ETV Bharat / bharat

Delhi flood: ପ୍ରତି ବନ୍ଯା ପ୍ରଭାବିତ ପରିବାର ପିଛା 10ହଜାର ସହାୟତା ରାଶି ଘୋଷଣା କଲେ କେଜ୍ରିଓ୍ବାଲ

ବନ୍ଯା ପ୍ରଭାବିତ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ କେଜ୍ରିଓ୍ବାଲ । ପ୍ରତି ବନ୍ୟା ପ୍ରଭାବିତ ପରିବାର ପିଛା 10 ହଜାର ସହାୟତା ରାଶି ଦେବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଅଧିକ ପଢନ୍ତୁ

Delhi CM Kejriwal announces financial aid

author img

By

Published : Jul 16, 2023, 10:26 PM IST

Updated : Jul 16, 2023, 11:00 PM IST

ନୂଆଦିଲ୍ଲୀ: ଯମୁନା ଜଳସ୍ତର ବଢିବା ପରେ ଦିଲ୍ଲୀରେ ପଶିଛି ବନ୍ୟା ପାଣି । ତେବେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନ୍ୟା ପ୍ରଭାବିତଙ୍କ ଲାଗି ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ବନ୍ୟାରେ ପ୍ରଭାବିତ ହୋଇଥିବା ପ୍ରତି ପରିବାର ପିଛା 10 ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଦିଲ୍ଲୀରେ ଯୁମୁନା ନଦୀକୂଳରେ ବାସ କରୁଥିବା ଅନେକ ପରିବାର ବନ୍ୟାରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । କିଛି ଲୋକଙ୍କର ସବୁକିଛି ବନ୍ୟାରେ ଭାସି ଯାଇଛି । ଏଣୁ ଦିଲ୍ଲୀ ସରକାର ପ୍ରତି ପରିବାର ପିଛା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ।

  • यमुना किनारे रहने वाले कई बेहद गरीब परिवारों का काफ़ी नुक़सान हुआ है। कुछ परिवारों का तो पूरे घर का सामान बह गया।

    1. आर्थिक मदद के तौर पर हर बाढ़ पीड़ित परिवार को दस हज़ार रुपये प्रति परिवार देंगे

    2. जिनके काग़ज़ जैसे आधार कार्ड आदि बह गये, उनके लिए स्पेशल कैंप लगाए जायेंगे…

    — Arvind Kejriwal (@ArvindKejriwal) July 16, 2023 " class="align-text-top noRightClick twitterSection" data=" ">

ଏ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, "ଅନେକ ଲୋକଙ୍କ ଜରୁରୀ କାଗଜପତ୍ର ମଧ୍ୟ ବନ୍ୟାରେ ଭାସି ଯାଇଛି । ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ହେଲେ ସରକାର ତାଙ୍କୁ ସେସବୁ ପୁଣି ଥରେ ଯୋଗାଇ ଦେବା ପାଇଁ ତ୍ବରିତ ପ୍ରକ୍ରିୟା ଗ୍ରହଣ କରିବେ । ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ୟାମ୍ପ ଖୋଲାଯାଇ ଲୋକଙ୍କ ଆଧାର କାର୍ଡ ସମେତ ଅନ୍ୟ ସମସ୍ତ ସରକାରୀ ପ୍ରମାଣପତ୍ର ଯୋଗାଇ ଦିଆଯିବ ।"

ସେହିପରି ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀ ବନ୍ୟାରେ ସେମାନଙ୍କ ପାଠ୍ଯ ପୁସ୍ତକ ଓ ଅନ୍ୟ ପାଠପଢା ସମଗ୍ରୀ ହରାଇଛନ୍ତି, ସେମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ସେସବୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀ ପାଠ ପଢୁଥିବା ସ୍କୁଲରେ, କିଭଳି ପାଠ୍ଯ ପୁସ୍ତକ ଓ ଅନ୍ୟ ପାଠପଢା ସାମଗ୍ରୀ ପାଇବେ ସେହି ବ୍ୟବସ୍ଥା କରିବେ ସରକାର । ତେବେ ଆଜି(ରବିବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜେ ଏକାଧିକ ରିଲିଫ କ୍ୟାମ୍ପ୍‌ ଗସ୍ତ କରି ବନ୍ୟା ପ୍ରଭାବିତଙ୍କୁ ଭେଟି ଆଲୋଚନା କରିଥିଲେ । ସେମାନଙ୍କୁ ସମସ୍ତ ସହଯୋଗ କରାଯିବା ନେଇ ଶାନ୍ତ୍ବନା ଦେବା ସହ ସରକାର ସେମାନଙ୍କ ପାଇଁ ଖୁବଶୀଘ୍ର ବନ୍ୟା ସହୟତା ରାଶି ଘୋଷଣା କରିବେ ବୋଲି କେଜ୍ରିଓ୍ବାଲ କହିଥିଲେ ।

ଏହା ମଧ୍ୟ ପଢନ୍ତୁ:-Delhi Flood: ଉଛୁଳୁଛି ଯମୁନା, ଦିଲ୍ଲୀର ତଳିଆ ଅଞ୍ଚଳରେ ପଶିଲା ବନ୍ୟାଜଳ

ଦିଲ୍ଲୀରେ ବର୍ଷା 45 ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଯମୁନା ନଦୀର ଜଳସ୍ତର ଚଳିତବର୍ଷ 207.55 ମିଟର ଛୁଇଁ ବିପଦ ସଙ୍କେତ ପାର୍ କରିଥିଲା । ଏହା ପୂର୍ବରୁ 1978 ମହିହାରେ ଯମୁନାର ଜଳସ୍ତର 207.49 ମିଟର ଛୁଇଁଥିଲା । ଯମୁନା ନଦୀ ଜଳସ୍ତର ବୃଦ୍ଧି ଦିଲ୍ଲୀବାସୀଙ୍କୁ ସଙ୍କଟକୁ ବଢାଇବା ସହ ଦେଶର ରାଜଧାନୀ ଦିଲ୍ଲୀର ତଳିଆ ଅଞ୍ଚଳକୁ ବୁଡାଇ ଦେଇଥିଲା । ଏବେ ଯମୁନା ଜଳସ୍ତର ହ୍ରାସ ପାଇବାରେ ଲାଗିଥିବା ବେଳେ ଏବେ ମଧ୍ୟ କିଛି ସ୍ଥାନ ଜଳବନ୍ଦୀ ହୋଇ ରହିଛି । ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ଏହାସହିତ ଟ୍ରେନସେବା ମଧ୍ୟ ଦିଲ୍ଲୀରେ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2023, 11:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.