ଚଣ୍ଡିଗଡ: ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ବଢିବାରେ ଲାଗିିଛି ଗିରଫଦାରୀ । ଆଜି ଏହି ମାମଲାରେ ହରିୟାଣାର ଫତୈହାବାଦରେ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ହୋଟେଲ ମାଲିକ ମଧ୍ୟ ରହିଛନ୍ତି । ହତ୍ୟାକାଣ୍ଡ ଘଟଣାଇବା ପରେ ଉକ୍ତ ହୋଟେଲରେ ସୁଟରମାନେ ଆତ୍ମଗୋପନ କରିଥିବା ସୁରାକ ପାଇଥିଲା ଦିଲ୍ଲୀ ପୋଲିସ ।
ଏହା ପୂର୍ବରୁ ଦିଲ୍ଲୀ ପୋଲିସ ହରିୟାଣାର ହିସାର ଅଞ୍ଚଳରେ ଚଢାଉ କରି ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ ରଖିଥିଲା । ଗିରଫ ଦୁଇ ଅଭିଯୁକ୍ତ ସମ୍ପର୍କରେ ଦୁଇ ଭାଇ ଓ ସେମାନେ ହତ୍ୟାକାଣ୍ଡରେ ସାମିଲ ଥିବା ନେଇ ପୋଲିସ ପାଖରେ ସୂଚନା ଥିଲା । ଗିରଫ ପରେ ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା ।
ହିସାରରୁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ମିଳିଥିବା ଇନପୁଟକୁ ସୂଚନାକୁ ଆଧାର କରି ଦିଲ୍ଲୀ ପୋଲିସ ପୁଣି ଆଜି ଫତେହାବାଦରେ ଚଢାଉ କରିଛି । ଆଜି ଗିରଫ ଦୁଇ ଯୁବକଙ୍କୁ ଅଧିକ ପଚରାଉଚୁରା ଜାରି ରହିଛି । ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟଣାରେ ପଞ୍ଚାବ, ହରିୟାଣା ଓ ଦିଲ୍ଲୀ ପୋଲିସର ଏକାଧିକ ଟିମ ତଦନ୍ତ ଜାରି ରଖିଛନ୍ତି । ଏକାଧିକ ସ୍ଥାନରୁ ଏକାଧିକ ସୁଟରଙ୍କ ସମେତ ଅନ୍ୟ କିଛି ସହଯୋଗୀ ମଧ୍ୟ ଗିରଫ ହୋଇ ସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ