ETV Bharat / bharat

ଦିଲ୍ଲୀ ପୋଲିସ ହେଡ୍‌ କନଷ୍ଟେବଳଙ୍କ ଆତ୍ମହତ୍ୟା

author img

By

Published : Sep 13, 2022, 9:45 AM IST

Updated : Sep 13, 2022, 9:56 AM IST

ଦିଲ୍ଲୀ ପୋଲିସର ହେଡ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହ ନିକଟରୁ 8 ପୃଷ୍ଠାର ସୁଇସାଇଡ୍‌ ନୋଟ ଜବତ । ଅଧିକ ପଢନ୍ତୁ

delhi police head constable commits suicide suicidal note found
ଦିଲ୍ଲୀ ପୋଲିସର ହେଡ କନଷ୍ଟେବଳଙ୍କ ଆତ୍ମହତ୍ୟା

ଚଣ୍ଡିଗଡ଼: ଦିଲ୍ଲୀ ପୋଲିସର ଜଣେ ହେଡ କନଷ୍ଚେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମାନସିକ ଚାପରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହରିୟାଣାର ବାହାଦୂରଗଡ଼ ନୂଆଗ୍ରାମ ଅଞ୍ଚଳର କାର୍ଯ୍ୟରତ 28 ବର୍ଷୀୟ ହେଡ କନଷ୍ଟେବଳ ପ୍ରବୀଣ ନାମ ଆତ୍ମହତ୍ୟା କରିଛନ୍ତି । ଦିଲ୍ଲୀର ପିତାମପୁରା ଥାନାରେ କାର୍ଯ୍ୟରତ ଥିଲେ । ଉଦ୍ଧାର ହୋଇଥିବା ମୃତଦେହ ନିକଟରୁ 8 ପୃଷ୍ଠାର ହାତଲେଖା ଚିଠି ଜବତ ହୋଇଛି । ଯେଉଁଥିରେ ସେ ତାଙ୍କୁ ମୃତ୍ୟୁ ପାଇଁ ତିନି ଜଣଙ୍କୁ ଦାୟୀ କରିଛନ୍ତି ।

ପ୍ରବୀଣ ନିଜ ଗ୍ରାମର ତିନି ଜଣଙ୍କ ସହ ଟଙ୍କା କାରବାର କରୁଥିବା ତାଙ୍କ ଦାଦା କହିଛନ୍ତି । ପ୍ରବୀଣ ନେଇଥିବା ଟଙ୍କାର ସୁଧ ଫେରାଇଦେଇଥିଲେ । ଏଥିସହ ଅଧିକାଂଶ ଟଙ୍କା ମଧ୍ୟ ଫେରାଇ ଦେଇଥିବା ତାଙ୍କ ସୁଇସାଇଡ ନୋଟରେ ଉଲ୍ଲେଖ କରିଛନ୍ତି । ଏହା ସତ୍ତ୍ବେ ଟଙ୍କା ଦେଇଥିବା ବ୍ୟକ୍ତି ଜଣକ ଚାପ ପକାଇ ଜମି ନିଜ ନାଁରେ କରିଦେଇଥିଲା । ଏପରିକି ତାଙ୍କ ଘର ମଧ୍ୟ ସେମାନଙ୍କ ନାମରେ କରିଦେଇଥିଲେ । ଏହା ପରେ ଘର ଖାଲି କରିବା ଲାଗି ବାରମ୍ବାର ତାଙ୍କ ଉପରେ ଚାପ ଦେଉଥିଲେ ।

ଏହାକୁ ସହ୍ୟ କରିନପାରି ମାସନିକ ଚାପରେ ପ୍ରବୀଣ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟ 7 ଜଣ ଟଙ୍କା ନେଇ ଫେରସ୍ତ କରିନଥିବା ସେ ଅଭିଯୋଗ କରିଛନ୍ତି । ଯେଉଁଥିରେ ଦିଲ୍ଲୀ ପୋଲିସର ଜଣେ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଉକ୍ତ କର୍ମଚାରୀ ଜଣକ ପ୍ରବୀଣଙ୍କ ସମ୍ପର୍କୀୟଙ୍କୁ ଚାକିରି କରାଇଦେବା ନାଁରେ 70 ଲକ୍ଷ ଟଙ୍କା ନେଇଥିବା ଚିଠିରେ ଲେଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: India China Disengagement: ଲଦାଖରୁ ପଛକୁ ହଟିଲା ଡ୍ରାଗନ ସେନା

ପ୍ରବୀଣଙ୍କ ଭାଇ କହିଛନ୍ତି, "ପ୍ରବୀଣ ଆତ୍ମହତ୍ୟାରେ ସ୍ପଷ୍ଟ ଲେଖିଛନ୍ତି ତାଙ୍କଠାରୁ କିଏ କେତେ ଟଙ୍କା ନେଇଛି । ସେ ତାଙ୍କ ଟଙ୍କା ଫେରାଇବା ପାଇଁ ସୁଇସାଇଡ ନୋଟ୍‌ରେ ପୋଲିସକୁ ଅନୁରୋଧ କରିଛନ୍ତି । ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଣୁ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Last Updated : Sep 13, 2022, 9:56 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.