛି । ନୀତି ଆୟୋଗର ଉଦ୍ଦେଶ୍ୟ ହେଉଛି ଭାରତବର୍ଷର ଭିଜନକୁ ପ୍ରସ୍ତୁତ କରିବା ସହିତ ସହକାରୀ ସଂଘବଦ୍ଧତାକୁ ବଜାୟ ରଖିବା । ହେଲେ ଗତ କିଛି ବର୍ଷ ଧରି ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି । ବିଜେପି ବିରୋଧୀ ସରକାରଗୁଡ଼ିକୁ ଦୁର୍ବଳ କରିବା ଲାଗି ପ୍ରଚେଷ୍ଟା କରାଯାଉଛି । ଏହା ଆମ ଦେଶର ଭିଜନ ନୁହେଁ କି ନା ଏହା ସହକାରୀ ସଂଘବଦ୍ଧ । ଗତ କିଛି ବର୍ଷ ଧରି ଦେଶବାସୀଙ୍କୁ ଗୋଟିଏ ମାତ୍ର ବାର୍ତ୍ତା ଦିଆଯାଉଛି ତାହା ହେଉଛି ଯଦି ଲୋକେ ବିଜେପିକୁ ନିଜ ସରକାର ଭାବେ ଚୟନ ନକରନ୍ତି, ତେବେ ଏହାକୁ ସହ୍ୟ କରାଯିବ ନାହିଁ ।"

ଏହା ବି ପଢନ୍ତୁ- Services Row: କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ଜୁନ 11ରେ AAPର ମହାରାଲି

ସେ ନିଜ ପତ୍ରରେ ଆହୁରି ଲେଖିଛନ୍ତି, "ବିଜେପି ବିରୋଧୀ ସରକାରରଙ୍କ ବିଧାୟକମାନଙ୍କୁ କିଣାଯାଇ ଉକ୍ତ ସରକାରଙ୍କୁ ଭାଙ୍ଗି ଦିଆଯାଉଛି । ନଚେତ ବିଜେପି ବିରୋଧୀ ସରକାରଙ୍କ ପଛରେ ଇଡି, ସିବିଆଇକୁ ଲଗାଯାଉଛି । ବିଜେପି ଦ୍ବାରା ପ୍ରଭାବିତ ନହୋଇ ଯଦି କୌଣସି ବିଧାୟକ ନିଜ ଦଳ ସହିତ ରହୁଛନ୍ତି, ତେବେ ଅଧ୍ୟାଦେଶ ଜାରି କରାଯାଉଛି । ଉକ୍ତ ରାଜ୍ୟର ରାଜ୍ୟପାଳଙ୍କ ମାଧ୍ୟମରେ ସରକାରଙ୍କୁ କାମ କରିବାକୁ ଦିଆଯାଉନାହିଁ । ଦୀର୍ଘ ୮ବର୍ଷ ସଂଘର୍ଷ କରିବା ପରେ ଦିଲ୍ଲୀବାସୀଙ୍କୁ ସୁପ୍ରିମକୋର୍ଟ ନ୍ୟାୟ ପ୍ରଦାନ କରିଥିଲେ । ହେଲେ ଆପଣ ମାତ୍ର ୮ଦିନରେ ଅଧ୍ୟାଦେଶ ପାରିତ କରି ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି । ଲୋକେ ପ୍ରଶ୍ନ କରିଛନ୍ତି ଯଦି ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ଆଦେଶକୁ ପାଳନ ନ କରନ୍ତି, ତେବେ ନ୍ୟାୟ ଲାଗି ସେମାନେ କୁଆଡେ ଯିବେ ।"

ଏହା ବି ପଢନ୍ତୁ- ଦିଲ୍ଲୀ ସରକାର ପୁଣି କ୍ଷମତା ଶୂନ୍ୟ, ଅଧ୍ୟାଦେଶ ଆଣିଲେ କେନ୍ଦ୍ର ସରକାର

ଏହି ସମସ୍ତ କାରଣ ଦର୍ଶାଇ ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଚଳିତ ମାସ ୨୩ରୁ ୨୫ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପାରିତ ହୋଇଥିବା ଏହି ଅଧ୍ୟାଦେଶ ବିରୋଧରେ ବଳ ଗୋଟାଇବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, NCP ନେତା ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ଅନ୍ୟପଟେ ଗତ ୧୧ ତାରିଖରେ ଦିଲ୍ଲୀ ପାୱାର ନେଇ କେଜ୍ରିୱାଲଙ୍କ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଆସିଥିଲା । ଜାତୀୟ ରାଜଧାନୀ ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି, ବଦଳି ସମ୍ପର୍କିତ ନିଷ୍ପତ୍ତି ରାଜ୍ୟପାଳଙ୍କ ବଦଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନେଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ ।

ଏହାପରେ ୧୯ ତାରିଖରେ କେନ୍ଦ୍ର ସରକାର ଏନେଇ ଏକ ଅଧ୍ୟାଦେଶ ଆଣିଥିଲେ । ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନିଷ୍ପତ୍ତି ଦିଲ୍ଲୀ ସରକାର ନୁହନ୍ତି ବରଂ ନ୍ୟାସନାଲ କ୍ୟାପିଟାଲ ସର୍ଭିସ ଅଥରିଟି ନିକଟରେ ରହିବ । ଏହି ପ୍ରାଧିକରଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବ ସଦସ୍ୟ ଭାବେ ରହିବେ । ହେଲେ କେବଳ ସଦସ୍ୟଙ୍କ ବହୁମତ ଆନୁପାତିକ ଭାବେ କୌଣସି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇପାରିବ । ନଚେତ ମାମଲା ଉପରାଜ୍ୟପାଳଙ୍କ ନିକଟରେ ପହଞ୍ଚିବ ଓ ରାଜଭବନ ହିଁ ଚୂଡାନ୍ତ ନିର୍ଣ୍ଣୟକାରୀ ହେବ । ଏହି ଅଧ୍ୟାଦେଶ ଆସିବା ପରେ ଦିଲ୍ଲୀ ସରକାର ଏହାକୁ ତୀବ୍ର ବିରୋଧ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.