ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଫାଇଲ ଫେରାଇ ଦେଲେ ଉପ ରାଜ୍ୟପାଳ - Delhi LG sends 47 proposals back to CMO

ଉପ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଯାଇଥିବା ପ୍ରସ୍ତାବରେ ନଥିଲା ମୁଖ୍ୟମନ୍ତ୍ରୀଙ୍କ ଦସ୍ତକ୍ଷତ । କେବଳ ଅଧିକାରୀଙ୍କ ଦସ୍ତକ୍ଷତ ଥିବାରୁ ଫେରାଇଦେଲା ରାଜଭବନ (Delhi LG) । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଫାଇଲ ଫେରାଇଦେଲେ ଉପ ରାଜ୍ୟପାଳ

author img

By

Published : Aug 27, 2022, 10:28 PM IST

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିଲେ ସୁଦ୍ଧା ଦିଲ୍ଲୀରେ ରହିଛି ସରକାର । କିନ୍ତୁ ଦିଲ୍ଲୀ ସରକାର ଅନ୍ୟ ପ୍ରଦେଶ ସରକାର ଭାବେ ସମ୍ପୂର୍ଣ୍ଣ କ୍ଷମତାସୀନ ହୋଇ ନଥିବା ଯୋଗୁ ବେଳେବେଳେ ସାମ୍ବିଧାନିକ ସଙ୍କଟ ତଥା ବିବାଦ ମଧ୍ୟ ଦେଖିବାକୁ ମିଳିଥାଏ । ଦିଲ୍ଲୀରେ ମଧ୍ୟ ସେପରି କିଛି ସ୍ଥିତି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ କେଜ୍ରିିଓ୍ବାଲଙ୍କ କାର୍ଯ୍ୟାଳୟରୁ ଅନୁମୋଦନ ପାଇଁ ରାଜଭବନକୁ ଆସିଥିବା ପ୍ରାୟ ୪୭ଟି ପ୍ରସ୍ତାବ ସମ୍ବଳିତ ଫାଇଲକୁ ଫାରାଇ ଦେଇଛନ୍ତି ଉପ ରାଜ୍ୟପାଳ ବିନୟ ସକ୍ସେନା (Delhi LG sends 47 proposals back to CMO) । ମୁଖ୍ୟମନ୍ତ୍ରୀ ନିଜେ ଏହି ଫାଇଲଗୁଡିକରେ ଦସ୍ତଖତ ନକରି ଅନ୍ୟ ଅଧିକାରୀ ଦସ୍ତଖତ କରିଥିବାରୁ ଏପରି କରାଯାଇଥିବା ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଫାଇଲର ଫେରସ୍ତର କାରଣ ସମ୍ପର୍କରେ ମଧ୍ୟ ଉପ ରାଜ୍ୟପାଳ (Delhi Lieutenant Governor V K Saxena) ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଲେଖା ଯାଇଥିବା ଚିଠିରେ ଉଲ୍ଲେଖ ରହିଛି, ଉପ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ଆସୁଥିବା ଫାଇଲ କିମ୍ବା ପ୍ରସ୍ତାବରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ରହିଥିବା ଦର୍ଶାଯାଇଥିଲେ ସୁଦ୍ଧା କେବଳ ସରକାରୀ ଅଧିକାରୀଙ୍କ ଦସ୍ତଖତ ରହୁଛି । ତେଣୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜେ ସଠିକ ଭାବେ ଉକ୍ତ ଫାଇଲରେ ଦସ୍ତଖତ କରନ୍ତୁ ।

ଉପ ରାଜ୍ୟପାଳ ଏହା ମଧ୍ଯ ନିଜ ଚିଠିରେ ଦର୍ଶାଇଛନ୍ତି, ଯେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ଦସ୍ତକ୍ଷତ ବିନା, ଉକ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସଠିକ ଭାବେ ଅନୁମୋଦିତ ବୋଲି ବିଚାର କରାଯାଇ ପାରିବନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୪୭ଟି ପ୍ରସ୍ତାବ ସମ୍ବଳିତ କିଛି ଫାଇଲ ଉପ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ରାଜଭବନ ପଠାଯାଇଥିଲା । ହେଲେ ରାଜ୍ୟପାଳ ଏପରି କିଛି ବ୍ୟତିକ୍ରମ ଲକ୍ଷ୍ୟ କରିବା ପରେ ଉକ୍ତ ଫାଇଲ ପୁଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.