ETV Bharat / bharat

କୋଭିଡ ଟିକା ନେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ - କୋଭିଡ-19

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲୋକ ନାୟକ ଜୟ ପ୍ରକାଶ ହସ୍ପିଟାଲରେ କୋଭିଡ-19ର କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । ଅଧିକ ପଢନ୍ତୁ...

କୋରାେନା ଟିକା ନେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ

author img

By

Published : Mar 4, 2021, 12:10 PM IST

ନୂଆଦିଲ୍ଲୀ: ରାଜଧାନୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲୋକ ନାୟକ ଜୟ ପ୍ରକାଶ ହସ୍ପିଟାଲରେ କୋଭିଡ-19ର କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେଇଛନ୍ତି । 52 ବର୍ଷୀୟ କେଜିରୱାଲ 10 ବର୍ଷ ହେବ ମଧୁମେହ ରୋଗରେ ପୀଡିତ ଅଛନ୍ତି । ଚାଲିଥିବା କୋରୋନା ଟୀକାକରଣ ଡ୍ରାଇଭରେ ସେ ନିଜକୁ ମଧ୍ୟ ସାମିଲ କରିଛନ୍ତି ।

ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ହସ୍ପିଟାଲରେ କୋଭିଡ-19ର ପ୍ରଥମ ଡୋଜ ଟିକା ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମୁଁ ମୋ ପିତାମାତାଙ୍କ ସହିତ କୋରୋନା ଟିକା ନେଇଛି । ଟିକା ନେବା ପରେ କିଛି ଅସୁବିଧା ହୋଇନି ।ଆମ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ଭୟ କରିବାର କୌଣସି କାରଣ ନାହିଁ ।

ଯେଉଁମାନେ ଟିକା ନେବାକୁ ଯୋଗ୍ୟ ସେମାନେ ଟିକା ନେବାରୁ ଆଗେଇ ଆସନ୍ତୁ ବୋଲି ଟିକା ନେବା ପରେ ଗଣମାଧ୍ୟମକୁ କହିଛନ୍ତି କେଜ୍ରିୱାଲ । ଆମେ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗରେ ରହିଛୁ । ଆବଶ୍ୟକ ପଡିଲେ ଅଧିକ ଟୀକାକରଣ କେନ୍ଦ୍ର ବଢାଇବୁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ପ୍ରକାଶ ଥାଉ କି, ଜାନୁଆରୀ 16ରୁ ଦେଶବ୍ୟାପୀ କୋରୋନା ଟୀକାକରଣ ଆରମ୍ଭ ହୋଇଛି । ମାର୍ଚ୍ଚ 1 ତାରିଖରୁ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ କୋରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋରୋନା ଟିକା ନେଇଥିଲେ । ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କୋରୋନା ଟିକା ନେଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.