ETV Bharat / bharat

ଆଜି ପୁଣି ବଢିଲା ତୈଳ ଦର, ଜାଣନ୍ତୁ କେତେ ?

author img

By

Published : May 6, 2021, 12:34 PM IST

Updated : May 13, 2021, 2:27 PM IST

ନିର୍ବାଚନ ଶେଷ ହେଉ ହେଉ ତୈଳ କମ୍ପାନୀମାନେ ଦର ବଢାଇବା ଆରମ୍ଭ କରିଦେଇଛନ୍ତି । ଲଗାତାର ତୃତିୟ ଦିନରେ ଭାରତୀୟ ତେଲ ବିତରଣ କମ୍ପାନୀ ତୈଳ ଦର ବୃଦ୍ଧି କରି ପେଟ୍ରୋଲ ଲିଟର ପିଛା 90.99 ଟଙ୍କା ଏବଂ ଡିଜେଲ ଲିଟର ପିଛା 81.42 ଟଙ୍କା କରିଛନ୍ତି । ଅଧିକ ପଢନ୍ତୁ...

ଲଗାତାର ତୃତିୟ ଦିନରେ ବଢିଲା ତୈଳ ଦର
ଲଗାତାର ତୃତିୟ ଦିନରେ ବଢିଲା ତୈଳ ଦର

ନୂଆଦିଲ୍ଲୀ: ନିର୍ବାଚନ ଶେଷ ହେଉ ହେଉ ତୈଳ କମ୍ପାନୀମାନେ ଦର ବଢାଇବା ଆରମ୍ଭ କରିଦେଇଛନ୍ତି । ସାରାଦେଶ ଏବେ କୋରୋନା ସଙ୍କଟ ଦେଇ ଗତି କରୁଥିବା ବେଳେ ସରକାର ଏପଟେ ତୈଳ ଦର ବୃଦ୍ଧି କରିବାରେ ଲାଗିପଡ଼ିଛନ୍ତି । ବଡ କଥା ହେଉଛି ଗତ ୨ ମାସ ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲେ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା । କିନ୍ତୁ ଏବେ 3 ଦିନ ଧରି ଭାରତୀୟ ତେଲ ବିତରଣ କମ୍ପାନୀ ତୈଳ ଦର ବୃଦ୍ଧି କରିଛନ୍ତି ।

ଗୁରୁବାର(ଆଜି) ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଜାତୀୟ ରାଜଧାନୀରେ ସାମାନ୍ୟ ବୃଦ୍ଧି ଘଟି ପେଟ୍ରୋଲ ଲିଟର ପିଛା 90.99 ଟଙ୍କା ଏବଂ ଡିଜେଲ ଲିଟର ପିଛା 81.42 ଟଙ୍କା ରହିଛି। ବୁଧବାର ତୁଳନାରେ ପେଟ୍ରୋଲରେ 25 ପଇସା ବୃଦ୍ଧି ହୋଇଥିବାବେଳେ ଡିଜେଲରେ 30 ପଇସା ବୃଦ୍ଧି ପାଇଛି ।

ସେପଟେ, ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ଯଥାକ୍ରମେ 97.34 ଟଙ୍କା ଏବଂ 88.49 ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ 92.90 ଟଙ୍କା ଏବଂ 86.35 ଟଙ୍କା ଏବଂ କୋଲକାତାରେ ଲିଟର ପିଛା 91.14 ଏବଂ 84.26 ଟଙ୍କା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 13, 2021, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.