ETV Bharat / bharat

ସାଗର ଧନକର ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ

author img

By

Published : Jun 11, 2021, 12:10 PM IST

ସାଗର ଧନକର ହତ୍ୟା ମାମଲା । ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ । ଅଧିକ ପଢନ୍ତୁ...

delhi police crime branch says one more person arrested in wrestler sagar rana murder case
ସାଗର ଧନକର ହତ୍ୟା ମାମଲା,ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ସାଗର ଧନକର ହତ୍ୟା ମାମଲା । ଏହି ଘଟଣାରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ କୁସ୍ତି ଖେଳାଳୀ ସୁଶୀଲ କୁମାରଙ୍କ ସହ ତାଙ୍କ ସହଯୋଗୀ ଅଜୟ ବକରଓ୍ବାଲାଙ୍କୁ ମେ’ 23 ତାରିଖରେ ମୁଣ୍ତକା ଅଞ୍ଚଳରୁ ଗିରଫ କରିଥିଲା ।

ଏହି ମାମଲାରେ ସୁଶୀଲ କୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି ହୋଇଥିଲା । ଏହା ପୂର୍ବରୁ ଦିଲ୍ଲୀ କୋର୍ଟ ଏହି ମାମଲାରେ ସୁଶୀଲଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଦିଲ୍ଲୀ ପୋଲିସର ସୂଚନାନୁସାରେ, 38 ବର୍ଷିୟ କୁସ୍ତିଯୋଦ୍ଧା ତାଙ୍କ ଗିରଫଦାରୀକୁ ଏଡାଇବାକୁ ଚେଷ୍ଟା କରିଥିଲେ। ଗିରଫଦାରୀକୁ ଏଡ଼ାଇବା ପାଇଁ ସେ ଲଗାତାର ନିଜର ସିମ୍ କାର୍ଡ ବଦଳାଇ ଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଦିଲ୍ଲୀ ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ସାଗର ଧନକର ହତ୍ୟା ମାମଲାରେ 13 ଜଣଙ୍କ ସମ୍ପୃକ୍ତି ରହିଛି । ଏବେ ସୁଦ୍ଧା 13 ଜଣଙ୍କ ମଧ୍ୟରୁ ଦଶ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବାକି ତିନି ଜଣ ଫେରାର ଥିବା ଜଣାପଡିଛି । ମେ ’4 ରେ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେମାନଙ୍କ ମଧ୍ୟରୁ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସାଗର ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.