ETV Bharat / bharat

ଶକ୍ତି ସଙ୍କଟ ସାମ୍ନା କରିପାରେ ଦିଲ୍ଲୀ, ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କେଜ୍ରିଓ୍ବାଲଙ୍କ ଚିଠି - delhi cm

ଦିଲ୍ଲୀରେ ଶକ୍ତି ସଙ୍କଟ ଆଶଙ୍କା । କୋଇଲା ଅଭାବରେ ପ୍ରଭାବିତ ଉତ୍ପାଦନ ଓ ଯୋଗାଣ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ପାଇଁ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଚିଠି । ଅଧିକ ପଢନ୍ତୁ...

ଶକ୍ତି ସଙ୍କଟ ସାମ୍ନା କରିପାରେ ଦିଲ୍ଲୀ, ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କେଜ୍ରୀଓ୍ବାଲଙ୍କ ଚିଠି-
ଶକ୍ତି ସଙ୍କଟ ସାମ୍ନା କରିପାରେ ଦିଲ୍ଲୀ, ହସ୍ତକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କେଜ୍ରୀଓ୍ବାଲଙ୍କ ଚିଠି
author img

By

Published : Oct 9, 2021, 7:57 PM IST

ନୂଆଦିଲ୍ଲୀ: ସାରା ଦେଶରେ ଦେଖାଯାଇଥିବା କୋଇଲା ସଂଙ୍କଟର ପ୍ରଭାବ ଦିଲ୍ଲୀକୁ ସାମ୍ନା କରିବାକୁ ପଡିବାରେ । ଦିଲ୍ଲୀରେ ଖୁବଶୀଘ୍ର ଶକ୍ତି ଉତ୍ପାଦନ ଓ ଯୋଗାଣ ପ୍ରଭାବିତ ହେବା ନେଇ ଆଶଙ୍କା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଏନେଇ ଆଜି (ଶନିବାର) ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିବା ସହ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

କେଜ୍ରିଓ୍ବାଲ ଟ୍ବିଟ କରିଛନ୍ତି ଯେ ଦିଲ୍ଲୀ ଶକ୍ତି ସଙ୍କଟର ସମ୍ମୁଖୀନ ହୋଇପାରେ। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଏହାକୁ ଏଡାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ । ଗତ ଅଗଷ୍ଟ ମାସରୁ କୋଇଲା ସଙ୍କଟର ପ୍ରଭାବ ପଡିବା ଆରମ୍ଭ ହେଲାଣି । ଯାହା ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଣ କରୁଥିବା ପ୍ରମୁଖ କେନ୍ଦ୍ରୀୟ ଉତ୍ପାଦନକାରୀ ପ୍ଲାଣ୍ଟରୁ ଉତ୍ପାଦନକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିବା ମଧ୍ୟ ଆରମ୍ଭ କରିଛି । ସେହିପରି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିବା ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.