ETV Bharat / bharat

ଦିଲ୍ଲୀ ସରକାରଙ୍କ ଛଟପୂଜା ପ୍ରତିବନ୍ଧକକୁ ହାଇକୋର୍ଟଙ୍କ ମଞ୍ଜୁର - chhath puja program cancel order is right

ଘାଟ, ପୋଖରୀ ଏବଂ ନଦୀ କୂଳରେ ଛଟ ପୂଜା ଉତ୍ସବ ଆୟୋଜନ ପାଇଁ ଦିଲ୍ଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟ ମଞ୍ଜୁର ଦେଇଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀ ସରକାରଙ୍କ ଛଟପୂଜା ପ୍ରତିବନ୍ଧକକୁ ହାଇକୋର୍ଟଙ୍କ ମଞ୍ଜୁର

author img

By

Published : Nov 18, 2020, 5:42 PM IST

ନୂଆଦିଲ୍ଲୀ: ଘାଟ, ପୋଖରୀ ଏବଂ ନଦୀ କୂଳରେ ଛଟ ପୂଜା ଉତ୍ସବ ଆୟୋଜନ ପାଇଁ ଦିଲ୍ଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇଛି । ତେବେ ଯାଚିକାଙ୍କ ଏହି ଚ୍ୟାଲେଞ୍ଜକୁ ବର୍ତ୍ତମାନ ପାଇଁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି ।

ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି ଯେ ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଛଟ ପୂଜାରେ ଶ୍ରଦ୍ଧାଳୁ ଏକତ୍ରିତ ହେଲେ ଏହି ମହାମାରୀ ଆହୁରି ବୃଦ୍ଧି ପାଇପାରେ । ତେଣୁ ଦିଲ୍ଲୀ ସରକାର ଦେଇଥିବା ଆଦେଶ ସଠିକ୍ ଏବଂ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟରୁ ନିର୍ଦ୍ଦେଶ ଆସିଛି ।

ଭବିଷ୍ୟତରେ ଏହି ଛଟ ପୂଜା ସମସ୍ତେ କରିବାକୁ ଇଚ୍ଛୁକ ତେବେ ସମସ୍ତେ ଏହି ଆଦେଶକୁ ମାନିନେବା ଏବଂ ସୁରକ୍ଷିତ ରହିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । କୋରୋନାକୁ ଲକ୍ଷ୍ୟ ରଖି ଲୋକଙ୍କ ସୁରକ୍ଷା ସହିତ ଖେଳାଯାଇପାରିବ ନାହିଁ | ଏହି କାରଣରୁ, ଦିଲ୍ଲୀ ସରକାର ବର୍ତ୍ତମାନ କୋରୋନା ସ୍ଥିତିରେ ନଦୀ, ଘାଟ ଏବଂ ପୋଖରୀ କୂଳରେ ଛଟ ପୂଜାପାଠ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ମଙ୍ଗଳବାର ଦିଲ୍ଲୀ ସରକାର କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛନ୍ତି ଯେଉଁଥିରେ ଦିଲ୍ଲୀର ଜନଗହଳି ପୂର୍ଣ୍ଣ ବଜାରରେ ଲକଡାଉନ କରିବାକୁ କୁହାଯାଇଛି । ତେବେ ଏହି ପ୍ରସ୍ତାବ ଏପର୍ଯ୍ୟନ୍ତ କେନ୍ଦ୍ରରୁ ଅନୁମୋଦନ ହୋଇନାହିଁ ।

ସେପଟେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା କହିଛନ୍ତି, ‘ସେଠାରେ ଲକଡାଉନ କରାଯିବ ନାହିଁ, କିନ୍ତୁ ସ୍ଥାନୀୟ ସ୍ତରରେ କିଛି ପ୍ରତିବନ୍ଧକ ରହିବ । ଛଟ ପୂଜା ସମୟରେ ଲୋକେ ଏକାଠି ହେବା ଅପେକ୍ଷା ଏହି ଭାଇରସକୁ ବିସ୍ତାର କରିବାରେ ରୋକ ଲଗା ଯାଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.