ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ଦିଲ୍ଲୀର ଓଖଲା ଇଣ୍ଡଷ୍ଟ୍ରିଆଲର ଏକ ପୋଷାକ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଏନେଇ ଖବର ପାଇଁ ଘଟଣାସ୍ଥଳରେ ୧୭ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି । ପ୍ରଥମେ ଗୋଦାମର ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିବା ପରେ ଏହା ପ୍ରଥମ ମହଲାକୁ ବ୍ୟାପିଥିଲା । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତହାତ ହୋଇନଥିବା ବେଳେ କିଛି ସମ୍ପତ୍ତି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନାଅନୁଯାୟୀ, ଆଜି ସକାଳ ୪ଟା ସମୟରେ ଓଖଲା ଇଣ୍ଡଷ୍ଟ୍ରିଆଲ୍ ଏରିଆର ଏକ ପୋଷାକ ଗୋଦାମରେ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହାପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ କିପରି ଲାଗିଲା ତାହା ଅସ୍ପଷ୍ଟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ