ETV Bharat / bharat

ସେଲିବ୍ରେଟିଙ୍କ ନାମରେ ଫେକ କ୍ରେଡିଡ କାର୍ଡ କରି ଠକୁଥିଲେ, ୫ ଜଣଙ୍କୁ ବାନ୍ଧିଲା ପୋଲିସ - ସେଲିବ୍ରେଟିଙ୍କ ନାମରେ ଫେକ କ୍ରେଡିଡ କାର୍ଡ

୯୫ ଜଣ ସେଲିବ୍ରେଟିଙ୍କ ନାମରେ ଫେକ କ୍ରେଡିଡ କାର୍ଡ କରି ଠକିଥିଲେ ଲକ୍ଷାଧିକ ଟଙ୍କା । ଅଭିଷେକ ବଚ୍ଚନ, ଐଶ୍ବର୍ଯ୍ୟା ରାୟ, ସଚ୍ଚିନ ତେନ୍ଦୁଲକର ଏବଂ ଆଲିଆ ଭଟ୍ଟଙ୍କ ଭଳି ଅନେକ ସେଲିବ୍ରେଟି ସାମିଲ ଥିଲେ । ବର୍ତ୍ତମାନ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

Fake ID cards of celebrities
Fake ID cards of celebrities
author img

By

Published : Mar 4, 2023, 11:38 AM IST

ନୂଆଦିଲ୍ଲୀ: ସାଇବର ଠକଙ୍କ କବ୍ଜାରେ ସେଲିବ୍ରେଟି । ନକଲି ଆଧାର କାର୍ଡ ତିଆରି କରି ବ୍ୟାଙ୍କରୁ କ୍ରେଡିଟ କାର୍ଡ ଆଣି ୫୦ ଲକ୍ଷ ଟଙ୍କାର ଠକେଇ କରିଥିଲେ । ସେମାନଙ୍କୁ ଧରିବା ପାଇଁ ପୋଲିସ ପାଇଁ ଏକ ଚାଲେଞ୍ଜ ହୋଇଥିବା ବେଳେ ଗତକାଲି ୫ ଜଣଙ୍କୁ ଗିରଫ କରିଛି ପୂର୍ବ ଦିଲ୍ଲୀର ସାଇବର ସେଲ ପୋଲିସ । ଅଭିଷେକ ବଚ୍ଚନ, ଐଶ୍ବର୍ଯ୍ୟା ରାୟ, ସଚ୍ଚିନ ତେନ୍ଦୁଲକର ଏବଂ ଆଲିଆ ଭଟ୍ଟଙ୍କ ସମେତ ୯୫ଜଣ ସେଲିବ୍ରିଟିଙ୍କର ନକଲି ଆଧାର କାର୍ଡ ଏବଂ ପାନକାର୍ଡ ତିଆରି କରି ୫୦ ଲକ୍ଷ ଟଙ୍କା ଠକେଇ କରିଥିଲେ ।

ଏଭଳି ଜାଣିବାକୁ ପାଇଥିଲା ପୋଲିସ: ପୂର୍ବ ରେଞ୍ଜର ଯୁଗ୍ମ କମିଶନର ଛାୟା ଶର୍ମାଙ୍କ କହିବା ଅନୁସାରେ, ସଚିନ ତେନ୍ଦୁଲକର, ଆଲିଆ ଭଟ୍ଟ, ହିମେଶ ରେଶମିଆ, ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ନାମରେ କିଛି ଲୋକ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ପୁଣେ ଭିତ୍ତିକ କ୍ରେଡିଟ କାର୍ଡ ତିଆରି କମ୍ପାନୀରୁ କ୍ରେଡିଟ କାର୍ଡ କରିଥିଲେ । ଏନେଇ କମ୍ପାନୀ ସହ ଜଡିତ ପ୍ରେମ ଶେଖୱାତ ଅଭିଯୋଗ କରିଥିଲେ । 21 ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଛି ।

ଅଭିଯୁକ୍ତମାନେ ଜୟପୁରର ବିଶ୍ୱ ଭାସ୍କରଙ୍କଠାରୁ ଠକେଇର କଳା ଶିଖିଥିଲେ: ପୋଲିସ ଏକ ମାମଲା ରୁଜୁ କରିବା ସହ କ୍ରେଡିଟ କାର୍ଡର ଆଇପି ଠିକଣା ଏବଂ ମୋବାଇଲ୍ ସି.ଡି.ଆର ଦ୍ବାରା ଅଭିଯୁକ୍ତମାନଙ୍କର ପତ୍ତା ଲଗାଇଥିଲା । ଯାଞ୍ଚରୁ ଜଣାପଡିଥିଲା ଯେ, ଦିଲ୍ଲୀ ଏବଂ ଜୟପୁରରୁ ଏହି ଗ୍ୟାଙ୍ଗ ଚାଲିଥିଲା । ଏହାପରେ ପୋଲିସ ଦିଲ୍ଲୀର ଛଜୁପୁର ଅଞ୍ଚଳରେ ଚଢାଉ କରି ସୁନୀଲ କୁମାରଙ୍କୁ ଗିରଫ କରିଥିଲା । ଏହାସହ ତା ନିକଟରୁ ନକଲି ଆଧାର କାର୍ଡ, ପ୍ୟାନ କାର୍ଡ, କ୍ରେଡିଟ କାର୍ଡ, ଇ-ଲେବର କାର୍ଡ, ଭୋଟର ପରିଚୟ ପତ୍ର ଜବତ କରାଯାଇଥିଲା । ଏହାସହ ସେ କହିଥିଲା," ଜୟପୁରରେ ରହୁଥିବା ବିଶ୍ୱ ଭାସ୍କର ଶର୍ମାଙ୍କ ଠାରୁ ଠକିବାର କଳା ଶିଖିଥିଲି । ଟେଲିଗ୍ରାମରେ ତାଙ୍କ ସହ ଦେଖା ହୋଇଥିଲା ।"

ମିଳିଥିବା ସୂଚନାଅନୁସାରେ, ଅଭିଯୁକ୍ତ ବିଶ୍ବ ଭାସ୍କର ଶର୍ମା ରାଜସ୍ଥାନ ବୈଷୟିକ ବିଶ୍ବବିଦ୍ୟାଳୟରୁ ବିଟେକ କରିଥିଲେ । ସେ ଅନେକ ଟେଲିଗ୍ରାମ ଗ୍ରୁପ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲ ସହିତ ଜଡିତ ଥିଲେ, ଯେଉଁଠାରୁ ସେ ଭଲ ସିଭିଲ୍ ସ୍କୋର ଥିବା ସେଲିବ୍ରିଟିଙ୍କ ନାମରେ ନକଲି ଆଧାର କାର୍ଡ ଏବଂ ପାନ୍ କାର୍ଡ ତିଆରି କରି କିମ୍ବା ସେମାନଙ୍କ ନାମରେ ବ୍ୟାଙ୍କିଙ୍ଗ୍ ଆପ୍ ବ୍ୟବହାର କରି କିପରି ଠକେଇ କରିବେ ଶିଖିଥିଲେ । ଏହାପରେ ଏଭଳି ଜାଲିଆତି କରିବା ପାଇଁ ଏକ ଦୋକାନ ମଧ୍ୟ ଖୋଲିଥିଲେ ।

ନକଲି ଦଲିଲ ତିଆରି କରି ସଚିନ ତେନ୍ଦୁଲକର, ଆଲିଆ ଭଟ୍ଟ, ହିମେଶ ରେଶମିଆ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅଭିଷେକ ବଚ୍ଚନ, ମହେନ୍ଦ୍ର ସିଂ ଧୋନି, କରନ ଜୋହର, ଦୀପକ ପାଦୁକୋନ, ଶିଳ୍ପା ସେଟ୍ଟୀଙ୍କ ପରି 95 ଜଣ ସେଲିବ୍ରିଟିଙ୍କ ନାମରେ କ୍ରେଡିଟ କାର୍ଡ ହାସଲ କରିଥିଲେ । ଅଭିଯୁକ୍ତଙ୍କ ନିକଟରୁ 10ଟି ମୋବାଇଲ୍ ଫୋନ୍, 34ଟି ନକଲି ପ୍ୟାନ୍ କାର୍ଡ, 25ଟି ଆଧାର କାର୍ଡ, 40ଟି ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଏବଂ 42ଟି ସିମ୍ କାର୍ଡ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ୪୨ ବର୍ଷୀୟ ସୁନିଲ କୁମାର, ୨୫ ବର୍ଷୀୟ ପୁନିତ, ୩୨ ବର୍ଷୀୟ ଅସିଫ, ୪୨ ବର୍ଷୀୟ ବିଶ୍ବଭାସ୍କର ଶର୍ମା ଏବଂ ୩୭ ବର୍ଷୀୟ ପଙ୍କଜ ମିଶ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.