ETV Bharat / bharat

ସଂସଦ ସୁରକ୍ଷା ଭଙ୍ଗ ମାମଲା; ୟୁପିରୁ ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ, 6 ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା

author img

By ETV Bharat Odisha Team

Published : Dec 21, 2023, 9:43 AM IST

Parliament Security Breach: ସଂସଦ ସୁରକ୍ଷା ଭଙ୍ଗ ଘଟଣାରେ ଜଡ଼ିତ ୟୁପିର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଲା ଦିିଲ୍ଲୀ ପୋଲିସ । ଏହି ଘଟଣାରେ ଗିରଫ 6 ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା । ଅଧିକ ପଢ଼ନ୍ତୁ

ସଂସଦ ସୁରକ୍ଷା ଭଙ୍ଗ ମାମଲା
Parliament security breach

ଲକ୍ଷ୍ନୌ: ସଂସଦରେ ସୁରକ୍ଷା ଭଙ୍ଗ ମାମଲାରେ ଆଉ ଜଣଙ୍କୁ ଉଠାଇ ନେଲେ ପୋଲିସ । ଉତ୍ତରପ୍ରଦେଶର ଜାଲାଉନର ଓରାଇରୁ 50ବର୍ଷିୟ ଅତୁଲ କୁଲଶ୍ରେଷ୍ଟା ନାମକ ଜଣେ ବ୍ୟକ୍ତିକୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ଅତୁଲ କୁଲଶ୍ରେଷ୍ଟା ଭଗବତ ସିଂ ଫ୍ୟାନ୍ସ କ୍ଲବ ଗ୍ରୁପର ସଦସ୍ୟ ରହିଥିଲେ । ଏନେଇ ଜାଲାଉନ ପୋଲିସ ଅଧୀକ୍ଷକ ଇରାଜ ରାଜ ସୂଚନା ଦେଇଛନ୍ତି । ଅନ୍ୟପଟେ ପୂର୍ବରୁ ଗିରଫ 6 ଅଭିଯୁକ୍ତଙ୍କୁ ଗତକାଲି(ବୁଧବାର) ମୁହାଁମୁହିଁ ଜେରା କରାଯାଇଥିଲା । ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କ ବୟାନରେ ତାଳମେଳ ରହୁଛି ନା ନାହିଁ ତାହା ଜାଣିବାକୁ ପଚରାଉଚରା କରାଯାଇଥିଲା । 6 ଅଭିଯୁକ୍ତଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ର ପାଞ୍ଚଟି ଭିନ୍ନ ଭିନ୍ନ ୟୁନିଟ୍‌ରେ ରଖାଯାଇ ପ୍ରଥମେ ପଚରାଉଚରା କରିଥିଲା ପୋଲିସ। ଏହାପରେ ସମସ୍ତଙ୍କୁ କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟକୁ ପଠାଯାଇ ମୁହାଁମୁହିଁ ଜେରା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ସଂସଦ ସୁରକ୍ଷା ବିଭ୍ରାଟ: ମାଷ୍ଟରମାଇଣ୍ଡ ଲଳିତ ଘରେ ATS ଓ ଦିଲ୍ଲୀ ପୋଲିସର ଛାନଭିନ

ଜାଲାଉନ ପୋଲିସ ଅଧୀକ୍ଷକ ଇରାଜ ରାଜ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଦିଲ୍ଲୀ ପୋଲିସର ଏକ ଟିମ ଜାଲାଉନକୁ ଆସି ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଦିଲ୍ଲୀ ନେଇଛି । ଏ ସମ୍ପର୍କରେ ବିଶେଷ ତଥ୍ୟ ଦିଲ୍ଲୀ ପୋଲିସ ଆମକୁ ଦେଇନାହିଁ । ଲୋକଙ୍କ କହିବା ଅନୁଯାୟୀ ଅତୁଲ କୁଲଶ୍ରେଷ୍ଟା ଜଷ୍ଟିସ ଫର୍ ଆଜାଦ ଭଗତ ସିଂହଫ୍ୟାନ୍ସ କ୍ଲବ ଗ୍ରୁପର ସଦସ୍ୟ ରହିଥିଲା । ପୂର୍ବରୁ ସଂସଦ ସୁରକ୍ଷା ଭଙ୍ଗ ମାମଲାରେ ଗିରଫ 5 ସଦସ୍ୟ ଏହି ଗ୍ରୁପର ସଦସ୍ୟ ଥିଲେ । ଜଣେ ଅଭିଯୁକ୍ତ ଗ୍ରୁପରେ ଚାଟିଂ କରିଥିଲା । କୁଲଶ୍ରେଷ୍ଟା ଏକ ସାଧାରଣ ପରିବାରର ହୋଇଥିବା ବେଳେ ଏନେକ ବାମପନ୍ଥୀ କାର୍ଯ୍ୟକଳାପରେ ଜଡ଼ିତ ଥିବା କୁହାଯାଉଛି । ସେ ସ୍ଥାନୀୟ ଅଞ୍ଚଳରେ ଜଣେ ବାମପନ୍ଥୀ ଆଦର୍ଶବାଦୀ ଭାବେ ଜଣାଶୁଣା ।

ଅଭିଯୁକ୍ତ ସାଗର ଶର୍ମା, ଡି.ମନୋରଞ୍ଜନ, ନିଲମ ଦେବୀ ଓ ଅମୋଲ ସିନ୍ଦେଙ୍କ ଆଜି 7 ଦିନିଆ ରିମାଣ୍ଡ ଅବଧି ଶେଷ ହେବାକୁ ଯାଉଛି । ଦିନକ ପୂର୍ବେ ସୁରକ୍ଷା ବିଭ୍ରାଟ ଓ ଧୂମ୍ରକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଳିତ ଝାର ବିହାର ଦରଭଙ୍ଗା ସ୍ଥିତ ଘରେ ପହଞ୍ଚି ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କୁ ପଚରାଉଚୁରା କରିବା ସହ ଛାନଭିନ କରିଥିଲା ଦିଲ୍ଲୀ ପୋଲିସ ଓ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍‌ (ଏଟିଏମସ)ର ଟିମ୍‌ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.