ETV Bharat / bharat

Money Laundering Case: ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ ସତ୍ୟେନ୍ଦ୍ର ଜୈନ - ଦିଲ୍ଲୀ ମନିଲଣ୍ଡ୍ରିଂ ମାମଲା

ମନିଲଣ୍ଡ୍ରିଂ ମାମଲାରେ ଜେଲରେ ଥିବା ଆପ ନେତା ସତ୍ୟେନ୍ଦ୍ର ଜୈନ ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ । ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି ବେଲ୍‌ ପିଟିସନ୍‌ । ଅଧିକ ପଢନ୍ତୁ

Money laundering case: ଜାମିନ ପାଇଁ ସୁପ୍ରିମକୋର୍ଟ ଗଲେ ସତ୍ୟେନ୍ଦ୍ର ଜୈନ

author img

By

Published : May 15, 2023, 4:57 PM IST

ନୂଆଦିଲ୍ଲୀ: ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଜ ବେଲ ଆବେଦନ ସହ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ତାଙ୍କ ବେଲ୍‌ ଆବଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିସାରିଥିବା ବେଳେ ସେ ଏହି ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଜୈନ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।

ମନିଲଣ୍ଡ୍ରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ସତ୍ୟେନ୍ଦ୍ର ଜୈନ ଏକାଧିକ ଥର ବେଲ ଆବେଦନ କରି ସାରିଛନ୍ତି । ଗତମାସ (ଏପ୍ରିଲ) 6 ତାରିଖରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତାଙ୍କ ବେଲ୍‌ ଆବେଦନ ଖାରଜ କରିଦେଇଥିଲେ । ସେ ଜଣେ ରାଜନୈତିକ ତଥା ପ୍ରଭାବଶାଳୀ ବ୍ୟକ୍ତିବିଶେଷ । ସେ ଜାମିନ ପାଇଲେ ଉଭୟ ପ୍ରମାଣ ଓ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ତାଙ୍କୁ ଜାମିନ ପ୍ରଦାନ କାରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ । ମାର୍ଚ୍ଚ 21ରେ ଏହି ଜାମିନ ଆବେଦନର ଶୁଣାଣି ଶେଷ କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଯାହା ଏପ୍ରିଲ 6 ତାରିଖରେ ପ୍ରକାଶ ପାଇଥିଲା ।

ଏହି ଶୁଣାଣିରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଅତିରିକ୍ତ ସଲିସେଟର ଜେନେରାଲ ଏସ.ଭି ରାଜୁ ପକ୍ଷ ରଖି ଜୈନଙ୍କୁ ବେଲ୍‌ ଆବେଦନ ଉପରେ ଆପତ୍ତି ଉଠାଇଥିଲେ । ତଦନ୍ତ ପ୍ରଭାବିତ ହେବାର ଆଶଙ୍କାକୁ ଖଣ୍ଡନ କରି ସତ୍ୟେନ୍ଦ୍ର ଜୈନ୍‌ କହିଥିଲେ, ସେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା 6 ଥର ସମନରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇସାରିଛନ୍ତି । ତଦନ୍ତରେ ସହଯୋଗ ମଧ୍ୟ କରିଛନ୍ତି । ତେଣୁ ତାଙ୍କୁ ଜାମିନ୍‌ ପ୍ରଦାନ କରାଯାଉ ।

ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଜୈନଙ୍କୁ ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକାଧିକ ଥର ସମନରେ ଡାକି ଜେରା କରିବା ପରେ ଗତବର୍ଷ(2022) ମେ’ 30 ତାରିଖରେ ଗିରଫ କରିଥିଲା । ତାଙ୍କ ବିରୋଧରେ ମନିଲଣ୍ଡ୍ରିଂ ପ୍ରିଭେନସନ ଆକ୍ଟ ଅନୁସାରେ ଏକାଧିକ ଦଫାରେ ମାମଲା ରୁଜୁ କରିଥିଲା ତଦନ୍ତକାରୀ ସଂସ୍ଥା । ଏକାଧିକ ଥର ବେଲ ଖାରଜ ହେବା ସହ ଜୈନ ଏବେ ତିହାର ଜେଲରେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ଜୈନଙ୍କ ପରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇଥିଲେ । ସିସୋଦିଆଙ୍କ ଗିରଫଦାରୀ ପରେ ଉଭୟ ଜୈନ ଓ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.