ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ (Shraddha murder case) ଭିଡିଓ କନଫରେନ୍ସିଂ ମୋଡରେ କୋର୍ଟରେ ହାଜର ହେବ ଅଭିଯୁକ୍ତ ଅଫତାବ ପୁନାଓ୍ବାଲା (Aftab Poonawala To Be Produced Via Video)। ମାମଲା ଏକ ସମ୍ବେଦନଶୀଳ ଏବଂ ଏଥିରେ ସୁରକ୍ଷା ସମ୍ପର୍କିତ କାରଣ ଥିବାରୁ ଅଭିଯୁକ୍ତକୁ କୋର୍ଟରେ ପ୍ରତ୍ୟେକ୍ଷ ହାଜର କରାଇବା ପରିବର୍ତ୍ତେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ହାଜର ହେବା ପାଇଁ ଅନୁମତି ଦେବାକୁ ଏକ ପିଟିସନ ଦାଖଲ ହୋଇଥିଲା । ଯାହାର ଶୁଣାଣିରେ କୋର୍ଟ ଏହାକୁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଭିଯୁକ୍ତ ଅଫତାବକୁ ଆଜି ଅପରାହ୍ନରେ ଭିସି ଜରିଆରେ କୋର୍ଟରେ ହାଜର କରାଯିବ ।
-
Shraddha murder case | An application for the appearance of accused Aftab Poonawala through video conferencing was allowed, due to the security and sensitivity of the case. Now he is to be produced before court through VC.
— ANI (@ANI) November 17, 2022 " class="align-text-top noRightClick twitterSection" data="
(File photo) pic.twitter.com/43iShv45BK
">Shraddha murder case | An application for the appearance of accused Aftab Poonawala through video conferencing was allowed, due to the security and sensitivity of the case. Now he is to be produced before court through VC.
— ANI (@ANI) November 17, 2022
(File photo) pic.twitter.com/43iShv45BKShraddha murder case | An application for the appearance of accused Aftab Poonawala through video conferencing was allowed, due to the security and sensitivity of the case. Now he is to be produced before court through VC.
— ANI (@ANI) November 17, 2022
(File photo) pic.twitter.com/43iShv45BK
ତେବେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହାକୁ ନେଇ କ୍ଷୋଭ ଦେଖିବାକୁ ମିଳିଛି । ଅଭିଯୁକ୍ତକୁ କେବଳ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରତିବାଦ ଶୋଭାଯାତ୍ରା କରାଯାଇଥିବା ବେଳେ ଦିଲ୍ଲୀରେ ମଧ୍ୟ ବିଭିନ୍ନ ସଂଗଠନ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେହିପରି ଲୋକଙ୍କ ମଧ୍ୟରେ ଆକ୍ରୋଷ ଥିବା ଯୋଗୁ କୋର୍ଟରେ ହାଜର କରିବା ସମୟରେ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ମଧ୍ୟ ପୋଲିସ ଅସ୍ବୀକାର କରିପାରି ନାହିଁ । ଆଜି ତାକୁ କୋର୍ଟରେ ହାଜର କରାଯିବାକୁ ଥିବା ବେଳେ କୋର୍ଟ ପରିସରରେ ଆଇନଜୀବୀଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ କ୍ଷୋଭ ଦେଖିବାକୁ ମିଳିଥିଲା । ‘ଜିହାଦୀକୁ ଫାଶୀ’ ନାରା ଦେବା ସହ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନଜୀବୀମାନେ ଦାବି କରିଥିଲେ ।
ଘଟଣା କିଛି ଏମିତି:-
ଏକ ଅନଲାଇନ ଡେଟିଂ ଆପ ଜରିଆରେ ପ୍ରଥମେ ପରସ୍ପର ସହ ପରିଚିତ ହୋଇଥିଲେ ହତ୍ୟାର ଶିକାର ହୋଇଥିବା ଶ୍ରଦ୍ଧା ଓ ଅଭିଯୁକ୍ତ ଅଫତାବ । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଭିନ୍ନ ଧର୍ମର ହୋଇଥିବା କାରଣରୁ ପରିବାର ଲୋକେ ଏହାକୁ ବାରଣ କରିଥିଲେ । ପରେ ଉଭୟ ଦିଲ୍ଲୀର ମେହେରୁଲିରେ ଏକ ଭଡା ଆପାର୍ଟମେଣ୍ଟରେ ଲିଭ୍-ଇନ-ରିଲେସନସିପରେ ରହିବା ଆରମ୍ଭ କରିଥିଲେ । କିଛି ଦିନ ପରେ ସମ୍ପୃକ୍ତ ଯୁବତୀ ବିବାହ ପାଇଁ ବାରମ୍ବାର ଅଭିଯୁକ୍ତ ଉପରେ ଚାପ ପକାଇଥିଲା । ଉଭୟଙ୍କ ମଧ୍ୟରେ ଏହି ଘଟଣାକୁ ବଚସା ହେବା ସହ ସମ୍ପର୍କରେ ତିକ୍ତତା ବଢିବାରେ ଲାଗିଥିଲା ।
ଗତ ମେ’ ମାସରେ ଅଫତାବ ରାଗିଯାଇ ଶ୍ରଦ୍ଧାଙ୍କୁ ଗଳା ଚିପି ହତ୍ୟା କରିଥିଲା । ପରେ ପ୍ରାମଣ ନଷ୍ଟ କରିବା ପାଇଁ ନାଟକୀୟ ଭାବେ ଏକାଧିକ ବିଭତ୍ସ କାଣ୍ଡ କରିବାକୁ ମଧ୍ୟ ପଛାଇ ନଥିଲା ଅଫତାବ । ଇଣ୍ଟରନେଟ ସହାୟତାରେ ମୃତଦେହକୁ କିପରି ବିନା ସନ୍ଦେହରେ ନଷ୍ଟ କରାଯାଇ ପାରିବ ତାହା ଶିଖିଥିଲା ଅଭିଯୁକ୍ତ । ମୃତଦେହକୁ 35ଖଣ୍ଡ କରି କାଟିବା ପରେ ଏକ ଫ୍ରିଜରେ ରଖିଥିଲା । ପ୍ରତିଦିନ ମଧ୍ୟରାତ୍ରୀରେ ନିକଟରେ ଥିବା ଜଙ୍ଗଲରେ ମୃତଦେହର କିଛି କିଛି ଖଣ୍ଡ ଫିଙ୍ଗୁଥିଲା । ଶେଷରେ ହତ୍ୟାକାଣ୍ଡର ଦୀର୍ଘ ୫ମାସ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏପରି ବିଭତ୍ସ ମାନସିକତା ସାମ୍ନାକୁ ଆସିବା ପରେ ଏକାଧିକ ସାମାଜିକ ସଂଗଠନ ଲଭ ଜିହାଦ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅଭିଯୁକ୍ତ ଅଫତାବକୁ ଫାଶୀ ଦଣ୍ଡାଦେଶ ଦେବା ଦାବିରେ ପ୍ରତିବାଦ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ