ETV Bharat / bharat

Wrestlers Protest: SIT ସାମ୍ନାରେ ହାଜର ହେଲେ ବ୍ରିଜଭୂଷଣ, ସମସ୍ତ ଅଭିଯୋଗକୁ କହିଲେ ଭିତ୍ତିହୀନ

author img

By

Published : May 12, 2023, 5:24 PM IST

ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲା । ଆଜି SIT ସାମ୍ନାରେ ହାଜର ହୋଇ ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହିଲେ ବ୍ରିଜଭୂଷଣ ସିଂ । ଅଧିକ ପଢନ୍ତୁ

Brij Bhushan Sharan Singh
Brij Bhushan Sharan Singh

ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇପଡ଼ିଥିବା କୁସ୍ତି ମହାସଂଘ ସଭାପତି ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କର ବୟାନ ରେକର୍ଡ କରିଛି ଦିଲ୍ଲୀ ପୋଲିସ । ତଦନ୍ତର ସହଯୋଗ କରିବା ଲାଗି ତାଙ୍କୁ ନୋଟିସ ଜାରି କରାଯାଇଥିଲା । ତେବେ ଆଜି ସେ ହାଜର ହେବା ପରେ ପ୍ରାୟ ୩ଘଣ୍ଟା ଧରି ତାଙ୍କୁ ଟିମ ପଚରାଉଚରା କରିଥିବା ବେଳେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି ବ୍ରିଜଭୂଷଣ ।

ଦିଲ୍ଲୀ ଜନ୍ତରମନ୍ତରଠାରେ କୁସ୍ତିଯୋଦ୍ଧାଙ୍କ ଧାରଣା ପରେ ଗତ ସପ୍ତାହରେ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଥିଲା ଦିଲ୍ଲୀ ପୋଲିସ । ମାମଲାର ତଦନ୍ତ ଲାଗି ଦିଲ୍ଲୀ ପୋଲିସର ୬ଜଣ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ ଟିମ ଗଠନ କରାଯାଇଥିଲା । ଏହି ଟିମରେ ୪ଜଣ ପୋଲିସ ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି । ଡିସିପି ପାହ୍ୟାର ଅଧିକାରୀ ଏହି ମାମଲାର ଯାଞ୍ଚ କରୁଛନ୍ତି । ତେବେ ଶୁକ୍ରବାର SIT ସାମ୍ନାରେ ହାଜର ହୋଇଥିଲେ ବ୍ରିଜଭୂଷଣ । ବୟାନ ଦେବା ସମୟରେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସେ ଭିତ୍ତିହୀନ ବୋଲି କହିଛନ୍ତି । ଏହାର ପ୍ରମାଣ ଦେବା ଲାଗି ସେ ଖୁବଶୀଘ୍ର କିଛି ଭିଡିଓ ଓ କଲ୍‌ ରେକର୍ଡିଂ ଦାଖଲ କରିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- The Kerala Story: 'କାହିଁକି ପଶ୍ଚିମବଙ୍ଗରେ ଫିଲ୍ମ ରିଲିଜ ପାଇଁ ଦିଆଯାଉନି ଅନୁମତି'

ସେ ଆହୁରି କହିଛନ୍ତି ଯେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି । ଏହା ପଛରେ କିଛି ରାଜନୈତିକ ଦଳ ମଧ୍ୟ ସାମିଲ ରହିଛନ୍ତି । ସେପଟେ ଆଜି ପୀଡ଼ିତ କୁସ୍ତିଯୋଦ୍ଧାଙ୍କ ବୟାନ ରେକର୍ଡ କରିଛି ପୋଲିସ । ଗତ ବୁଧବାର ପୀଡ଼ିତ ନାବାଳିକା କୁସ୍ତିଯୋଦ୍ଧାଙ୍କ ବୟାନ ପୋଲିସ ରେକର୍ଡ କରିଥିଲା । ବ୍ରିଜଭୂଷଣଙ୍କ ଗିରଫଦାରୀ ଦାବି କରି ଗତ ଏପ୍ରିଲ ୨୩ ତାରିଖଠାରୁ ଲଗାତାର ଭାବେ କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି । ଯେତେବେଳ ପର୍ଯ୍ୟନ୍ତ ବ୍ରିଜଭୂଷଣଙ୍କୁ କୁସ୍ତି ମହାସଂଘ ସଭାପତି ପଦରୁ ହଟାଯାଇନାହିଁ, ସେପର୍ଯ୍ୟନ୍ତ ଧାରଣା ଜାରି ରଖିବେ ବୋଲି ସେମାନେ କହିଛନ୍ତି ।

ସୂଚନା ଥାଉ କି ଦିଲ୍ଲୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛି । ଗୋଟିଏ ମାମଲା ପୋକ୍ସୋ ଆକ୍ଟ ଆଧାରରେ ରୁଜୁ କରାଯାଇଛି । ଯେତେବେଳେ ଏହି ମହିଳା କୁସ୍ତିଯୋଦ୍ଧା ଜଣକ ଯୌନ ଶୋଷଣର ଶିକାର ହୋଇଥିଲେ ସେତେବେଳେ ସେ ନାବାଳିକା ଥିଲେ । ସେପଟେ ଅନ୍ୟ ୬ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ପୋଲିସ ଆଉ ଏକ ମାମଲା ରୁଜୁ କରିଛି । ତଦନ୍ତ ସମୟରେ ଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ ଓ ହରିୟାଣା ଗସ୍ତ କରି ବୟାନ ରେକର୍ଡ କରିଛି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.