ETV Bharat / bharat

ଦିଲ୍ଲୀ ହାଇକୋର୍ଟଙ୍କ ବିରଳ ରାୟ, ମାରପିଟ ମାମଲାରେ 2 ପକ୍ଷଙ୍କୁ 200 ଲେଖାଏଁ ଗଛ ଲଗାଇବାକୁ ନିର୍ଦ୍ଦେଶ - ବୃକ୍ଷରୋପଣ

ମାରପିଟ ମାମଲାରେ 2 ପକ୍ଷଙ୍କୁ 200 ଲେଖାଏଁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ । ଅଧିକ ପଢନ୍ତୁ

delhi high court
delhi high court
author img

By

Published : Jul 30, 2023, 5:06 PM IST

ନୂଆଦିଲ୍ଲୀ: ମୌସୁମୀ ଆଗମନରେ ସାରା ଦେଶରେ ବର୍ଷା ଜାରି ରହିଛି । ଏହି ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଜାତୀୟ ରାଜଧାନୀ ଦିଲ୍ଲୀକୁ ଶସ୍ୟ ଶ୍ୟାମଳା ଭରା କରିବା ଲାଗି ଅନେକ ସଂସ୍ଥା ମଧ୍ୟ ଅଣ୍ଟା ଭିଡ଼ିଛନ୍ତି । ଏହି ପରିବେଶ ଅନୁକୂଳ କାର୍ଯ୍ୟରେ ସାମିଲ ହୋଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଏକ ମାରପିଟ ମାମଲାର ଶୁଣାଣି କରିବା ସମୟରେ ଉଭୟ ପକ୍ଷଙ୍କୁ 200 ଲେଖାଏଁ ଗଛ ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ହାଇକୋର୍ଟ ଦଣ୍ଡବିଧାନ ସ୍ବରୂପ 2 ପକ୍ଷଙ୍କୁ ବୃକ୍ଷରୋପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିଶ ଦିନେଶ କୁମାର ଶର୍ମାଙ୍କ ନେତୃତ୍ବାଧୀନ 2 ଜଣିଆ ଖଣ୍ଡପୀଠ ଏହି ମାରପିଟ ମାମଲାର ଶୁଣାଣ କରିବା ସମୟରେ ଉଭୟ ପକ୍ଷଙ୍କୁ ନିଜ ନିଜ ଅଞ୍ଚଳରେ 200-200 ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଗଛ ଲଗାଇ ଛାଡ଼ିଦେଲେ ହେବ ନାହିଁ, ଆଗାମୀ 5 ବର୍ଷ ପର୍ଯ୍ୟନ୍ତ ଏହି ଚାରାଗୁଡ଼ିକର ଯତ୍ନ ନେବା ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ କହିବା ଅନୁସାରେ ଏଭଳି ଭାବରେ ଅପରାଧିକ ମାମଲାର 2 ପକ୍ଷ ନିଜ ମଧ୍ୟରେ ଥିବା ନକରାତ୍ମକ ଭାବକୁ ଦୂରେଇ ମନରେ ସକରାତ୍ମକ ଭାବନା ଜାଗ୍ରତ କରିପାରିବେ ।

ଏହା ବି ପଢନ୍ତୁ- ଇତିହାସରେ ପ୍ରଥମ, ଓଡ଼ିଆ ଭାଷାରେ ରାୟ ପ୍ରକାଶ କଲେ ହାଇକୋର୍ଟ

ସୂଚନା ଥାଉ କି ଏହି ମାମଲା ଗତ 2017 ମସିହା ମାର୍ଚ୍ଚ 4 ତାରିଖର । ଗୋଟିଏ ପକ୍ଷର 3 ଜଣ ଅଭିଯୁକ୍ତ ଅନ୍ୟ ପକ୍ଷର ଘରକୁ ଆସିଥିଲେ ଏବଂ କମ୍ବଳ ଦେବା ଲାଗି ସେମାନଙ୍କ ପରିଚୟ ପତ୍ର ମାଗିଥିଲେ । ତେବେ ଏହି କମ୍ବଳ ଜଣେ ରାଜନୈତିକ ଦଳର କୌଣସି ଏକ ପଦ ଲାଗି ଆଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ଦିଆଯାଉଥିଲା । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହେବା ପରେ ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ଏହାପରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଥାନାର ଦ୍ବାରସ୍ଥ ହୋଇ ମାମଲା ରୁଜୁ କରିଥିଲେ ।

ସେପଟେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଉଭୟ ପକ୍ଷ କୋର୍ଟଙ୍କୁ ସୂଚିତ କରିଥିଲେ ଯେ ଚଳିତ ବର୍ଷ ଜାନୁଆରୀ ପହିଲାରେ ଉଭୟ ପକ୍ଷ ପରସ୍ପର ମଧ୍ୟରେ ବୁଝାମଣା କରିନେଇଛନ୍ତି । ତେବେ ମାମଲା କୋର୍ଟରେ ପହଞ୍ଚିଥିବାରୁ ଏହାର ଶୁଣାଣି ହୋଇଥିଲା । କୋର୍ଟ ଉଭୟ ପକ୍ଷକୁ ଦଣ୍ଡବିଧାନ ସ୍ବରୂପ 2 ପକ୍ଷଙ୍କୁ 200 ଲେଖାଏଁ ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ଯାଞ୍ଚ କରୁଥିବା ପୋଲିସ ଅଧିକାରୀ ବନ ବିଭାଗ ସହିତ ବିଚାର ବିମର୍ଷ କରିବା ପରେ ବୃକ୍ଷରୋପଣ ଲାଗି ସ୍ଥାନ ଚୟନ କରିବେ । ଏହାପରେ ଉଭୟ ପକ୍ଷକୁ ସୂଚିତ କରିବା ପରେ ସେମାନେ ବୃକ୍ଷରୋପଣ ଆରମ୍ଭ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.