ETV Bharat / bharat

ଦୁଷ୍କର୍ମ ପୀଡିତାଙ୍କ ପରିଚୟ ସାର୍ବଜନୀନ ମାମଲା, ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ ଜାରି

ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପରିପ୍ରକାଶ ବିରୋଧରେ ଦାଖଲ ପିଟିସନର ଶୁଣାଣି କଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ସରକାର ଓ କିଛି ସୋସିଆଲ ମିଡିଆକୁ ଜାରି ହେଲା ନୋଟିସ । ଅଧିକ ପଢନ୍ତୁ...

author img

By

Published : Jan 8, 2021, 8:08 PM IST

Delhi highcourt responds on a petition filed against against  exposing identity of rape victims
ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରକାଶ ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ ଜାରି

ନୂଆଦିଲ୍ଲୀ: ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପରିପ୍ରକାଶ ବିରୁଦ୍ଧରେ ଦାଖଲ ହୋଇଥିବା ପିଟିସନର ଶୁଣାଣି କଲେ ଦିଲ୍ଲୀ ହାଇକୋର୍ଟ । ପ୍ରଧାନ ବିଚାରପତି ଡିଏନ ପଟେଲଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଦ୍ବାରା ମାମଲାର ଶୁଣାଣି କରାଯାଇ ଦିଲ୍ଲୀ ସରକାର ଓ କିଛି ସୋସିଆଲ ମିଡିଆକୁ ଏକ ନୋଟିସ ଜାରି କରାଯାଇଛି ।

ମନନ ନରୁଲା ନାମକ ଜଣେ ବ୍ୟକ୍ତି ଉକ୍ତ ପିଟିସନ ଦାୟର କରିଥିଲେ । ଆବେଦନକାରୀ ପକ୍ଷ ଓକିଲଙ୍କ କହିବାନୁଯାୟୀ, ଦୁଷ୍କର୍ମ ପୀଡିତାଙ୍କ ପରିଚୟ କିଛି ଗଣମାଧ୍ୟମ ପ୍ରତିଷ୍ଠାନ ତଥା ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଏପରି କରି ସେହି ଗଣମାଧ୍ୟମଗୁଡିକ ଭାରତୀୟ ଦଣ୍ଡ ବିଧାନ ଧାରା 228ଏ କୁ ଉଲ୍ଲଙ୍ଘନ କରିଛନ୍ତି । ପୀଡିତାଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ନିପୁଣ ସକ୍ସେନା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ନିର୍ଦ୍ଦେଶକୁ କିଛି ସୋସିଆଲ ମିଡିଆ ଅବମାନନା କରିଥିବା ମଧ୍ୟ ପିଟିସନରେ ଉଲ୍ଲେଖ ଅଛି ।

ପ୍ରିଣ୍ଟ, ଇଲେକ୍ଟ୍ରୋନିକ ଓ ସୋସିଆଲ ମିଡିଆ ଇତ୍ୟାଦିରେ ପୀଡିତାଙ୍କ ନାମ କିମ୍ବା ପରିଚୟ ଗୋପନ ରଖିବାକୁ ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ବାରା ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଗାଇଡଲାଇନ ମୁତାବକ, ପୀଡିତାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କ ସମ୍ପର୍କୀୟ କିମ୍ବା ବିଚାରପତିଙ୍କ ଅନୁମତି ବିନା ପୀଡିତାଙ୍କ କୌଣସି ପରିଚୟ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ । ଭାରତୀୟ ଦଣ୍ଡ ବିଧାନ ଅଧିନିୟମ 376, 376A, 376B, 376C, 376D, 376DA କିମ୍ବା 376E ଏବଂ ପକ୍ସୋ ଆକ୍ଟ ସହ ଜଡିତ ଏଫଆଇଆରକୁ ସାର୍ବଜନୀନ କରାଯାଇ ପାରିବ ନାହିଁ । ଏହାସହ ପୀଡିତାଙ୍କ ପରିଚୟଭୁକ୍ତ ସମସ୍ତ ଦଲିଲକୁ ଏକ ସିଲ କଭରରେ ରଖିବାକୁ ପୋଲିସ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.