ETV Bharat / bharat

Delhi Pollution: ତୃତୀୟ ଦିନରେ ପ୍ରଦୂଷଣ ମାତ୍ରା ଚିନ୍ତାଜନକ, ଆଜିଠୁ ଗଡିବନି ଡିଜେଲ କାର୍‌

author img

By

Published : Nov 5, 2022, 10:16 AM IST

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଲଗାତାର ତୃତୀୟ ଦିନରେ ମଧ୍ୟ ଦିଲ୍ଲୀର ବାୟୁ ଗୁଣାବତ୍ତା ଖରାପ ସ୍ଥିତିରେ ରହିଛି । ଆଜି ସକାଳେ ୪୩୧ ରେକର୍ଡ କରାଯାଇଛି । ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଥିଲା । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି । ଅଧିକ ପଢନ୍ତୁ

Delhi Pollution: ପ୍ରଦୂଷଣରେ ଆସୁନି ସୁଧାର, ଆଜି ବି ଗମ୍ଭୀର ସ୍ଥିତିରେ ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ଅତି ଖରାପ ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣାବତ୍ତା (Delhi Air Quality index dips to severe ) । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଲଗାତାର ତୃତୀୟ ଦିନରେ ମଧ୍ୟ ଦିଲ୍ଲୀର ବାୟୁ ଗୁଣାବତ୍ତା ଖରାପ ସ୍ଥିତିରେ ରହିଛି । ତବେ ଶୁକ୍ରବାର ସକାଳ ଠାରୁ ଆଜି ବାୟୁ ଗୁଣବତ୍ତା ସୂଚକାଙ୍କ(Air Quality Index) ସାମାନ୍ୟ ହ୍ରାସ ପାଇଛି । ଶୁକ୍ରବାର ସକାଳେ ଦିଲ୍ଲୀରେ ବାୟୁ ଗୁଣବତ୍ତା ୪୭୨ ରହିଥିବାବେଳେ ଆଜି ସକାଳେ ୪୩୧ ରେକର୍ଡ କରାଯାଇଛି । ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR)ର ସୂଚନାଅନୁସାରେ ନୋଏଡାରେ ବାୟୁ ଗୁଣାବତ୍ତା ୫୨୯, ଗୁରୁଗ୍ରାମରେ ୪୭୮ ରେକର୍ଡ କରାଯାଇଛି ।

ତେବେ ପଶ୍ଚିମ ଦିଲ୍ଲୀର ଧୀରପୁରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୫୩୪ ରେକର୍ଡ କରାଯାଇଛି । ଦିଲ୍ଲୀ ତଥା ଏହାର ପଡ଼ୋଶୀ ରାଜ୍ୟରେ ଚାଷୀମାନେ ନଡ଼ା ଜଳିବା ଆରମ୍ଭ କରିଛନ୍ତି । ଯାହାର ପ୍ରଭାବ ମୁଖ୍ୟତଃ ନୂଆଦିଲ୍ଲୀ ଓ ଦିଲ୍ଲୀ NCRରେ ଦେଖିବାକୁ ମିଳିଛି । ଦିଲ୍ଲୀର ପ୍ରଦୂଷଣ ପ୍ରତିବର୍ଷ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରି ଆସୁଛି । ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ ୦-୫ ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । ୫୧-୧୦୦ ମଧ୍ୟରେ ରହିଲେ ସନ୍ତୋଷଜନକ ଓ ୧୦୧-୨୦୦ ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ ।

୨୦୧-୩୦୦ ଖରାପ ଏବଂ ୩୦୧-୪୦୦ ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ ୪୦୧-୫୦୦ ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ । ବର୍ତ୍ତମାନ ଦିଲ୍ଲୀରେ କେତେ ସ୍ମଗ୍‌ ଟାୱାର୍ସ ଓ ଆଣ୍ଟି ସ୍ମଗ ଗନ୍ସ କାର୍ଯ୍ୟକ୍ଷମ ଅଛି ତାହାର ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ । ସେହିପରି ନଡ଼ା ପରିଚାଳନା ନେଇ କଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ହରିୟାଣା ଓ ପଞ୍ଜାବ ସରକାରଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି NHRC ।

ଏହା ମଧ୍ୟ ପଢନ୍ତୁ: ପରଲୋକରେ ସ୍ବାଧୀନ ଭାରତର ପ୍ରଥମ ଭୋଟର

ବାୟୁ ପ୍ରଦୂଷଣ ଯୋଗୁଁ ଦିଲ୍ଲୀବାସି ଏବଂ NCRବାସୀ ଆଖି ପୋଡୁଥିବା ନେଇ ଅଭିଯୋଗ ଆଣିଛନ୍ତି । ଏହାସହ କୁହାଯାଇଥିଲା ଯେ, ଏହା ପ୍ରକୃତ ସମୟ ନୁହଁ ଯେ ଆମେ ପରସ୍ପରକୁ ଦୋଷ ଦେବା । ସେମାନେ କେଜ୍ରିୱାଲକୁ ଦେୋଷ ଦେବାବେଳେ ଆମେ ସେମାନଙ୍କୁ ଦୋଷ ଦେବା । ଏଥରେ କୌଣସି ସମାଧାନ ହୋଇପାରିବ ନାହିଁ କି ଦିଲ୍ଲୀରୁ ବାୟୁ ପ୍ରଦୂଷଣ ରୋକାଯାଇପାରିବ ନାହିଁ । ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଥିଲା । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ କେନ୍ଦ୍ରସରକାରଙ୍କୁ ଅପିଲ କରିଛନ୍ତି ।

ସେପଟେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିବାରୁ ଡିଜେଲ ଚାଳିତ କମର୍ସିଆଲ ଟ୍ରକ ଚଳାଚଳ ବନ୍ଦ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଟ୍ରକ ଓ ସିଏନଜି କିମ୍ବା ଇଲେକ୍ଟ୍ରିକ ପରିଚାଳିତ ହେଉଥିବା ଗାଡିଗୁଡିକୁ ଦିଲ୍ଲୀ ରାସ୍ତାରେ ଯାତାୟତ ପାଇଁ ଅନୁମତି ମିଳିବ । ପଡୋଶୀ ରାଷ୍ଟ୍ରରେ ନଡା ଜଳିବା କାରଣରୁ ଧୂଆଁ ଓ ଯାନବାହାନରୁ ନିର୍ଗତ ଧୂଆଁ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଉଛି । ତା ସହିତ ଅତ୍ୟଧିକ ପ୍ରଦୂଷଣ ଯୋଗୁଁ ଆଜି ଠାରୁ ଦିଲ୍ଲୀର ସମସ୍ତ ପ୍ରାଇମେରୀ ସ୍କୁଲ୍‌ଗୁଡ଼ିକ ବନ୍ଦ ଘୋଷଣା କରଯାଇଛି । ପୁଣି ଅନଲାଇନ୍‌ କ୍ଲାସ୍‌ ଆରମ୍ଭ କରିଛନ୍ତି ସରକାର । ସେହିପରି ପଞ୍ଚମ ଶ୍ରେଣୀ ତଥା ତାଠାରୁ ଊର୍ଦ୍ଧ୍ବ ଶ୍ରେଣୀ ପିଲାଙ୍କ ସଭା ତଥା ବାହ୍ୟ କାର୍ଯ୍ୟକଳାପକୁ ବନ୍ଦ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.