ETV Bharat / bharat

ଦିଲ୍ଲୀବାସୀଙ୍କୁ ମିଳିବ ମାଗଣା ଟିକା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

author img

By

Published : Apr 26, 2021, 2:40 PM IST

18 ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର । ଅଧିକ ପଢନ୍ତୁ...

ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । 18 ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର । ଏ ନେଇ 1.34ଡୋଜ ଟିକା କିଣିବେ ବୋଲି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ମହାରାଷ୍ଟ୍ର ,କର୍ଣ୍ଣାଟକ, ହରିୟାଣା,ଓଡିଶା ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡିକ ମାଗଣାରେ ଟିକା ଦେବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଦିଲ୍ଲୀରେ 18 ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଯେତେ ଶୀଘ୍ର ସମ୍ଭବ ଟିକା ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କେଜ୍ରିୱାଲ । ଭ୍ୟାକ୍ସିନ ନେବା ପରେ କୋରୋନାରେ ସଂକ୍ରମିତ ହେବା ସମ୍ଭାବନା କମ ରହିଛି ।

ଭ୍ୟାକ୍ସିନର ମୂଲ୍ୟକୁ ନେଇ କେଜ୍ରିୱାଲ କହିଛନ୍ତି ଗୋଟିଏ ଉତ୍ପାଦନ କେନ୍ଦ୍ର ଏହାର ମୂଲ୍ୟ 400 କହୁଥିବାବେଳେ ଅନ୍ୟଟି 600 କହିଛନ୍ତି । ମାତ୍ର କେନ୍ଦ୍ର ଏହାକୁ 150 ଟଙ୍କାରେ କିଣିଛି । ଏହି ମୂଲ୍ୟ ସମାନ ରହିବ ବୋଲି ମୋର ବିଶ୍ବାସ ରହିଛି ବୋଲି କହିଛନ୍ତି କେଜ୍ରିୱାଲ । ଭ୍ୟାକ୍ସିନର ଲାଭ ଉପରେ କେଜ୍ରିୱାଲ କହିଛନ୍ତି ବର୍ତ୍ତମାନ ଲାଭ କ୍ଷତିର ହିସାବ କରିବା ସମୟ ନୁହେଁ ବର୍ତ୍ତମାନ ସାହାଯ୍ୟ କରିବାର ସମୟ ।

ମେ 1ରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ କରାଯିବା ନେଇ ଏପ୍ରିଲ 19ରେ ଘୋଷଣା ହୋଇଥିଲା । ଏନେଇ ଏପ୍ରିଲ 28ରୁ ପଞ୍ଜୀକରଣ ଆରମ୍ଭ ହେବ । ଜାନୁଆରୀ 16ରୁ ଦେଶବ୍ୟାପୀ କୋରୋନା ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଗଧାଡିର ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିଲା । ଏହା ପରେ ମାର୍ଚ୍ଚ 1ରେ ବରିଷ୍ଠ ନାଗରିକମାନଙ୍କୁ ଟିକା ଦିଆଯାଇଥିଲା ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.