ETV Bharat / bharat

ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାର ଦେଲେ ଦଶ ହଜାର - ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାରଙ୍କ ଆର୍ଥିକ ସହାୟତା

କୋରୋନା କାଳରେ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା ଦିଲ୍ଲୀ ସରକାର । ପ୍ରତି ପଞ୍ଜିକୃତ ଶ୍ରମିକଙ୍କୁ ମିଳିଲା 10 ହଜାର ଟଙ୍କାର ସହାୟତା ରାଶି । ଅଧିକ ପଢନ୍ତୁ...

ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ଦିଲ୍ଲୀ ସରକାରଙ୍କ ଆର୍ଥିକ ସହାୟତା

author img

By

Published : Jun 23, 2021, 10:02 PM IST

ନୂଆଦିଲ୍ଲୀ: କୋରୋନା କାଳରେ ଶ୍ରମିକଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା ଦିଲ୍ଲୀ ସରକାର । ଦିଲ୍ଲୀରେ ପଞ୍ଜୀକୃତ ହୋଇଥିବା 1825 ନିର୍ମାଣ ଶ୍ରମିକଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହ ସମସ୍ତ ଶ୍ରମିକଙ୍କୁ ଦିଲ୍ଲୀ ବିଲ୍ଡିଂ ଓ ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡରେ ପଞ୍ଜିକୃତ ହେବା ପାଇଁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ପଞ୍ଜିକରଣ କରିବା ଦ୍ବାରା ଶ୍ରମିକମାନେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାର ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ ।

ଆଜି ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ମନିଷ ସିସୋଦିଆଙ୍କ ନିର୍ଦ୍ଦେଶ କ୍ରମେ ପ୍ରତ୍ୟେକ ପଞ୍ଜିକୃତ ଶ୍ରମିକଙ୍କୁ 10 ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଛି ବିଲ୍ଡିଂ ଓ ନିର୍ମାଣ ଶ୍ରମିକ ମଙ୍ଗଳ ବୋର୍ଡ । 2018 ମସିହା ସେପ୍ଟେମ୍ବର 30 ମଧ୍ୟରେ ବୋର୍ଡ ଦ୍ବାରା ପଞ୍ଜିକୃତ ହୋଇଥିବା ଶ୍ରମିକମାନେ ଏହି ସହାୟତା ରାଶି ପାଇବାରେ ସମର୍ଥ ହୋଇଛନ୍ତି ।

ଶ୍ରମମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଗତ 6 ମାସ ମଧ୍ୟରେ ଦିଲ୍ଲୀ ସରକାର ଶ୍ରମିକଙ୍କ ପଞ୍ଜିକରଣ ପ୍ରକ୍ରିୟାରେ ସରଳୀକରଣ କରିଛନ୍ତି । ଫଳରେ ଶ୍ରମିଙ୍କ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ପାଇ 2.38 ଲକ୍ଷରେ ପହଞ୍ଚିଛି । ସେହିପରି ପଞ୍ଜିକରଣ ଓ ପ୍ରମାଣପତ୍ର ତଦାରଖ ପ୍ରକ୍ରିୟା ମଧ୍ୟ ଅନଲାଇନ ମାଧ୍ୟମରେ କରାଯାଉଛି । ଯାହା ପୂର୍ବାପେକ୍ଷା ଅଧିକ ଗତିଶୀଳ ଭାବେ ଚାଲିଥିବା ଶ୍ରମମନ୍ତ୍ରୀ ମନିଷ ସିସୋଦିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.