ETV Bharat / bharat

Delhi Excise Policy Case: 5 ଦିନିଆ ରିମାଣ୍ଡରେ ଗଲେ ସଞ୍ଜୟ ସିଂ - ରିମାଣ୍ଡରେ ଗଲେ ସଞ୍ଜୟ ସିଂ

5 ଦିନିଆ ରିମାଣ୍ଡରେ ଗଲେ ଦିଲ୍ଲୀ ଅବକାରୀ ପଲିସି ଘୋଟାଲାରେ ଗିରଫ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ । ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିଲା ଇଡି । ଅଧିକ ପଢନ୍ତୁ

Delhi excise policy case: 5 ଦିନିଆ ରିମାଣ୍ଡରେ ଗଲେ ସଞ୍ଜୟ, ଗତକାଲି ଅପରାହ୍ନରେ ଗିରଫ କରିଥିଲା ଇଡି

author img

By ETV Bharat Odisha Team

Published : Oct 5, 2023, 8:45 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗତକାଲି ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ସାଂସଦ ସଂଞ୍ଜୟ ସିଂଙ୍କୁ ଆଜି ୫ ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି କୋର୍ଟ । ଗତକାଲି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଆଜି ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଅପରାହ୍ନରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଇଡି । ତେବେ ତାଙ୍କୁ ଅଧିକ ଜେରାର ଆବଶ୍ୟକତା ଦର୍ଶାଇ ତଦନ୍ତକାରୀ ସଂସ୍ଥା ୧୦ ଦିନ ରିମାଣ୍ଡ ମାଗିଥିବା ବେଳେ ୫ ଦିନିଆ ରିମାଣ୍ଡକୁ ଅନୁମତି ଦେଇଛନ୍ତି କୋର୍ଟ । ସଞ୍ଜୟ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଜେରା ହେବେ ।

ଆଜି ଅପରାହ୍ନରେ ସଂଞ୍ଜୟଙ୍କୁ ରାଉଜ ଆଭିନ୍ୟୁ କୋର୍ଟର ସ୍ବତନ୍ତ୍ର ଜଜ ଏମ.କେ ନାଗପାଲଙ୍କ ନିକଟରେ ହାଜର କରିଥିଲା ଇଡି । ତଦନ୍ତକାରୀ ସଂସ୍ଥା ପକ୍ଷରୁ ଆଇନଜୀବୀ ଜୋହାଇବ ହୁସେନ (Zohaib Hossain) ଓ ନବୀନ କୁମାର ମଟ୍ଟା ପକ୍ଷ ରଖିଥିଲେ । ଗତକାଲିର ସଂଞ୍ଜୟଙ୍କ ବାସଭବନରେ ଚଢାଉ ବେଳେ ମିଳିଥିବା ତଥ୍ୟ ସହ ଦିନେଶ ଆରୋରା ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ତାଙ୍କ ଘରେ ୨ ଥରରେ ୨ କୋଟି ଟଙ୍କା ପହଞ୍ଚିଥିବା ନେଇ ପ୍ରମାଣ ରଖିଥିଲା ତଦନ୍ତକାରୀ ସଂସ୍ଥା । ଏହି ମାମଲାରେ ତାଙ୍କୁ ଅଧିକ ଜେରାର ଆବଶ୍ୟକତା ଥିବା ଓ ଜେରା ମାଧ୍ୟମରେ ଡିଜିଟାଲ ଡାଟା ଏକାଠି କରିବା ପାଇଁ ତଦନ୍ତକାରୀ ସଂସ୍ଥା ୧୦ ଦିନିର ରିମାଣ୍ଡ ଆବେଦନ କରିଥିଲା ।

ତେବେ ସଞ୍ଜୟଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୋହିତ ମାଥୁର ପକ୍ଷ ରଖି ଏହି ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହଥିଲେ । ସଂଞ୍ଜୟ କୌଣସି ଆର୍ଥିକ କାରବାରରେ ସମ୍ପୃକ୍ତ ନଥିବା ଓ ତାଙ୍କ ବିରୋଧରେ କୌଣସି ପ୍ରମାଣ ନଥିବା ସେ କହିଥିଲେ । ସେହିପରି ତଦନ୍ତକାରୀ ସଂସ୍ଥା କହୁଥିବା ଦିନେଶ ଆରୋରା ନାମକ ଅଭିଯୁକ୍ତ ପ୍ରଥମେ ଏହି ମାମଲାରେ ଜଣେ ସାକ୍ଷୀ ଥିଲେ । ପରେ ଉଭୟ ଇଡି ଓ ସିବିଆଇ ମିଶି ତାଙ୍କୁ ଅଭିଯୁକ୍ତ କରିଛନ୍ତି ବୋଲି ସଂଞ୍ଜୟଙ୍କ ଓକିଲ ମାଥୁର କହିଥିଲେ ।

ଏହା ମଧ୍ୟ ପଢନ୍ତୁ:- Delhi Liquor Policy Case: AAP ସାଂସଦ ସଂଞ୍ଜୟ ସିଂଙ୍କୁ ଗିରଫ କଲା ED

ତେବେ ସଂଞ୍ଜୟ ମଧ୍ୟ ନିଜେ ଜଜଙ୍କ ସାମ୍ନାରେ କହିଥିଲେ, ତାଙ୍କ ନାମରେ ପୂର୍ବରୁ କୌଣସି ସମନ ମଧ୍ୟ ଜାରି କରାଯାଇନାହିଁ । ହଠାତ ତାଙ୍କ ନାମ ଅଭିଯୁକ୍ତ ଦିନେଶ ଆରୋରା କାହିଁକି ନେଲେ । ଯଦି ଇଡି ଅଭିଯୋଗରେ ସାମାନ୍ୟ ସତ୍ୟ ଅଛି, ତେବେ ତାହା ପ୍ରମାଣିତ ହେଲେ ତାଙ୍କୁ କଠୋର ଦଣ୍ଡ ଦିଆଯାଉ । ତେବେ କୋର୍ଟ ସଂଞ୍ଜୟଙ୍କୁ ୫ ଦିନ ରିମାଣ୍ଡରେ ପଠାଇଛନ୍ତି । ୧୦ ତାରିଖରେ ତାଙ୍କୁ ପୁଣି ତଦନ୍ତକାରୀ ସଂସ୍ଥା କୋର୍ଟରେ ହାଜର କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.