ନୂଆଦିଲ୍ଲୀ: କୁମ୍ଭ ମେଳାରୁ ଫେରନ୍ତାଙ୍କ ପାଇଁ କଠୋର ହେଲେ ଦିଲ୍ଲୀ ସରକାର। ସମସ୍ତ ଫେରନ୍ତାଙ୍କ ପାଇଁ 2 ସପ୍ତାହ ସଙ୍ଗରୋଧ ନିୟମ ବାଧ୍ୟ୍ୟତାମୂଳକ। ଏନେଇ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ନିୟମ କରି ନିର୍ଦ୍ଦେଶ ଦେଇଛନ୍ତି।
ଏପ୍ରିଲ୍ 17, 2021 ତାରିଖର ଏକ ଆଦେଶରେ ଡିଡିଏମଏ କହିଛି ଯେ, କୁମ୍ଭ ମେଳାରେ ଯୋଗଦେବା ପରେ ହରିଦ୍ୱାରରୁ ଫେରିଥିବା ଦିଲ୍ଲୀ ବାସିନ୍ଦାଙ୍କୁ ପହଞ୍ଚିବା ପରେ ବାଧ୍ୟତାମୂଳକ ଭାବେ 14 ଦିନ ହୋମ୍ କ୍ୟାଣ୍ଟିନରେ ରହିବାକୁ ପଡ଼ିବ।
ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଏପ୍ରିଲ 4 ରୁ 17 ଏପ୍ରିଲ ମଧ୍ୟରେ କୁମ୍ଭ ମେଳା ପରିଦର୍ଶନ କରିଥିବା କିମ୍ବା 30 ଏପ୍ରିଲ ପର୍ଯ୍ୟନ୍ତ ଯାତ୍ରା କରୁଥିବା ସମସ୍ତ ଦିଲ୍ଲୀ ବାସିନ୍ଦା ସବିଶେଷ ତଥ୍ୟ ଅପଲୋଡ୍ କରିବେ। ଯେପରି ନିଜର ଠିକଣା, ଯୋଗାଯୋଗ ନଂ, ପ୍ରମାଣ ପତ୍ର ଓ ତାରିଖ। ଯାହା ଦିଲ୍ଲୀ ସରକାରୀ ପୋର୍ଟାଲରେ ଥିବା ଲିଙ୍କରେ ଉପଲବ୍ଧ ହେବ। ରିପୋର୍ଟ ଅନୁଯାୟୀ, ଏପ୍ରିଲ 10 ରୁ 14 ଏପ୍ରିଲ ମଧ୍ୟରେ ହରିଦ୍ୱାର କୁମ୍ବ ମେଳାରେ 1,700 ରୁ ଅଧିକ ଲୋକ COVID-19 ପଜିଟିଭ୍ ଆସିଛନ୍ତି।
ଅଣାୟତ୍ତ ପରିସ୍ଥିତି ପାଇଁ ହରିଦ୍ବାର କୁମ୍ଭକୁ ନେଇ ମହାମଣ୍ଡଳେଶ୍ବର ଜୁନା ଆଖଡା ମୁଖ୍ୟ ସ୍ବାମୀ ଅବଦ୍ଧେଶନନ୍ଦ ଗିରି ସହ କଥାବାର୍ତ୍ତା କରିଛନ୍ତି ପିଏମ ମୋଦି । ହରିଦ୍ବାର କୁମ୍ଭରେ ଅଧିକ ପରିମାଣରେ ଜନଗହଳି ନକରି କେବଳ ବିଧି ଅନୁଯାୟୀ କାର୍ଯ୍ୟ କରିବା ପାଇଁ ପିଏମ ମୋଦି ନିବେଦନ କରିଛନ୍ତି ।
କୁମ୍ଭ ମେଳାରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇଥିବାରୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ସହିତ କୋଭିଡ୍ 19 ପ୍ରୋଟୋକଲ୍ ଖୋଲାଖୋଲି ଉଲ୍ଲଂଘନ କରାଯାଇଥିଲା । ଏହି ସମୟରେ, ଦିଲ୍ଲୀ ଶନିବାର 24 ଘଣ୍ଟା ମଧ୍ୟରେ 24,374 ନୂଆ କୋଭିଡ -19 ମାମଲା ରିପୋର୍ଟ କରିଛି। ବର୍ତ୍ତମାନ ଦିଲ୍ଲୀରେ ପ୍ରାୟ 70,000 ସକ୍ରିୟ ମାମଲା ରହିଛି।