ETV Bharat / bharat

ଶାନ୍ତନୁଙ୍କୁ ପଟିଆଲା ହାଉସ କୋର୍ଟରୁ ଆଶ୍ବସ୍ତି, ଗିରଫରୁ ମିଳିଲା ସୁରକ୍ଷା

author img

By

Published : Feb 25, 2021, 2:11 PM IST

ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି(ଗୁରୁବାର) ଶାନ୍ତନୁ ମୁଲୁକଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ମାର୍ଚ୍ଚ 8 ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ । ଅଧିକ ପଢନ୍ତୁ..

ଶାନ୍ତନୁଙ୍କୁ ପଟିଆଲା ହାଉସ କୋର୍ଟରୁ ଆଶ୍ବସ୍ତି, ଗିରଫରୁ ମିଳିଲା ସୁରକ୍ଷା
ଶାନ୍ତନୁଙ୍କୁ ପଟିଆଲା ହାଉସ କୋର୍ଟରୁ ଆଶ୍ବସ୍ତି, ଗିରଫରୁ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି(ଗୁରୁବାର) ଶାନ୍ତନୁ ମୁଲୁକଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ମାର୍ଚ୍ଚ 8 ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ । ଟୁଲକିଟ୍ ମାମଲା ସହ ଜଡିତ ଅଛନ୍ତି ଶାନ୍ତନୁ । କୃଷକ ରାଲିକୁ ସମର୍ଥନ କରି ସୋସିଆଲ ମିଡିଆରେ ଏକ ଟୁଲକିଟର କିଛି ଡାଟା ସେୟାର କରିଥିବା ଅଭିଯୋଗ ହୋଇଛି ।

ଶାନ୍ତନୁ ଫେବୃଆରୀ 16 ରେ ବମ୍ବେ ହାଇକୋର୍ଟରୁ 10 ଦିନ ପାଇଁ ଟ୍ରାଞ୍ଜିଟ୍ ଜାମିନ ପାଇଥିଲେ । ଏହା ଦ୍ବାରା ସେ ଏହି ସମୟ ମଧ୍ୟରେ ଜାମିନ ପାଇଁ ଦିଲ୍ଲୀର କୋର୍ଟ ନିକଟକୁ ଯାଇପାରିବେ। ଏହାପୂର୍ବରୁ ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀ କୋର୍ଟ ଜାମିନ ପ୍ରଦାନ କରିଥିଲେ, ଏଥିରେ ଦର୍ଶାଯାଇଛି ଦିଶାଙ୍କୁ ଅପରାଧିକ ମାମଲାରେ ଜେଲ ଦଣ୍ଡ ଦେବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ।

ଶାନ୍ତନୁ ମୁଲୁକ ଜାମିନ ଆବେଦନ ପାଇଁ ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର କରିଥିଲେ। ଅତିରିକ୍ତ ଅଧିବେଶନ ଜଜ୍ ଧର୍ମେନ୍ଦ୍ର ରାଣାଙ୍କ ନିକଟରେ ଶୁଣାଣି ପାଇଁ ଏହି ଆବେଦନ ଆସିଥିବାରୁ କୋର୍ଟ ଜାମିନ ଆବେଦନ ଉପରେ ଦିଲ୍ଲୀ ପୋଲିସର ଜବାବ ମାଗିଥିଲେ।

ଏହି ସମୟ ମଧ୍ୟରେ ଚାଲିଥିବା ଟୁଲକିଟ୍ ମାମଲାର ଅଧିକ ଯାଞ୍ଚ ପାଇଁ ଶାନ୍ତନୁ ମୁଲୁକ ଦିଲ୍ଲୀ ପୋଲିସ ସାଇବର ସେଲ୍ କାର୍ଯ୍ୟାଳୟରେ ଦିଶା ରବିଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିଲେ । ଫେବୃଆରୀ 3 ରେ ସ୍ବିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଏହି ଟୁଲକିଟକୁ ଏକ ଟ୍ବିଟରେ ସେୟାର କରିଥିଲେ, ଯାହା ପରେ ସେ ଡିଲିଟ କରିଦେଇଥିଲେ। ନୂତନ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ ଥିବା କୃଷକ ସଂଗଠନ ଦ୍ବାରା ହୋଇଥିବା ବିରୋଧକୁ ଗ୍ରେଟା ମଧ୍ୟ ସମର୍ଥନ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.