ନୂଆଦିଲ୍ଲୀ: ରାଜଧାନୀ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ । ଆସିଥିଲେ ବିଦେଶୀ କଲ ଗାର୍ଲ । କୌଣସି ସୂତ୍ରରୁ ସୂଚନା ପାଇଁ ପହଞ୍ଚି ଯାଇଥିଲା ପୋଲିସ । ଗ୍ରାହକ ଓ ହୋଲେଟ କର୍ମଚାରୀଙ୍କ ସମେତ ମୋଟ 4 ଜଣଙ୍କୁ ଗିରଫ କରିବା ସହ 7 ବିଦେଶୀ କଲଗାର୍ଲଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଦିଲ୍ଲୀରେ ଏପରି ଏକ ହାଇପ୍ରାଫାଇଲ ସେକ୍ସ ରାକେଟକୁ ଠାବ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଦିଲ୍ଲୀ ପୋଲିସ ।
ଦିଲ୍ଲୀ ମହିପାଲପୁର ଏରିଆରେ ଥିବା ଏକ ହେଟଲରେ ଗତକାଲି ରାତିରେ ପୋଲିସ ଟିମ ଚଢାଉ କରିଥିଲା । ଏକ ହାଇପ୍ରୋଫାଇଲ ସେକ୍ସ ରାକେଟ ଚାଲିଥିବା ନେଇ କୌଣସି ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ରାକେଟରେ ସମ୍ପୃକ୍ତ ଥିବା ଉକ୍ତ ହୋଟେଲର ମ୍ୟାନେଜର ସହ 4 ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଉଦ୍ଧାର ହୋଇଥିବା ବିଦେଶୀ ରୂପଜୀବୀମାନେ ଉଜବେକିସ୍ତାନର ଯୁବତୀ ବୋଲି ପୋଲିସ ପ୍ରାଥମିକ ଭାବେ ଜାଣିବାକୁ ପାଇଛି । ସ୍ଥାନୀୟ ବସନ୍ତକୁଞ୍ଜ ପୋଲିସ ଷ୍ଟେସନରେ ସମ୍ପୃକ୍ତ ଯୁବତୀଙ୍କୁ ରଖାଯାଇ ଜେରା କରାଯାଉଛି । ସେମାନେ କେବେଠାରୁ ଦିଲ୍ଲୀରେ ଏପରି କାର୍ଯ୍ୟରେ ଲିପ୍ତ ଅଛନ୍ତି, କେଉଁ ମାଧ୍ୟମରେ ଭାରତ ଆସିଥିଲେ ଓ ଏହି ରାକେଟ ପଛରେ ଥିବା ଦଲାଲଙ୍କୁ ଗିରଫ କରିବା ପାଇଁ ପୋଲିସ ସୂଚନା ସଂଗ୍ରହ ଜାରିରଖିଛି ।
ତେବେ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ରାକେଟକୁ ଧରିବା ପାଇଁ ସ୍ଥାନୀୟ ବସନ୍ତକୁଞ୍ଜ ପୋଲିସ ଷ୍ଟେସନର ଜଣେ କନେଷ୍ଟବଳଙ୍କୁ ଗ୍ରାହକ ଭାବେ ପଠାଯାଇଥିଲା । ସେ ସେଠାରେ ସ୍ଥିତି ଅନୁଧ୍ୟାନ କରିବା ପରେ ଥାନାକୁ ଅବଗତ କରିଥିଲେ । ପରେ ଏସଏଚଓ ନେତୃତ୍ବରେ ଏକ ପୋଲିସ ଟିମ ଉକ୍ତ ହୋଟେଲରେ ପହଞ୍ଚି ଅତର୍କିତ ଚଢାଉ କରିଥିଲା । 4 ଜଣଙ୍କୁ ଗିରଫ କରାଯିବା ସହ 7 ବିଦେଶୀ ରୂପଜୀବୀଙ୍କୁ ଉଦ୍ଧାର କରିବାରେ ପୋଲିସକୁ ସଫଳତା ମିଳିଛି ।
ତେବେ ଏହା ଏକ ଅନ୍ତର୍ଜାତୀୟ ସେକ୍ସ ରାକେଟ ବୋଲି ପୋଲିସ କହିଛି । ବିଦେଶରୁ ଦଲାଲମାନେ ଯୁବତୀଙ୍କୁ ଆଣି ସେକ୍ସ ରାକେଟରେ ବ୍ୟବହାର କରୁଛନ୍ତି । ଯୁବପିଢି ମଧ୍ୟ ବିଦେଶୀ ରୁପଜୀବୀଙ୍କ ପାଇଁ ବେଶି ଆଗ୍ରହୀ ହେଉଥିବାରୁ ଦଲାଲମାନେ ଏପରି କରୁଥିବା ପୋଲିସ ସନ୍ଦହ କରୁଛି । ଏହି ଘଟଣାରେ ସମସ୍ତ ଗିରଫ ଅଭିଯୁକ୍ତ ଓ ଅଟକ ଥିବା ଯୁବତୀଙ୍କୁ ଜେରା ଜାରି ରହିଛି । ତେବେ ରାଜଧାନୀରେ ବିଦେଶୀ କଲଗାର୍ଲର ଏହା ପ୍ରଥମ ମାମଲା ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ସେକ୍ସ ରାକେଟରେ ବିଦେଶୀ ଯୁବତୀଙ୍କୁ ଉଦ୍ଧାର କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ