ETV Bharat / bharat

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: 21ରେ ଆସିବ ସଞ୍ଜୟଙ୍କ ବେଲ ଆବେଦନର ରାୟ - ସଞ୍ଜୟ ସିଂ

(Delhi Excise policy case) ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ବେଲ ଆବେଦନର ରାୟ ସଂରକ୍ଷିତ । 21 ରେ ଘୋଷଣା । ଅଧିକ ପଢନ୍ତୁ

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା: ସଂଞ୍ଜୟଙ୍କ ବେଲ ରାୟ 21 କୁ ସଂରକ୍ଷିତ

author img

By ETV Bharat Odisha Team

Published : Dec 12, 2023, 3:42 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ବେଲ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ । ଆଜି ଅପରାହ୍ନରେ ସଞ୍ଜୟଙ୍କୁ କଡା ସୁରକ୍ଷା ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା । ଗତକାଲି କୋର୍ଟ ତାଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିବା ସହ ତାଙ୍କ ଜାମିନ ଆବେଦନର ଶୁଣାଣି ଆଜି ପାଇଁ ସ୍ଥିର କରିଥିଲେ । ଆଜି ଏହି ମାମଲାର ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଚଳିତମାସ 21 ରେ ସଞ୍ଜୟଙ୍କୁ ବେଲ ମିଳୁଛି କି ନିରାଶ ହେବାକୁ ପଡୁଛି, ସେ ନେଇ ଜଣାପଡିବ ।

  • Delhi Excise policy case | Rouse Avenue Court reserves order on bail plea of AAP MP Sanjay Singh. The court will pronounce the order on December 21. He has been in ED custody since October 4. pic.twitter.com/8kChjlEetm

    — ANI (@ANI) December 12, 2023 " class="align-text-top noRightClick twitterSection" data=" ">

ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ଏବେ ନ୍ୟାୟିକ ହାଜତରେ ଅଛନ୍ତି ଆମ ଆଦମୀ ପାର୍ଟି (AAP)ର ଏହି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ । ଗତକାଲି ତାଙ୍କ ପୂର୍ବ ନ୍ୟାୟିକ ହାଜତ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ନ୍ୟାୟିକ ହେପାଜତ ଅବଧିକୁ ପୁଣି ଥରେ ଚଳିତ ମାସ 21 ତାରିଖକୁ ବୃଦ୍ଧି କରିଛନ୍ତି । ଏହା ସହ ତାଙ୍କର ଜାମିନ ଆବେଦନ ଆଜି (ମଙ୍ଗଳବାର) ଅପରାହ୍ନରେ ଶୁଣାଣି ହେବା ନେଇ କୋର୍ଟ ସମୟ ନିର୍ଦ୍ଧାରିତ କରିଥିଲେ । ଏହି ଜାମିନ ଆବେଦନର ସଂରକ୍ଷିତ ରାୟ ମଧ୍ୟ 21 ରେ ପ୍ରକାଶ କରିବେ କୋର୍ଟ । ସେହି ଦିନ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧି ଶେଷ ହେଉଥିବାରୁ ସେ କୋର୍ଟରେ ହାଜର ମଧ୍ୟ ହେବେ ।

ଏହା ମଧ୍ଯ ପଢନ୍ତୁ :- ଦିଲ୍ଲୀ ଅବକାରୀ ଘୋଟାଲା: 21 ପର୍ଯ୍ୟନ୍ତ ବଢିଲା ସଞ୍ଜୟଙ୍କ ନ୍ୟାୟିକ ହାଜତ ଅବଧି, କାଲି ଜାମିନ ଆବେଦନ ଶୁଣାଣି

ଦିଲ୍ଲୀ ଅବକାରୀ ମାମଲାରେ ଅକ୍ଟୋବର 4 ତାରିଖରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା । ବାସଭବନରେ ଏକାଧିକ ଘଣ୍ଟାର ଚଢାଉ ଓ ମାରାଥନ ଜେରା ପରେ ତାଙ୍କୁ ମନିଲଣ୍ଡ୍ରିଂ ଆକ୍ଟରେ କେନ୍ଦ୍ରୀୟ ସଂସ୍ଥା ଗିରଫ କରିଥିଲା । ନିକଟରେ କେନ୍ଦ୍ରୀୟ ସଂସ୍ଥା ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ସଞ୍ଜୟଙ୍କ ବିରୋଧରେ 60 ପୃଷ୍ଠା ବିଶିଷ୍ଟ ମଧ୍ୟବର୍ତ୍ତୀକାଳୀନ ଚାର୍ଜସିଟ ଦାଖଲ କରିସାରିଛି । ପୂର୍ବରୁ ଏହି ମାମଲାରେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି । ଏବେ ସୁଦ୍ଧା ସେ ବେଲ ପାଇବାରେ ସଫଳ ହୋଇନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.