ETV Bharat / bharat

Jahangirpuri Riots: ଆଜି 37 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ ଦିଲ୍ଲୀ ପୋଲିସ

ଜାହାଙ୍ଗୀରପୁରୀ ହିଂସା ମାମଲାରେ 37 ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ ଦାଖଲ କରିବ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି 3 ମୁଖ୍ୟ ଷଡଯନ୍ତ୍ରକାରୀ । ଅଧିକ ପଢନ୍ତୁ

Jahangirpuri riots: ଆଜି 37 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ ଦିଲ୍ଲୀ ପୋଲିସ

author img

By

Published : Jul 14, 2022, 11:37 AM IST

ନୂଆଦିଲ୍ଲୀ: ଆଜି ବହୁଚର୍ଚ୍ଚିତ ଦିଲ୍ଲୀ ଜାହାଙ୍ଗୀରପୁରୀ ଦଙ୍ଗା ମାମଲାରେ ଚାର୍ଜସିଟ ଦାଖଲ କରିବ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ । ଚାର୍ଜସିଟରେ 3 ମୁଖ୍ୟ ଅଭିଯୁକ୍ତଙ୍କ ସମେତ ମୋଟ 37ଜଣ ଅଭିଯୁକ୍ତଙ୍କୁ ତାଲିକାଭୁକ୍ତ କରାଯାଇଛି । ଏହି ଅଭିଯୁକ୍ତଙ୍କୁ ପର୍ଯ୍ୟାୟକ୍ରମେ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ପ୍ରଥମେ ଅଭିଯୁକ୍ତକାରୀଙ୍କୁ ଧରିବା ପାଇଁ ପୋଲିସ ସିସିଟିଭି ଓ ଗଣମାଧ୍ୟମରେ ଉତ୍ତୋଳିତ ଭିଡିଓରୁ ଫଟୋ ସଂଗ୍ରହ କରି ବ୍ୟାନର ପ୍ରସ୍ତୁତ କରିଥିଲା ।

  • Delhi Police Crime Branch to file chargesheet pertaining to Jahangirpuri riots today. A total of 37 people including the three main accused have been arrested so far.

    Police used face recognition software (FRS) system along with analysing mobile & CCTV footage to nab the accused

    — ANI (@ANI) July 14, 2022 " class="align-text-top noRightClick twitterSection" data=" ">

ପରେ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ଅନ୍ୟ ଏକ ବୈଷୟିକ ସ୍ମାର୍ଟ ତରିକା ମଧ୍ୟ ଆପଣାଇଥିଲା ପୋଲିସ । ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ମୋବାଇଲ୍ ଏବଂ ସିସିଟିଭି ଫୁଟେଜର ବିଶ୍ଳେଷଣ ସହିତ ଫେସ୍ ରେକଗନାଇଜେସନ୍ ସଫ୍ଟୱେର୍ (FRS) ସିଷ୍ଟମର ମଧ୍ୟ ବ୍ୟବହାର କରିଥିଲା । ବିଭିନ୍ନ ପଦ୍ଧତି ଅବଲମ୍ବନ କରି ପଥର ଫିଙ୍ଗିଥିବା ଓ ହିଂସାରେ ସାମିଲ ଥିବା 37 ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଓ ଧରିବାରେ ସଫଳ ହୋଇଥିଲା ।

ଏବେ ମଧ୍ୟ କିଛି ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । ଆଜି ଏହି ଗିରଫ 37 ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ଯାଉଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ । ରାମ ନବମୀ ଶୋଭାଯାତ୍ରା ଅବସରରେ ପଥର ଫିଙ୍ଗିଥିଲେ ନିର୍ଦ୍ଦିଷ୍ଟ ଧର୍ମର କିଛି ବ୍ୟକ୍ତି । ପରେ ଗୋଷ୍ଠୀ ସଂଘର୍ଷ ସହ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.