ETV Bharat / bharat

କରାଚିରେ ଜରୁରୀକାଳୀନ ଅବତରଣ କଲା ଦିଲ୍ଲୀ-ଦୋହା ବିମାନ

ଉଡାଣର କିଛି ସମୟ ପରେ ଦିଲ୍ଲୀ-ଦୋହା ବିମାନର କାର୍ଗୋରୁ ବାହାରିଲା ଧୂଆଁ । ପାକିସ୍ତାନର କରାଚିରେ କଲା ଜରୁରୀକାଳୀନ ଅବତରଣ । ଅଧିକ ପଢନ୍ତୁ

ପାକିସ୍ତାନ କରାଚିରେ ଜରୁରୀକାଳୀନ ଅବତରଣ କଲା ଦିଲ୍ଲୀ-ଦୋହା ବିମାନ

author img

By

Published : Mar 21, 2022, 2:01 PM IST

ନୂଆଦିଲ୍ଲୀ: ଯାନ୍ତ୍ରିକ ତୃଟି ଯୋଗୁଁ ପାକିସ୍ତାନର କରାଚିରେ ଜରୁରୀ କାଳୀନ ଅବତରଣ କଲା ଦିଲ୍ଲୀ-ଦୋହା ବିମାନ । ଆଜି ୧୦୦ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଦୋହା ଅଭିମୁଖେ କତାର ଏୟାରଓ୍ବେ ଉଡାଣ ଆରମ୍ଭ କରିଥିଲା । କିନ୍ତୁ ଦୋହାରେ ପହଞ୍ଚିବା ପୂର୍ବରୁ ଅଧା ଆକାଶରେ ବିମାନର କାର୍ଗୋରୁ ଧୂଆଁ ବାହାରିଥିଲା । ଫଳରେ ସଙ୍ଗେ ସଙ୍ଗେ ବିମାନଟି ପାକିସ୍ତାନ କରାଚି ବିମାନ ବନ୍ଦରରେ ଅବତରଣ କରିଥିଲା । ଏନେଇ କତାର ଏୟାରଓ୍ବେଜ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛି ।

ବିମାନରେ ଯାନ୍ତ୍ରିକ ତୃଟି ନେଇ ତଦନ୍ତ ଆରମ୍ଭ ହୋଇଥିବା କହିଛି କତାର ଏୟାରଓ୍ବେଜ । ଏଥି ସହ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦୋହା ପଠାଇବା ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ବିବୃତ୍ତିରେ ଉଲ୍ଲେଖ ରହିଛି ।

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଦିଲ୍ଲୀରୁ ଦୋହା ଅଭିମୁଖେ ବିମାନ QR579 ଉଡାଣ ଆରମ୍ଭ କରିଥିଲା । କିଛି ସମୟ ପରେ କରାଚି ବିମାନ ବନ୍ଦରରେ ଏହା ଅବତରଣ କରିଥିଲା ​​ । ଯାତ୍ରୀମାନେ ନିରାପଦରେ ପହଞ୍ଚିବା ପରେ ସମସ୍ତ ସେବା ଯୋଗାଇ ଦିଆଯାଇଥିଲା। ଏଭଳି ଅସୁବିଧା ପାଇଁ ସମସ୍ତଙ୍କୁ କ୍ଷମା ମାଗିଛି କତାର ଏୟାରୱେଜ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.