ETV Bharat / bharat

ଦିଲ୍ଲୀ ହିଂସା: ଜେଲରୁ ମୁକୁଳିଲେ 3 ଆକ୍ଟିଭିଷ୍ଟ

ଦିଲ୍ଲୀରେ ହୋଇଥିବା ହିଂସା ମାମଲାରେ ତିହାର ଜେଲରୁ ବନ୍ଦୀ ମୁକ୍ତ ହୋଇଛନ୍ତି ନତାଶା ନରୱାଲ ଓ ଦେବାଙ୍ଗନା କାଲିତା ଓ ଆସିଫ ଇକବାଲ । ଅଧିକ ପଢନ୍ତୁ...

ଦିଲ୍ଲୀ ହିଂସା: ଜେଲଲୁ ମୁକୁଳିଲେ 3 ଆକ୍ଟିଭିଷ୍ଟ

author img

By

Published : Jun 17, 2021, 9:59 PM IST

ନୂଆଦିଲ୍ଲୀ: ଗତ ବର୍ଷ ଦିଲ୍ଲୀରେ ହୋଇଥିବା ହିଂସା ମାମଲାରେ ତିହାର ଜେଲରୁ ବନ୍ଦୀ ମୁକ୍ତ ହୋଇଛନ୍ତି ନତାଶା ନରୱାଲ, ଆସିଫ ଇକବାଲ ଓ ଦେବାଙ୍ଗନା କାଲିତା । ଆକ୍ଟିଭିଷ୍ଟକୁ ବନ୍ଦୀମୁକ୍ତ ପାଇଁ କୋର୍ଟ ପକ୍ଷରୁ ତିହାର ଜେଲକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଦିଲ୍ଲୀର କଡକଡଡୁମା କୋର୍ଟ 3 ଜଣଙ୍କୁ ତୁରନ୍ତ ବନ୍ଦୀ ମୁକ୍ତ କରିବାର ଆଦେଶ ଦେଇଥିଲେ । ଅଦାଲ ପକ୍ଷରୁ ଜାରି ଆଦେଶ କ୍ରମେ ତିହାର ଜେଲ ପ୍ରଶାସନ 3 ଆକ୍ଟିଭିଷ୍ଟଙ୍କୁ ବନ୍ଦୀମୁକ୍ତ କରିଛି ।

3 ଜଣଙ୍କୁ କିଛି ଦିନ ପୂର୍ବେ ଜାମିନ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଗୁରୁବାର ହୋଇଥିବା ଶୁଣାଣି ସମୟରେ ଦିଲ୍ଲୀର କଡକଡଡୁମା କୋର୍ଟ ନତାଶା ନରୱାଲଙ୍କ ସମେତ 3 ଆକ୍ଟିଭଷ୍ଟଙ୍କୁ ତୁରନ୍ତ ବନ୍ଦୀ ମୁକ୍ତ କରିବାକୁ ଆଦେଶ ଦେଇଥିଲେ ।

ଗତ ବର୍ଷ ଫେବୃଆରୀରେ ଘଟିଥିବା ହିଂସା ଘଟଣାରେ ଏହି ଆକ୍ଟିଭିଷ୍ଟମାନଙ୍କୁ ମେ 2020ରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା । ଜାମିନ ପାଇବା ପରେ ମଧ୍ୟ ଜେଲରୁ ମୁକ୍ତ ନହେବା ନେଇ ପ୍ରଶ୍ନ ଉଠିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.