ETV Bharat / bharat

ବେଲଗାମ ତୈଳଦର, ପୁଣି ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି

ଅହେତୁକ ବୃଦ୍ଧି ପାଉଛି ଡିଜେଲ ଦର । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୭୭.୫୦ ଡଲାରକୁ ବୃଦ୍ଧି ପାଇଛି । 22 ଦିନ ପରେ ସାରା ଦେଶରେ ଡିଜେଲ ଦରରେ ବୃଦ୍ଧି ଘଟିଛି । ଲିଟର ପିଛା ବଢିଲା ୨୫ ପଇସା । ଅଧିକ ପଢନ୍ତୁ...

author img

By

Published : Sep 27, 2021, 10:38 PM IST

ବେଲଗାମ ତୈଳଦର, ପୁଣି ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି
ବେଲଗାମ ତୈଳଦର, ପୁଣି ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି

ନୂଆଦିଲ୍ଲୀ: ଗାଡି ଚାଳକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ତୈଳଦର ବୃଦ୍ଧି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍ ପିଛା ଦାମ୍ ୭୭.୫୦ ଡଲାରକୁ ବୃଦ୍ଧି ପାଇଛି । ସେନେଇ ପେଟ୍ରୋଲ୍ ଦର ଅପରିବର୍ତ୍ତିତ ରହିଥିବାବେଳେ ଦ୍ବିତୀୟ ଦିନ ଲାଗି ଡିଜେଲ ଦାମ୍ ବଢ଼ିଛି । ତେବେ ରବିବାର ଡିଜେଲ ଲିଟର ପିଛା ୨୫ ପଇସା ବୃଦ୍ଧି ଘଟିଛି ।

ସୂଚନାନୁସାରେ ଏହା ପୂର୍ବରୁ ତିନି ସପ୍ତାହ ଧରି ତୈଳ ଦର ଅପରିବର୍ତ୍ତିତ ରହିଥିଲା । ତେବେ ଚଳିତ ମାସ ୫ ତାରିଖରୁ ତେଲ ଦରବୃଦ୍ଧିରେ ଯେଉଁ ବ୍ରେକ୍ ଲାଗିଥିଲା ତାହା ଗତକାଲି ଠାରୁ ହଟିଥିବା ଦେଖିବାକୁ ମିଳିଛି ।

ସେପଟେ ୩ ସରକାରୀ ତୈଳ କମ୍ପାନୀ ସେପ୍ଟେମ୍ବର ୨୪ରୁ ଡିଜେଲ ଦାମ୍ ବଢ଼ାଇବା ଆରମ୍ଭ କରିଛନ୍ତି । ଆମେରିକା ଓ ୟୁରୋପରେ ତୈଳ ଷ୍ଟକ୍ ହ୍ରାସ ପାଇବାରୁ ଚାହିଦା ବଢିଥିବା କୁହାଯାଇଛି । ସେଥିଯୋଗୁଁ ଆନ୍ତର୍ଜାତିକ ବଜାରରେ ତେଲ ମହଙ୍ଗା ହେବା ସହ ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବରରେ ଅଶୋଧିତ ତୈଳ ଦର ୬ ରୁ୭ ଡଲାର ବଢ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.