ETV Bharat / bharat

ଲାଲକିଲ୍ଲା ହିଂସା: ଗତ ନଭେମ୍ବରରୁ ଆରମ୍ଭ ହୋଇଥିଲା ଷଡଯନ୍ତ୍ର

author img

By

Published : May 27, 2021, 10:34 AM IST

ଗଣତନ୍ତ୍ର ଦିବସ ଅବସରରେ ହୋଇଥିବା ହିଂସା ନେଇ ନଭେମ୍ବରରୁ କରାଯାଇଥିଲା ଷଡଯନ୍ତ୍ର । ଏହାପରେ ହିଂସା ପାଇଁ ପ୍ରସ୍ତୁତି କରାଯାଇଥିଲା ଓ ଶେଷରେ ଗଣତନ୍ତ୍ର ଦିବସରେ କାର୍ଯ୍ୟକାରୀ ହୋଇଥିଲା । ଅଧିକ ପଢନ୍ତୁ...

ଲାଲକିଲ୍ଲା ହିଂସା
ଲାଲକିଲ୍ଲା ହିଂସା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ହୋଇଥିବା ହିଂସା ନେଇ ନଭେମ୍ବରରୁ କରାଯାଇଥିଲା ଷଡଯନ୍ତ୍ର । ଏହାପରେ ହିଂସା ପାଇଁ ପ୍ରସ୍ତୁତି କରାଯାଇଥିଲା ଓ ଶେଷରେ ଗଣତନ୍ତ୍ର ଦିବସରେ କାର୍ଯ୍ୟକାରୀ ହୋଇଥିଲା । ଲାଲକିଲ୍ଲାରେ ହିଂସା ଗଣତନ୍ତ୍ର ଦିବସ ଦିନରେ ହୋଇଥିଲା, ଯାହା ସରକାର ଓ ଦେଶ ପାଇଁ ଅସମ୍ମାନ । ହିଂସା ସମ୍ପର୍କରେ କ୍ରାଇମ ବ୍ରାଞ୍ଚ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ଏହି ସୂଚନା ଦିଆଯାଇଛି।

ସୂଚନାନୁଯାୟୀ, ନିକଟରେ ଲାଲକିଲ୍ଲା ହିଂସା ସମ୍ପର୍କରେ ଦିଲ୍ଲୀ ପୋଲିସ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ନଭେମ୍ବର 2020 ରୁ ବିକ୍ଷୋଭକାରୀମାନେ ଲାଲକିଲ୍ଲା ହିଂସା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏଥିପାଇଁ ବହୁ ସଂଖ୍ୟକ ଟ୍ରାକ୍ଟର କିଣା ଯାଇଥିଲା । ବିକ୍ଷୋଭକାରୀମାନେ ଦିଲ୍ଲୀ ସୀମା ପରିବର୍ତ୍ତେ ଲାଲକିଲ୍ଲା ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଏହି ମାମଲାରେ କ୍ରାଇମବ୍ରାଞ୍ଚ 3 ହଜାରରୁ ଅଧିକ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକଙ୍କୁ ଜାମିନ ପ୍ରଦାନ କରାଯାଇଛି। ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ସେହି କୃଷକ ନେତାଙ୍କ ଭୂମିକାକୁ ମଧ୍ୟ ନାମିତ କରିଛି ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲା। ଏହି ହିଂସାରେ 500 ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏଥିସହ 150 ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.